Videos
|
National

NEET Paper Leak / ନିଟ୍‌ ପେପର୍‌ ଲିକ୍‌: CBI କୁ ବଡ଼ ସଫଳତା, ମାଷ୍ଟରମାଇଣ୍ଡ ଗିରଫ

Santosh Kumar Sahoo
Browse all articles by Santosh Kumar Sahoo
·4 months ago·2 min read
ନିଟ୍‌ ପେପର୍‌ ଲିକ୍‌: CBI କୁ ବଡ଼ ସଫଳତା, ମାଷ୍ଟରମାଇଣ୍ଡ ଗିରଫ
NEET Paper Leak

Key Points

ନିଟ୍‌ ପେପର ଲିକ୍‌ ମାମଲାରେ କିଙ୍ଗପିନ୍‌ଙ୍କୁ ଗିରଫ କଲା ସିବିଆଇ
କିଙ୍ଗପିନ୍ ରସାୟନ ବିଜ୍ଞାନ ଅଧ୍ୟାପକ ପି.ଭି କୁଲକର୍ଣ୍ଣି ପୁନେରୁ ଗିରଫ
ଗତ ଏପ୍ରିଲରେ ଅନ୍ୟ ଜଣେ ଅଭିଯୁକ୍ତ ସହ ମିଶି ଛାତ୍ରଙ୍କୁ ଏକାଠି କରିଥିଲେ
NEET-UG 2026 ପେପର୍ ଲିକ୍ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି ସିବିଆଇ । CBI ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ହେଉଛନ୍ତି NTA ପରୀକ୍ଷା ପ୍ରକ୍ରିୟାରେ ସାମିଲ ଥିବା ରସାୟନ ବିଜ୍ଞାନ ଅଧ୍ୟାପକ P.V. କୁଲକର୍ଣ୍ଣି । CBI ତଦନ୍ତରେ ଏକ ଚାଞ୍ଚଲ୍ୟକର ଖୁଲାସା ହୋଇଛି ଯେ ମୁଖ୍ୟ ଅଭିଯୁକ୍ତ, P.V. କୁଲକର୍ଣ୍ଣି ପୁଣେର ଜଣେ ରସାୟନ ବିଜ୍ଞାନ ଅଧ୍ୟାପକ । ସେ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ପରୀକ୍ଷା ପ୍ରକ୍ରିୟାରେ ସାମିଲ ଥିଲେ ।

କୁଲକର୍ଣ୍ଣି ଲାତୁରର ଦୟାନନ୍ଦ କଲେଜରେ ରସାୟନ ବିଜ୍ଞାନ ପ୍ରଫେସର ଭାବରେ କାର୍ଯ୍ୟ କରୁଥିଲେ । ସେ ବର୍ତ୍ତମାନ ଅବସରପ୍ରାପ୍ତ । ଅଭିଯୁକ୍ତ ମନୀଷା ୱାଘମାରେଙ୍କୁ ପଚରାଉଚରା କରିବା ପରେ CBI କୁଲକର୍ଣ୍ଣିଙ୍କୁ ଟ୍ରାକ୍ କରିଥିଲା । ଦୀର୍ଘ ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଥିଲା ।

ତଦନ୍ତ ସଂସ୍ଥା ଅନୁଯାୟୀ, ଏପ୍ରିଲ ୨୦୨୬ର ଶେଷ ସପ୍ତାହରେ କୁଲକର୍ଣ୍ଣି, ଅନ୍ୟ ଜଣେ ଅଭିଯୁକ୍ତ ମନୀଷା ୱାଘମାରେଙ୍କ ସହାୟତାରେ ଛାତ୍ରମାନଙ୍କୁ ଏକାଠି କରିଥିଲେ ଏବଂ ପୁଣେରେ ତାଙ୍କ ଘରେ ସ୍ୱତନ୍ତ୍ର କୋଚିଂ କ୍ଲାସ କରିଥିଲେ । ମନୀଷା ୱାଘମାରେଙ୍କୁ ପୂର୍ବରୁ ୧୪ ମେ' ୨୦୨୬ରେ CBI ଗିରଫ କରିଥିଲା ।

ଅଧିକ ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପରିଶ୍ରମ ପ୍ରତି ସରକାର ସମ୍ବେଦନଶୀଳ, ଆସନ୍ତା ବର୍ଷଠୁ CBT ମୋଡ୍‌ରେ ହେବ ନିଟ୍‌ ପରୀକ୍ଷା


ଏହି କ୍ଲାସ୍‌ଗୁଡ଼ିକରେ ସେ ଛାତ୍ରଛାତ୍ରୀମାନଙ୍କୁ ପ୍ରଶ୍ନ, ସେମାନଙ୍କର ବିକଳ୍ପ ଏବଂ ସଠିକ୍ ଉତ୍ତର କହୁଥିଲେ । ଛାତ୍ରମାନେ ଏହି ପ୍ରଶ୍ନଗୁଡ଼ିକୁ ସେମାନଙ୍କର ନୋଟବୁକରେ ଲେଖିଥିଲେ । ପରେ ଏକ ତଦନ୍ତରୁ ଜଣାପଡିଛି ଯେ ସମାନ ପ୍ରଶ୍ନଗୁଡ଼ିକ ୩ ମେ' ୨୦୨୬ରେ ଅନୁଷ୍ଠିତ ପ୍ରକୃତ NEET-UG ପରୀକ୍ଷା ପ୍ରଶ୍ନ ସହିତ ମେଳ ଖାଉଥିଲା ।
ଗତ ୨୪ ଘଣ୍ଟା ମଧ୍ୟରେ CBI ଦେଶର ବିଭିନ୍ନ ସ୍ଥାନରେ ଚଢାଉ କରିଛି । ଅନେକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ, ଇଲେକ୍ଟ୍ରୋନିକ୍ ଡିଭାଇସ୍ ଏବଂ ମୋବାଇଲ୍ ଫୋନ୍ ଜବତ କରାଯାଇଛି । ଏହି ଜବତ ସାମଗ୍ରୀର ଫୋରେନସିକ୍ ଏବଂ ବୈଷୟିକ ତଦନ୍ତ ଜାରି ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ମାମଲାରେ ଜୟପୁର, ଗୁରୁଗ୍ରାମ, ନାସିକ୍, ପୁଣେ ଏବଂ ଅହଲ୍ୟାନଗରରୁ ମୋଟ ସାତ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହି ଅଭିଯୁକ୍ତମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କୁ କୋର୍ଟରେ ହାଜର କରାଯାଇ ସାତ ଦିନିଆ ରିମାଣ୍ଡରେ ପଠାଯାଇଛି । ଗୁରୁବାର ଗିରଫ ହୋଇଥିବା ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡ ପାଇଁ ପୁଣେ କୋର୍ଟରେ ହାଜର କରାଯାଉଛି ଏବଂ ସେମାନଙ୍କୁ ଦିଲ୍ଲୀ ଅଣାଯିବ ।