C. P. Radhakrishnan: ନାମାଙ୍କନ ଦାଖଲ କଲେ ସିପି ରାଧାକ୍ରିଷ୍ଣନ, ପ୍ରଥମ ପ୍ରସ୍ତାବକ ହେଲେ PM ମୋଦି

Key Points
ନାମାଙ୍କନ ଭରିଲେ NDA ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ୍
NDA ନେତାଙ୍କ ଉପସ୍ଥିତିରେ ନାମାଙ୍କନ ଭରିଲେ ସିପି ରାଧାକ୍ରିଷ୍ଣନ୍
ସିପି ରାଧାକ୍ରିଷ୍ଣନ୍ଙ୍କ ପାଇଁ ପ୍ରଥମ ପ୍ରସ୍ତାବକ ହେଲେ ପିଏମ୍ ମୋଦି
ଆଜି ନାମାଙ୍କନ ଦାଖଲ କରିଛନ୍ତି NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଏବଂ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଏବଂ ଅନେକ ଏନଡିଏ ସାଂସଦଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସିପି ରାଧାକ୍ରିଷ୍ଣନ। ନାମାଙ୍କନ ଦାଖଲ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପ୍ରଥମ ପ୍ରସ୍ତାବକ ହୋଇଥିଲେ ।
ଉପରାଷ୍ଟ୍ରପତି ଭାବେ ସିପି ରାଧାକ୍ରିଷ୍ଣନଙ୍କ ନାମାଙ୍କନ ଦାଖଲ ସମୟରେ ମଧ୍ୟ NDAର ଏକତା ଦେଖିବାକୁ ମିଳିଥିଲା । ବିଜେପି ଏବଂ ସହଯୋଗୀ ଦଳର ସାଂସଦମାନଙ୍କ ମଧ୍ୟରେ ପ୍ରଫୁଲ ପଟେଲ, ରାଜନାଥ ସିଂହ, ଜେପି ନଡ୍ଡା, ଚିରାଗ ପାଶୱାନ, ଲଲ୍ଲନ ସିଂହ, ଜିତନ ରାମ ମାଞ୍ଝି, କିରନ ରିଜିଜୁ ଏବଂ ଅର୍ଜୁନ ରାମ ମେଘୱାଲ ଉପସ୍ଥିତ ଥିଲେ ।
📱 Get Argus News App
✨ବିଜେପି ନେତୃତ୍ୱାଧୀନ NDA ରବିବାର ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଆଗାମୀ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଭାବରେ ଘୋଷଣା କରିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନେକ ବରିଷ୍ଠ ନେତା ଯୋଗ ଦେଇଥିବା ବିଜେପି ସଂସଦୀୟ ବୋର୍ଡ ବୈଠକ ପରେ ଏହି ଘୋଷଣା କରାଯାଇଥିଲା । ସିପି ରାଧାକ୍ରିଷ୍ଣନଙ୍କ ନାମ ଘୋଷଣା ପରେ, ସହଯୋଗୀ ଦଳଗୁଡ଼ିକ ମଧ୍ୟ ତାଙ୍କୁ ସମର୍ଥନ ଘୋଷଣା କରିଥିଲେ ।
ସିପି ରାଧାକ୍ରିଷ୍ଣନଙ୍କ ଜନ୍ମ ୨୦ ଅକ୍ଟୋବର ୧୯୫୭ରେ ତାମିଲନାଡୁର ତିରୁପୁରରେ ହୋଇଥିଲା । ସେ ୩୧ ଜୁଲାଇ ୨୦୨୪ରେ ମହାରାଷ୍ଟ୍ରର ରାଜ୍ୟପାଳ ଭାବରେ ଶପଥ ନେଇଥିଲେ। ଏହା ପୂର୍ବରୁ ସେ ପ୍ରାୟ ଦେଢ଼ ବର୍ଷ ପାଇଁ ଝାଡ଼ଖଣ୍ଡର ରାଜ୍ୟପାଳ ଥିଲେ । ଏହା ସହିତ ସେ ତେଲେଙ୍ଗାନାର ରାଜ୍ୟପାଳ ଓ ପୁଡୁଚେରୀର ଉପରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ବରେ ମଧ୍ୟ ଥିଲେ ।