Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

NEET CBT Format / 'ଧ୍ବଂସ ହେବ ପ୍ରଶ୍ନପତ୍ର ମାଫିଆଙ୍କ ନେଟୱର୍କ, ଆସନ୍ତା ବର୍ଷଠାରୁ ବଦଳିପାରେ NEET ପରୀକ୍ଷା ପ୍ରକ୍ରିୟା'

Santosh Kumar Sahoo
Browse all articles by Santosh Kumar Sahoo
·3 weeks ago·2 min read
'ଧ୍ବଂସ ହେବ ପ୍ରଶ୍ନପତ୍ର ମାଫିଆଙ୍କ ନେଟୱର୍କ, ଆସନ୍ତା ବର୍ଷଠାରୁ ବଦଳିପାରେ NEET ପରୀକ୍ଷା ପ୍ରକ୍ରିୟା'
Dharmendra Pradhan

Key Points

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ବଡ଼ ଘୋଷଣା
କମ୍ପ୍ୟୁଟର ଆଧାରିତ ହୋଇପାରେ ଏଗଜାମ୍
ରାଜନୈତିକ ଫାଇଦା ପାଇଁ ପିଲାଙ୍କ ମନରେ ଭୟ ସୃଷ୍ଟି କରୁଛନ୍ତି କଂଗ୍ରେସ ଯୁବରାଜ
ଆସନ୍ତା ବର୍ଷଠାରୁ ବଦଳିପାରେ NEET ପରୀକ୍ଷା ପ୍ରକ୍ରିୟା । ଏନେଇ ବଡ଼ ସଙ୍କେତ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଶ୍ନପତ୍ର ଲିକ୍ ବିବାଦ ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ସରକାର ନେଇଛନ୍ତି ବଡ଼ ପଦକ୍ଷେପ । ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି , ଆସନ୍ତା ବର୍ଷଠାରୁ NEET ପରୀକ୍ଷାକୁ କମ୍ପ୍ୟୁଟର ଆଧାରିତ ଟେଷ୍ଟ ବା CBT- Computer Based Test ଫର୍ମାଟକୁ ଅଣାଯାଇପାରେ । ପରୀକ୍ଷାରେ ସ୍ୱଚ୍ଛତା ଆଣିବା ଓ ପ୍ରଶ୍ନପତ୍ର ମାଫିଆଙ୍କ ନେଟୱର୍କକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରିବା ପାଇଁ ସରକାର ପ୍ରତିବଦ୍ଧ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ସଫଳ ପରୀକ୍ଷା ପରିଚାଳନାକୁ ସାମୁହିକ ଉଦ୍ୟମର ଫଳ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସାକ୍ଷାତକାରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଉପରେ ଜୋରଦାର ବର୍ଷିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ରାହୁଲ ଗାନ୍ଧି ନିଜର ରାଜନୈତିକ ଫାଇଦା ପାଇଁ ଛାତ୍ରଛାତ୍ରୀଙ୍କ ମନରେ ଭୟ ସୃଷ୍ଟି କରୁଛନ୍ତି । ଟୁକଡେ ଟୁକଡେ ଗ୍ୟାଙ୍ଗକୁ ସମର୍ଥନ କରୁଥିବା ରାହୁଲ ଗାନ୍ଧି ପିଲାମାନଙ୍କ ମଧ୍ୟରେ ଅଯଥା ଆତଙ୍କ ଖେଳାଇବାକୁ ଉଦ୍ୟମ କରିଥିବା ବଡ଼ ଅଭିଯୋଗ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ରାହୁଲ ଗାନ୍ଧିଙ୍କର ପ୍ରଶ୍ନ ପଚାରିବାର ସମ୍ପୂର୍ଣ୍ଣ ଅଧିକାର ଅଛି, କିନ୍ତୁ ପିଲାମାନଙ୍କ ମନରେ ଆତଙ୍କ ଖେଳାଇବା ଠିକ୍ ନୁହେଁ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

NEET ପରୀକ୍ଷାକୁ ନେଇ ରାଜନୀତି କରୁଥିବା ବିରୋଧୀ ଦଳ ନେତାଙ୍କୁ ଜୋର ଜୋରଦାର ସମାଲୋଚନା କରିଛନ୍ତି ଧର୍ମେନ୍ଦ୍ର । ନାଗପୁରର ଜଣେ ଛାତ୍ରଙ୍କର ପରୀକ୍ଷା କେନ୍ଦ୍ର ଆବୁଧାବିରେ ପଡ଼ିବା ନେଇ ରାହୁଲ ଗାନ୍ଧି କରିଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଛାତ୍ରଜଣକ ନିଜେ ପୋର୍ଟାଲରେ ଆବୁଧାବି କେନ୍ଦ୍ର ଚୟନ କରିଥିଲେ । ପରେ NTA ପକ୍ଷରୁ ତାଙ୍କ ପରିବାର ସହ ଯୋଗାଯୋଗ କରାଯାଇ ନାଗପୁରରେ ପରୀକ୍ଷା ଦେବାକୁ ସୁଯୋଗ ମଧ୍ୟ ଦିଆଯାଇଥିଲା । କିନ୍ତୁ ରାହୁଲ ଗାନ୍ଧି ଏହାକୁ ନେଇ ସୋସିଆଲ ମିଡିଆରେ ମିଥ୍ୟା ପ୍ରଚାର କରିଥିଲେ । ମିଥ୍ୟା ଅଭିଯୋଗ ପାଇଁ ଦେଶବାସୀଙ୍କୁ ରାହୁଲ କ୍ଷମା ମାଗନ୍ତୁ ବୋଲି ସାକ୍ଷାତାକାରରେ କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

ଗତ ଜୁନ୍ ୨୧ ତାରିଖରେ NEETର ପୁନଃ-ପରୀକ୍ଷା ଦିନ କର୍ଣ୍ଣାଟକରେ କଂଗ୍ରେସର ରାଲି ଯୋଗୁଁ ପରୀକ୍ଷାର୍ଥୀମାନେ ହଇରାଣ ହୋଇଥିଲେ। ଏହାକୁ ନେଇ ମଧ୍ୟ ମନ୍ତ୍ରୀ ପ୍ରଶ୍ନ ଉଠାଇଛନ୍ତି । ଯେଉଁ ଲୋକ ଦେଶକୁ ଖଣ୍ଡଖଣ୍ଡ କରିବାକୁ ଚାହୁଁଛନ୍ତି ସେହି ଲୋକ ଦିଲ୍ଲୀ ଜନ୍ତର ମନ୍ତରରେ ଡେଙ୍ଗୁରା ପିଟୁଛନ୍ତି । ସେଠାରେ ପ୍ରକୃତରେ କୌଣସି ଛାତ୍ର ଥିଲେ କି ବୋଲି ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେମାନଙ୍କୁ ଚରମପନ୍ଥୀଙ୍କ ବି-ଟିମ୍ ବୋଲି ଆଖ୍ୟା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ପୂର୍ଣ୍ଣ ପ୍ରକ୍ରିୟା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ଦେଶର ସିଷ୍ଟମ ଉପରେ ଛାତ୍ରଛାତ୍ରୀଙ୍କ ସମ୍ପୂର୍ଣ୍ଣ ଭରସା ରହିଥିବା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
NEET Exam Process May Change From Next Year | Argus News