Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

NEET Mock Drill / କାଲି ନିଟ୍ ୟୁଜି ପୁନଃପରୀକ୍ଷା, ଆଜି ସାରା ଦେଶରେ ହୋଇଛି ମକ୍ ଡ୍ରିଲ୍‌

Santosh Kumar Sahoo
Browse all articles by Santosh Kumar Sahoo
·3 weeks ago·2 min read
କାଲି ନିଟ୍ ୟୁଜି ପୁନଃପରୀକ୍ଷା, ଆଜି ସାରା ଦେଶରେ ହୋଇଛି ମକ୍ ଡ୍ରିଲ୍‌
NEET Exam

Key Points

ରବିବାର ନିଟ୍ ୟୁଜି ପୁନଃପରୀକ୍ଷା
ଆଜି ସାରା ଦେଶରେ ହୋଇଛି ମକ୍ ଡ୍ରିଲ୍‌
CCTV ନଜରରେ ସବୁ ପରୀକ୍ଷା କେନ୍ଦ୍ର
ଆସନ୍ତାକାଲି ନିଟ୍ ୟୁଜି ପୁନଃପରୀକ୍ଷା । ସାରା ଦେଶରେ ୫ ହଜାରରୁ ଅଧିକ ସେଣ୍ଟରରେ ପରୀକ୍ଷା ଦେବେ ୨୩ ଲକ୍ଷ ପରୀକ୍ଷାର୍ଥୀ । ଓଡ଼ିଶାର ମୋଟ ୧୩୨ଟି ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ CCTV ନଜରରେ ସବୁ ପରୀକ୍ଷା କେନ୍ଦ୍ର । ସୁରକ୍ଷାକୁ ଦୃଷ୍ଟିରେ ରଖି ପରୀକ୍ଷା ପୂର୍ବରୁ ସାରା ଦେଶରେ ହୋଇଛି ମକ୍ ଡ୍ରିଲ୍ । ଏଥିରେ ଦୁଇ ଲକ୍ଷ ୫୦ ହଜାରରୁ ଅଧିକ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି ।

ସେପଟେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଜଡ଼ିତ ଏହି ପରୀକ୍ଷାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ ଏବଂ ନିରପେକ୍ଷ କରିବା ପାଇଁ ଏଥର ସରକାର ଅଣ୍ଟା ଭିଡ଼ିଛନ୍ତି । ପରୀକ୍ଷା ହଲ୍‌ରେ କେମିତି ହେବନି କୌଣସି ହେରଫେର୍, ପ୍ରଶ୍ନପତ୍ର ଲିକ୍ ରୋକିବାକୁ ସ୍ପେଶାଲ୍ ପ୍ଲାନ୍ କରିଛନ୍ତି ସରକାର । ନିଟ୍ ପରୀକ୍ଷାରେ କୌଣସି ପ୍ରକାର ତ୍ରୁଟି କିମ୍ବା ଜାଲିଆତିକୁ ବରଦାସ୍ତ କରାଯିବ ନାହିଁ । ଏଥିପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଏବଂ ଜାତୀୟ ପରୀକ୍ଷା ସଂସ୍ଥା ପକ୍ଷରୁ ହୋଇଛି ବ୍ୟାପକ ପ୍ରସ୍ତୁତି । ପ୍ରଶ୍ନପତ୍ର ସୁରକ୍ଷା ପାଇଁ ଡିଜିଟାଲ୍ ଲକ୍ ଏବଂ ପରୀକ୍ଷା ହଲ୍‌ରେ ମୋବାଇଲ୍ ସିଗନାଲ୍ ଜାମ୍ କରିବାକୁ ଲାଗିଛି ହାଇ-ପାୱାର୍ ଜାମର୍ । ପରୀକ୍ଷାରେ କୌଣସି ଅନିୟମିତତା କଲେ କଠୋର ଜେଲ୍ ଦଣ୍ଡ ଏବଂ ଜରିମାନା ଲାଗିବ ।

ଓଡ଼ିଶାରେ ଚଳିତ ବର୍ଷ ନିଟ୍ ପରୀକ୍ଷା ପାଇଁ ମୋଟ ୧୩୨ଟି ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ଓଡ଼ିଶା ପୋଲିସ ଏବଂ ପ୍ରଶାସନ ପକ୍ଷରୁ ସମସ୍ତ ୧୩୨ଟି କେନ୍ଦ୍ରରେ ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଯାହା ଦ୍ୱାରା ପରୀକ୍ଷା ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ଶେଷ ହୋଇପାରିବ। ପ୍ରଶ୍ନପତ୍ର ଓ OMR ସିଟ୍‌ର ସୁରକ୍ଷିତ ପରିବହନ ଏବଂ ଷ୍ଟ୍ରଙ୍ଗ ରୁମ୍ ବ୍ୟବସ୍ଥା ପାଇଁ ମଧ୍ୟ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ ଡ୍ୟୁଟି ମାଜିଷ୍ଟ୍ରେଟ ମଧ୍ୟ ରହିବେ । କଡା ସୁରକ୍ଷା ବଳୟ ମଧ୍ୟରେ ପ୍ରଶ୍ନପତ୍ର ଅଣାଯିବ ଓ ଉତ୍ତର ଖାତା ନିଆଯିବ । ଏନେଇ ପ୍ରଶାସନ ପକ୍ଷରୁ ମକ ଡ୍ରିଲ ମଧ୍ୟ କରାଯାଇଛି । ଟ୍ରାଫିକ ମ୍ୟାନେଜମେଣ୍ଟ, କ୍ରାଉଡ କଣ୍ଟ୍ରୋଲ ପେରିଫେରିଆଲ ସିକ୍ୟୁରିଟି, ବ୍ଲକିଂ, ଚେକିଂ ପାଇଁ ମୁତୟନ ହୋଇଛନ୍ତି ବ୍ୟାପକ ଫୋର୍ସ ।

ସେପଟେ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ଯିବା ପାଇଁ ନିଶୁଳ୍କ ବସ୍‌ ସେବା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ପରୀକ୍ଷାର୍ଥୀମାନେ ନିଜର ଆଡମିଟ୍ କାର୍ଡ ଦେଖାଇ ଏହି ସୁବିଧାର ଲାଭ ଉଠାଇ ପାରିବେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
NEET UG Re-Exam Tomorrow, Mock Drill Held Across India | Argus News