Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଅଭାବନୀୟ ! ୨ ହଜାର ଟଙ୍କା ଦେଇ ପାରିଲେନି ବୋଲି ସ୍ତ୍ରୀ, ଝିଅକୁ…

Crime

Shocking Incident / ଅଭାବନୀୟ ! ୨ ହଜାର ଟଙ୍କା ଦେଇ ପାରିଲେନି ବୋଲି ସ୍ତ୍ରୀ, ଝିଅକୁ…

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଅଭାବନୀୟ ! ୨ ହଜାର ଟଙ୍କା ଦେଇ ପାରିଲେନି ବୋଲି ସ୍ତ୍ରୀ, ଝିଅକୁ…
Landlord Arrested in Mother-Daughter Abuse Case

Key Points

ଅଭାବ ସଜାଇ ଦେଲା ଅଭିଯୁକ୍ତ । ନିଜ ହାତରେ ନିଲାମ କରିଦେଲା ସ୍ତ୍ରୀ ଓ ଝିଅର ଇଜ୍ଜତ । ସାମାନ୍ୟ ୨ ହଜାର ଟଙ୍କା ପାଇଁ ଜଣେ ସ୍ଵାମୀ, ଜଣେ ବାପା... କେଉଁ ସ୍ତରକୁ ଖସି ଯାଇପାରେ ତାହା ସମସ୍ତଙ୍କୁ ସ୍ତବ୍ଧ କରିଛି ।
ଗାନ୍ଧୀ ନଗର: ସେ ଜଣେ ସ୍ଵାମୀ, ସେ ଜଣେ ବାପା । ହେଲେ ସାମାନ୍ୟ ୨ ହଜାର ଟଙ୍କା ଘର ଭଡ଼ା ପାଇଁ ନିଜ ସ୍ତ୍ରୀ ସହ ଜନ୍ମ କଲା ଝିଅକୁ ଅନ୍ୟ ହାତକୁ ଟେକି ଦେଇ ଜହ୍ଲାଦ ସାଜିଛି । ଅଭାବ ଭିତରେ ଏଭଳି ଅଭାବନୀୟ, ଅମାନୁଷିକ ଘଟଣା ଘଟିଛି ଗୁଜରାଟର ମୋର୍ବି ଅଞ୍ଚଳରେ ।

ସୂଚନା ଅନୁସାରେ, ଗୁଜରାଟ ସୁରେନ୍ଦ୍ରନଗରର ମୂଳ ବାସିନ୍ଦା ତାଙ୍କ ସ୍ତ୍ରୀ ଓ ୧୩ ବର୍ଷର ଝିଅ ସହ ଜୀବିକା ସନ୍ଧାନରେ ୬ ମାସ ତଳେ ମୋର୍ବି ଚାଲି ଆସିଥିଲେ । ମୋର୍ବିରେ ରହିବାକୁ ଏକ ଘର ଭଡ଼ା ନେଇଥିଲେ । ଯାହାର ମାସିକ ଭଡ଼ା ଥିଲା ମାତ୍ର ୨ ହଜାର ଟଙ୍କା ।

ଏଥିସହ ପଢ଼ନ୍ତୁ: ସୌମ୍ୟ ହତ୍ୟାର ସିବିଆଇ ତଦନ୍ତ ଦାବି କଲେ ମୃତ ସୌମ୍ୟଙ୍କ ବାପା ,ମୁଖ୍ୟମନ୍ତ୍ରୀଙ୍କୁ କଲେ ଗୁହାରୀ 

କାମ ସନ୍ଧାନରେ ଆସିଥିଲେ

ମୋର୍ବିରେ ପରିବାର ଘର ଭଡ଼ା ନେଇ ରହିବା ସହ ବ୍ୟକ୍ତି ଜଣଙ୍କ ଛୋଟ ମୋଟ ବ୍ୟବସାୟ କରିବା ଆରମ୍ଭ କରିଥିଲେ । ହେଲେ ବ୍ୟବସାୟରେ ଲାଭ ବଦଳରେ କ୍ଷତି ସହିବାକୁ ପଡ଼ିଲା । ସ୍ଥିତି ଏମିତି ହେଲା ଯେ ସେ ଘର ଭଡ଼ା ମଧ୍ୟ ଦେଇ ପାରିଲେନି ।

୪ ମାସର ଘର ଭଡ଼ା ବାକି ରହିବା ପରେ ସେ ଘର ମାଲିକଙ୍କ ସହ ମିଶି ଏକ ଯୋଜନା କଲେ । ନିଜ ହାତରେ ଘର ଭଡ଼ା ପାଇଁ ୧୩ ବର୍ଷର ଝିଅ ସହ ସ୍ତ୍ରୀକୁ ଘର ମାଲିକଙ୍କ ହାତକୁ ଟେକି ଦେଲେ । ଆଉ ଘର ଭଡ଼ା ପାଇବାକୁ ଥିବା ଘର ମାଲିକ ଏହାର ସୁଯୋଗ ନେଇ ମାଆ, ଝିଅଙ୍କୁ ବାରମ୍ବାର ଦୁଷ୍କର୍ମ କରି ଚାଲିଲା ।

କେମିତି ଧରା ପଡ଼ିଲା ?

ଘର ମାଲିକ ବାରମ୍ବାର ମାଆ, ଝିଅଙ୍କୁ ଦୁଷ୍କର୍ମ କରି ଚାଲିଥିଲା । ଏନେଇ ବ୍ଯକ୍ତି ଜଣଙ୍କ ସ୍ତ୍ରୀଙ୍କ ମାଆ ଜାଣିବା ପରେ ମୋର୍ବି ଥାନାରେ ମେ ୧ରେ ଏତଲା ଦେଇଥିଲେ । ଯାହାପରେ ପୋଲିସ ପୋକ୍ସୋ ଆକ୍ଟ ସହ ଅନ୍ୟ ସଙ୍ଗୀନ ଧାରାରେ ଏତଲା ରୁଜୁ କରି ଛାନଭିନ୍ ଆରମ୍ଭ କରିଥିଲା ।

ଏଥିସହ ପଢ଼ନ୍ତୁ: ନିଖିଲ ହତ୍ୟାକାଣ୍ଡ ମାମଲାରେ ୩ ଅଭିଯୁକ୍ତକୁ ବିହାରରୁ ବାନ୍ଧିଲା ରାୟଗଡ଼ା ପୋଲିସ 

ମାମଲାରେ ପୋଲିସ ୫୫ ବର୍ଷୀୟ ଘର ମାଲିକ ସହ ମହିଳାଙ୍କ ସ୍ଵାମୀଙ୍କୁ ଗିରଫ କରିଛି । ମାମଲାରେ ସମ୍ପୃକ୍ତ ଘର ମାଲିକଙ୍କ ଜଣେ ସମ୍ପର୍କୀୟଙ୍କୁ ଧରିବା ଲାଗି ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିବା କହିଛନ୍ତି ଉପ ଆରକ୍ଷୀ ଅଧିକ୍ଷକ ଜେଏମ୍ ଲାଲ୍ ।

ପୋଲିସ ସୂଚନା ଅନୁସାରେ, ପରିବାର ମୋର୍ବି ଥାନା ଅନ୍ତର୍ଗତ ଟାଙ୍କରାରେ ରହୁଥିବା ବେଳେ ଘର ମାଲିକ ଭଡ଼ା ଘରକୁ ଆସି ବାରମ୍ବାର ମାଆ, ଝିଅଙ୍କୁ ଦୁଷ୍କର୍ମ କରୁଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Gujarat Horror: Father Hands Wife, Daughter to Landlord Over ₹2000 Rent | Argus News | Argus News