NEET UG RE Exam / ଆସନ୍ତାକାଲି ନିଟ୍ ୟୁଜି ପୁନଃ ପରୀକ୍ଷା,ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ସିସିଟିଭି ନଜରରେ ରହିବ ସବୁ ପରୀକ୍ଷା କେନ୍ଦ୍ର,ଆଜି ସାରା ଦେଶରେ ମକ୍ ଡ୍ରିଲ୍
·2 hours ago·3 min read

Key Points
ଆସନ୍ତାକାଲି ନିଟ୍ ୟୁଜି ପୁନଃ ପରୀକ୍ଷା
ଆଜି ସାରା ଦେଶରେ ମକ୍ ଡ୍ରିଲ୍
ଚଳିତବର୍ଷ ୨୨ ଲକ୍ଷ ୭୮ ହଜାର ପରୀକ୍ଷାର୍ଥୀ ନିଟ୍ ୟୁଜି ଦେବେ
ନିଟ୍ ୟୁଜି ପାଇଁ ୫ ହଜାରରୁ ଅଧିକ ପରୀକ୍ଷା କେନ୍ଦ୍ର କରାଯାଇଛି
୨ ଲକ୍ଷ ୫୦ ହଜାର ସୁରକ୍ଷା କର୍ମୀ ମୁତୟନ ହେବେ
ପରୀକ୍ଷା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା
ସିସିଟିଭି ନଜରରେ ରହିବ ସବୁ ପରୀକ୍ଷା କେନ୍ଦ୍ର
ନିଟ୍ ପ୍ରଶ୍ନପତ୍ର ସୁରକ୍ଷା ଦାୟିତ୍ବରେ କେନ୍ଦ୍ରୀୟ ସୁରକ୍ଷା ବଳ
ଦେଶର ୫୫୧ଟି ସହର ଓ ବିଦେଶର ୧୪ଟି ସହରରେ ପରୀକ୍ଷା କେନ୍ଦ୍ର
କାଲି ଅପରାହ୍ନ ୨ଟାରୁ ୫ଟା ୧୫ ପର୍ଯ୍ୟନ୍ତ ହେବ ନିଟ୍ ୟୁଜି ପରୀକ୍ଷା

ନୁଆଦିଲ୍ଲୀ,୨୦/୦୬: ଆସନ୍ତାକାଲି ନିଟ୍ ୟୁଜି ପୁନଃ ପରୀକ୍ଷା । ତା ପୂର୍ବରୁ ଆଜି ସାରା ଦେଶରେ ହୋଇଛି ମକ୍ ଡ୍ରିଲ । ଏଥିରେ ଦୁଇ ଲକ୍ଷ ୫୦ ହଜାରରୁ ଅଧିକ ସୁରକ୍ଷା କର୍ମୀ ମୁତୟନ ହେବେ । ପରୀକ୍ଷା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ସିସିଟିଭି ନଜରରେ ରହିବ ପରୀକ୍ଷା କେନ୍ଦ୍ର । କେନ୍ଦ୍ରୀୟ ସୁରକ୍ଷା ବଳ ନିଟ୍ ପ୍ରଶ୍ନପତ୍ର ସୁରକ୍ଷା ଦାୟିତ୍ବରେ ରହିବେ । ଆସନ୍ତାକାଲି ଅପରାହ୍ନ ୨ଟାରୁ ୫ଟା ୧୫ ପର୍ଯ୍ୟନ୍ତ ନିଟ୍ ୟୁଜି ହେବ । ଏଥିପାଇଁ ଦେଶର ୫୫୧ଟି ସହର ଓ ବିଦେଶର ୧୪ଟି ସହରରେ ମୋଟ୍ ୫ ହଜାରରୁ ଅଧିକ ପରୀକ୍ଷା କେନ୍ଦ୍ର କରାଯାଇଛି।
ଚଳିତ ବର୍ଷ ୨୨ ଲକ୍ଷ ୭୮ ହଜାର ପରୀକ୍ଷାର୍ଥୀ ନିଟ୍ ୟୁଜି ଦେବେ । ଜିଲ୍ଲା ପ୍ରଶାସନ, ପୋଲିସ ଓ ଏସକର୍ଟ ଟିମ୍ ସହାୟତାରେ ସବୁ ପରୀକ୍ଷାକେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବ ବୋଲି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିଂ ପକ୍ଷରୁ କୁହାଯାଇଛି। କୌଣସି ପ୍ରକାରର ଅନିୟମିତତା ଯେପରି ନ ହେବ ତାହା ନିଶ୍ଚିତ କରିବା ପାଇଁ NTA ୧୦୦ ପ୍ରତିଶତ ପ୍ରତିବଦ୍ଧ ବୋଲି , ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିର ମହାନିର୍ଦ୍ଦେଶକ ଅଭିଷେକ ସିଂହ କହିଛନ୍ତି।
ପରୀକ୍ଷାକୁ ସ୍ୱଚ୍ଛ, ସୁରକ୍ଷିତ ଏବଂ ଛାତ୍ରଛାତ୍ରୀ-ଅନୁକୂଳ କରିବା ପାଇଁ NTA ଅନେକ ବଡ଼ ପରିବର୍ତ୍ତନ ଓ କଡ଼ା ନିୟମ ଲାଗୁ କରିଛି। ପରୀକ୍ଷା ଅବଧିକୁ ୧୫ ମିନିଟ୍ ବଢ଼ାଇ ୩ ଘଣ୍ଟା ୧୫ ମିନିଟ୍ କରାଯାଇଛି। ପରୀକ୍ଷା ଅପରାହ୍ନ ୨:୦୦ ରୁ ୫:୧୫ ପର୍ଯ୍ୟନ୍ତ ଚାଲିବ। ଫର୍ମରେ ଦସ୍ତଖତ, ବାୟୋମେଟ୍ରିକ ଓ ଅନ୍ୟାନ୍ୟ ପ୍ରକ୍ରିୟା ପାଇଁ ଯେପରି ପିଲାଙ୍କ ଲେଖିବା ସମୟ ନଷ୍ଟ ନହୁଏ, ସେଥିପାଇଁ ଏହି ଅତିରିକ୍ତ ସମୟ ଦିଆଯାଇଛି।
ପଢନ୍ତୁ ଏହି ଖବର: ବାୟୁସେନା ହାତରେ NEET-UG ପୁନଃପରୀକ୍ଷା ପ୍ରଶ୍ନପତ୍ର ଦାୟିତ୍ବ,ପ୍ରଶ୍ନପତ୍ର ଆକାଶ ମାର୍ଗରେ ସ୍ଥାନାନ୍ତର କଲା ବାୟୁସେନା
ପୂର୍ବରୁ ମାତ୍ର ୨ଟି ପୃଷ୍ଠା ରଫ୍ କାମ ପାଇଁ ମିଳୁଥିବା ବେଳେ ଏବେ ୪ଟି ପୃଷ୍ଠା ମିଳିବ। ବାମହାତୀ (Left-handed) ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ୨ଟି ରଫ୍ ପୃଷ୍ଠା ପ୍ରଶ୍ନପତ୍ର ବୁକଲେଟ୍ର ଆରମ୍ଭରେ ଏବଂ ଅନ୍ୟ ୨ଟି ଶେଷରେ ରଖାଯାଇଛି। ପ୍ରଶ୍ନପତ୍ର ଲିକ୍ର ମିଥ୍ୟା ଗୁଜବ ଓ ଜାଲିଆତି ରୋକିବା ପାଇଁ ସରକାର ଓ NTA ମିଳିତ ଭାବେ ଭାରତରେ ଟେଲିଗ୍ରାମ ଆପ୍ଲିକେସନ ଉପରେ ସାମୟିକ କଟକଣା ଲଗାଇଛନ୍ତି। ମିଥ୍ୟା ଦାବି ଏବଂ ସନ୍ଦେହଜନକ କାର୍ଯ୍ୟକଳାପର ରିପୋର୍ଟ କରିବା ପାଇଁ NTA ଏକ ସ୍ୱତନ୍ତ୍ର କମ୍ପ୍ଲେନ୍ ପୋର୍ଟାଲ ମଧ୍ୟ ଲଞ୍ଚ କରିଛି।
ପରିଚୟ ପତ୍ର (ଯେପରିକି Aadhaar Card, PAN Card), ଏବଂ ପାସପୋର୍ଟ ସାଇଜ୍ ଫଟୋ ନେବା ବାଧ୍ୟତାମୂଳକ କରାଯାଇଛି। ସମସ୍ତଙ୍କର ବାୟୋମେଟ୍ରିକ ଭେରିଫିକେସନ କରାଯିବ। ହାତରେ ମେହେନ୍ଦୀ କିମ୍ବା କୌଣସି ରସାୟନ ନଲଗାଇବାକୁ କୁହାଯାଇଛି, ଯଦ୍ୱାରା ଫିଙ୍ଗରପ୍ରିଣ୍ଟ ସ୍କାନରରେ ସମସ୍ୟା ହେବନାହିଁ।
ସେପଟେ ଆସନ୍ତାକାଲି ହେବାକୁ ଥିବା ନିଟ୍ ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କ ଲାଗି OSRTC ଏବଂ CRUT ପକ୍ଷରୁ ନିଃଶୁଳ୍କ ବସ୍ ସେବା ଯୋଗାଇ ଦିଆଯିବ । ପ୍ରମୁଖ ରେଳ ଷ୍ଟେସନ ଏବଂ ବସ୍ଷ୍ଟାଣ୍ଡ ଗୁଡ଼ିକରୁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ଏହି ବସ୍ ସେବା ଉପଲବ୍ଧ ହେବ । ପରୀକ୍ଷାର୍ଥୀମାନେ ଯେପରି ଯାତାୟାତରେ କୌଣସି ସମସ୍ୟାର ସମ୍ମୁଖୀନ ନହେବେ, ସେଥିପାଇଁ ପ୍ରତି ଜିଲ୍ଲାରେ RTO ୱାରୀ ପରିବହନ ବିଭାଗ ପକ୍ଷରୁ ନୋଡାଲ ଅଫିସର ନିୟୋଜିତ କରାଯାଇଛି । ଏହାସହ ସହାୟତା ନମ୍ବର ବି ଜାରି କରାଯାଇଛି । ବିଭିନ୍ନ କେନ୍ଦ୍ରକୁ ଆସୁଥିବା ପରୀକ୍ଷାର୍ଥୀ ଯେଭଳି କୌଣସି ସମସ୍ୟାର ସମ୍ମୁଖୀନ ନହେବେ, ସେଥିପାଇଁ ପରିବହନ ବିଭାଗ ପକ୍ଷରୁ ନୋଡାଲ ଅଫିସର ନିୟୋଜିତ କରାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories