Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସୁରୁଖୁରୁରେ ଶେଷ ହେଲା ନିଟ୍; ପରୀକ୍ଷା ଦେଲେ ୨୦ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ

National

NEET UG Re Exam 2026 / ସୁରୁଖୁରୁରେ ଶେଷ ହେଲା ନିଟ୍; ପରୀକ୍ଷା ଦେଲେ ୨୦ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ

Subhramjit Ray
Browse all articles by Subhramjit Ray
·2 hours ago·2 min read
 ସୁରୁଖୁରୁରେ ଶେଷ ହେଲା ନିଟ୍; ପରୀକ୍ଷା ଦେଲେ ୨୦ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ
NEET UG re-exam 2026

Key Points

ରବିବାର ସୁରୁଖୁରୁରେ ଶେଷ ହୋଇଛି ୨୦୨୬ ନିଟ୍ ୟୁଜି ପୁନଃପରୀକ୍ଷା। ଏନେଇ ଏନଟିଏ ପକ୍ଷରୁ କୁହାଯାଇଛି ଯେ ଏହି ପରୀକ୍ଷାରେ ୨୦ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ।
NTA on NEET (UG) 2026 re-examination: ଜୁନ ୨୧ ତାରିଖ ରବିବାର ସୁରୁଖୁରୁରେ ଶେଷ ହୋଇଛି ନିଟ୍ ୟୁଜି ପରୀକ୍ଷା ୨୦୨୬। ଏନେଇ ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଏକ ବିବୃତ୍ତି ଜାରି କରି କହିଛି, "ଆଜି ଦେଶର ୫୪୪୦ ଏବଂ ବିଦେଶରେ ୧୪ କେନ୍ଦ୍ରରେ, ୨୦୨୬ ନିଟ୍ ୟୁଜି ପୁନଃପରୀକ୍ଷାରେ, ୨୦ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ହିନ୍ଦୀ ଏବଂ ଇଂରାଜୀ ସମେତ ୧୩ ଭାଷାରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପ୍ରାୟ ୧୦ ହଜାରରୁ ଅଧିକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସମେତ ସମସ୍ତ ପ୍ରାର୍ଥୀଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ପ୍ରାୟ ୮୧ ଜଣ ଚିକିତ୍ସିତଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଥିଲା।

ଏଥର ପରୀକ୍ଷା କେନ୍ଦ୍ରରେ ରାଜ୍ୟ ପୋଲିସ ସହାୟତାରେ ଆଧାର-ଆଧାରିତ ବାୟୋମେଟ୍ରିକ୍ ଏବଂ ଫେସ୍ ଅଥେଣ୍ଟିକେସନ୍, ସିସିଟିଭି ମନିଟରିଂ, ଜାମର୍ ଏବଂ ଦୁଇ-ସ୍ତରୀୟ ଯାଞ୍ଚ ବ୍ୟବସ୍ଥା କରାଯାଇଥିଲା। ରବିବାର ଅନୁଷ୍ଠିତ ହୋଇଥିବା ଏହି ପରୀକ୍ଷାରେ ପ୍ରାୟ ୨୨ ଲକ୍ଷ ୭୯ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ। ଦେଶର ୫୫୧ ସହର ଏବଂ ବିଦେଶର ୧୪ ସହରରେ ହୋଇଥିବା ୫୪୪୦ କେନ୍ଦ୍ରରେ ଅପରାହ୍ନ ୨ଟାରୁ ପରୀକ୍ଷା ଆରମ୍ଭ ହୋଇ ୫ଟା ୧୫ ପର୍ଯ୍ୟନ୍ତ ଚାଲିଥିଲା। ଏହି ପରୀକ୍ଷା ପେନ୍‌-ପେପର ମୋଡ଼ରେ ହେବ।

ଏହା ସହ ପଢନ୍ତୁ: ନିଟ୍ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କହିଲେ ନିର୍ଭୟରେ ଓ ବିନା ଚିନ୍ତାରେ ପରୀକ୍ଷା ଦିଅନ୍ତୁ

ଯୋଗ୍ୟ ବିବେଚିତ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ୬ଟା ୨୦ ମିନିଟ୍‌ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା। ଇଂରାଜୀ ସମେତ ୧୨ ଭାରତୀୟ ଭାଷାରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ସୁଚାରୁ, ସୁରକ୍ଷିତ ତଥା ଛାତ୍ରଛାତ୍ରୀଙ୍କ ଅନୁକୂଳ ପରୀକ୍ଷା କରାଇବା ଲାଗି ଏନ୍‌ଟିଏ (ନ୍ୟାସନାଲ ଟେଷ୍ଟି ଏଜେନ୍ସି) ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏପରିକି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି ହୋଇଥିଲା। ପୋଲିସ, ଅର୍ଦ୍ଧସାମରିକ ବାହିନୀ, ବାୟୁସେନା, ଡାକ ବିଭାଗ ୨୦୨୬ ନିଟ୍ ପରୀକ୍ଷାରେ ନିୟୋଜିତ ହୋଇଥିଲେ। ପ୍ରତି ସେଣ୍ଟରରେ ସୁରକ୍ଷାକର୍ମୀ, ଅବଜରଭର, ବାୟୋମେଟ୍ରିକ ଷ୍ଟାଫ୍‌ ଷ୍ଟାଫ ମୁତୟନ ହୋଇଥି୍ଲେ। ପରୀକ୍ଷା ସମୟରେ ଏସବୁ କେନ୍ଦ୍ର ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିଥିଲା। ସବୁ ପରୀକ୍ଷା କେନ୍ଦ୍ରରେ ଏଆଇ ଆଧାରିତ ସିସିଟିଭି ବ୍ୟବସ୍ଥା ହୋଇଛି। ୯୫ ହଜାରରୁ ଅଧିକ ରୁମ୍‌ରେ ୧,୩୮,୫୬୦ ସିସିଟିଭି ଲଗାଯାଇଛି।

ଜାତୀୟ, ରାଜ୍ୟ ତଥା ମନ୍ତ୍ରଣାଳୟ ସ୍ତରରେ ପରୀକ୍ଷା କେନ୍ଦ୍ର ଉପରେ ନଜର ରଖାଯାଇଥିଲା। ସେହିଭଳି ୫୧,୩୧୧ ଜାମର ପରୀକ୍ଷା କେନ୍ଦ୍ରରେ ଲଗାଯାଇଥିଲା। ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ ସମୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ଏବଂ ସମସ୍ତ ନିର୍ଦ୍ଦେଶାବଳୀ ପାଳନ କରିବାକୁ ପରାମର୍ଶ ଦିଆଯାଇଥିଲା। ପରୀକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀଙ୍କୁ ଆଡମିଟ୍‌ କାର୍ଡ, ବୈଧ ଫଟୋ ପରିଚୟପତ୍ର, ଦୁଇଟି ପାସ୍‌ପୋର୍ଟ ସାଇଜ୍‌ ଫଟୋ ଆଣିବାକୁ କୁହାଯାଇଥିଲା। ରବିବାର ପରୀକ୍ଷା ପୂର୍ବରୁ ଗତ ଶନିବାର (ଜୁନ ୨୦) ଦେଶବ୍ୟାପୀ ଏଥିପାଇଁ ମକ୍‌ଡ୍ରିଲ୍‌ ହୋଇଥିଲା। ନିର୍ବିଘ୍ନ ଏବଂ ସୁରକ୍ଷିତ ପରୀକ୍ଷା ପ୍ରସ୍ତୁତି ସୁନିଶ୍ଚିତ କରିବା ଥିଲା ଏହାର ଉଦ୍ଦେଶ୍ୟ। ଯାହା ସକାଳୁ ଆରମ୍ଭ ହୋଇ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିଲା। ଯେଉଁଥିରେ ୨ ଲକ୍ଷ ୫୦ ହଜାର ସୁରକ୍ଷା କର୍ମୀ ଅଂଶଗ୍ରହଣ କରିଥିଲେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored