Shocking Crime / NEET ଆଶାୟୀ ଛାତ୍ରୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ ! ପ୍ରତି ୨ ଘଣ୍ଟାରେ ଦେଉଥିଲେ ନିଶା ଇଞ୍ଜେକ୍ସନ୍
·1 day ago·2 min read

Key Points
ସମସ୍ତଙ୍କ ମଣିଷ ପଣିଆ ମରି ଯାଇଥିଲା । ଝିଅଟି ଉପରେ ପଶୁଠୁ ଅଧିକ କ୍ରୁର ବ୍ୟବହାର କରୁଥିଲେ ମଣିଷ ରୂପୀ ରାକ୍ଷସ । ଗଣଦୁଷ୍କର୍ମ ପାଇଁ ପ୍ରତି ୨ ଘଣ୍ଟାରେ ଦେଉଥିଲେ ନିଶା ଇଞ୍ଜେକ୍ସନ୍ ।
ଲକ୍ଷ୍ନୌ: ଅପହରଣ ପରେ ଅକଥନୀୟ ନିର୍ଯାତନା । ଗଣଦୁଷ୍କର୍ମ ପାଇଁ ପ୍ରତି ୨ ଘଣ୍ଟାରେ ଦେଉଥିଲେ ନିଶା ଇଞ୍ଜେକ୍ସନ୍ । ପ୍ରତିବାଦ କଲେ ଦେଉଥିଲେ ସିଗାରେଟ୍ ଚେଙ୍କ । ଦିନେ କି ଦୁଇ ଦିନ ନୁହେଁ ଏଭଳି ଭାବେ ପୀଡ଼ିତାଙ୍କ ସହ ୧୬ ଦିନ ଧରି ଚାଲିଥିଲା ଲୋମଟାଙ୍କୁରା ବର୍ବରତା ।
ସମସ୍ତଙ୍କ ମଣିଷ ପଣିଆ ମରି ଯାଇଥିଲା । ଝିଅଟି ଉପରେ ପଶୁଠୁ ଅଧିକ କ୍ରୁର ବ୍ୟବହାର କରୁଥିଲେ ମଣିଷ ରୂପୀ ରାକ୍ଷସ । ଉତ୍ତରପ୍ରଦେଶର ମହୋବାରୁ ଅପହୃତ ନିଟ୍ ଆଶାୟୀ ଛାତ୍ରୀ ୧୬ ଦିନ ପରେ ଉଦ୍ଧାର ହୋଇଛନ୍ତି ।
ଏଥିସହ ପଢ଼ନ୍ତୁ: ଦୀର୍ଘ ଦିନ ଧରି ଗଣଦୁଷ୍କର୍ମ: ମିଳିଲାନି ନ୍ୟାୟ, ଶେଷରେ ଆତ୍ମହତ୍ୟା କଲେ ୨ ଭଉଣୀ
ସୂଚନା ଅନୁସାରେ, ଛାତ୍ରୀ ଜଣଙ୍କ କୋଚିଂ ସାରି ଘରକୁ ଫେରିବା ବାଟରେ ଦୁର୍ବୃତ୍ତ ତାଙ୍କୁ ବଳପୂର୍ବକ କାର୍ରେ ଅପହରଣ କରି ନେଇ ଯାଇଥିଲେ । ଏହାପରେ ନିଶା ଇଞ୍ଜେକ୍ସନ୍ ଦେଇ ୧୬ ଦିନ ଧରି ବାରମ୍ବାର କରିଛନ୍ତି ଗଣଦୁଷ୍କର୍ମ । ୧୬ ଦିନ ପରେ ପୋଲିସ ପୀଡ଼ିତାଙ୍କୁ ଗମ୍ଭୀର ଅବସ୍ଥାରେ ଉଦ୍ଧାର କରି ମେଡିକାଲ୍ରେ ଭର୍ତ୍ତି କରିଛି ।
ସେଦିନ କ'ଣ ଘଟିଥିଲା ?
ମଧ୍ୟପ୍ରଦେଶର ଛାତ୍ରୀ ଜଣଙ୍କ ଉତ୍ତରପ୍ରଦେଶର ମହୋବା ସହରରେ ରହି ନିଟ୍ ଲାଗି ପ୍ରସ୍ତୁତ ହେଉଥିଲେ । ଏପ୍ରିଲ୍ ୩୦ ତାରିଖରେ ପୀଡ଼ିତା ଘରକୁ ଫେରୁଥିବା ବେଳେ କାର୍ରେ ତାଙ୍କୁ ଜୋର ଜବରଦସ୍ତି ଅପହରଣ କରି ନିଆ ଯାଇଥିଲା । ୧୬ ଦିନ ପରେ ପୋଲିସ ପୀଡ଼ିତାଙ୍କୁ ଉଦ୍ଧାର କରିବା ପରେ ମେଡିକାଲ୍ ଯାଞ୍ଚ ପାଇଁ ପଠାଇଛି ।
ଗଣଦୁଷ୍କର୍ମ ପାଇଁ ନିଶା ଇଞ୍ଜେକ୍ସନ୍
ପୋଲିସକୁ ପୀଡ଼ିତା ଦେଇଥିବାବୟାନ ଅନୁସାରେ, ପୀଡ଼ିତାଙ୍କ ନିଜ ଗାଁର ମୋହିତ ଶ୍ରୀବାସ ତାର ସହଯୋଗୀ ଅଙ୍କିତ ଶ୍ରୀବାସ ଓ ହଲ୍ଲୁ ରାଜପୁତ ସମେତ ୬ ଜଣ ତାଙ୍କୁ ପ୍ରୟାଗରାଜରେ ୧୬ ଦିନ ଧରି ବନ୍ଧକ ରଖିଥିଲେ । ପ୍ରତି ୨ ଘଣ୍ଟାରେ ନିଶା ଇଞ୍ଜେକ୍ସନ୍ ଦେଇ ଦୁଷ୍କର୍ମ କରୁଥିଲେ । ବିରୋଧ କଲେ ସିଗାରେଟ୍ ଚେଙ୍କ ଦେବା ସହ ଛୁରିରେ ମାରୁଥିଲେ ।
ଏଥିସହ ପଢ଼ନ୍ତୁ: ଅଭାବନୀୟ ! ୨ ହଜାର ଟଙ୍କା ଦେଇ ପାରିଲେନି ବୋଲି ସ୍ତ୍ରୀ, ଝିଅକୁ…
ବଳପୂର୍ବକ ବିବାହ
ପୀଡ଼ିତାଙ୍କ ଅନୁସାରେ, ସାନ ଭାଇର ଫଟୋ ଦେଖାଇ ତାକୁ ମାରିଦେବାକୁ ଅପହରଣକାରୀ ଧମକ ଦେଉଥିଲେ । ଜବରଦସ୍ତ ଅଭିଯୁକ୍ତ ମୋହିତ ସହ ବିବାହ କରାଇଥିଲେ । ଏହି ବିଭତ୍ସ ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ ସ୍ତବ୍ଧ ହୋଇ ଯାଇଛନ୍ତି । ନ୍ୟାୟ ଦାବି କରି ଅଭିଯୁକ୍ତଙ୍କୁ ଫାଶୀ ଦେବାକୁ ଦାବି କରିଛନ୍ତି ପୀଡ଼ିତା । ଏବେ ପୀଡ଼ିତାଙ୍କ ଅବସ୍ଥା ଗମ୍ଭୀର ରହିଛି । ପୀଡ଼ିତାଙ୍କୁ ପୋଲିସ ସୁରକ୍ଷାରେ ମହୋବା ଜିଲ୍ଲା ହସ୍ପିଟାଲ୍ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories