Videos
|
National

Indians Missing in Nepal / ନେପାଳ ବନ୍ୟାରେ ଏବେ ବି ୩୨୦ ଭାରତୀୟ ନିଖୋଜ, MEA ଦେଲା ବଡ଼ ଅପଡେଟ୍

Santosh Kumar Sahoo
Browse all articles by Santosh Kumar Sahoo
·20 mins ago·2 min read
ନେପାଳ ବନ୍ୟାରେ ଏବେ ବି ୩୨୦ ଭାରତୀୟ ନିଖୋଜ, MEA ଦେଲା ବଡ଼ ଅପଡେଟ୍
Nepal Flood

Key Points

ନେପାଳରେ ଜଳପ୍ରଳୟ
୩୨୦ ଭାରତୀୟଙ୍କ ପତ୍ତା ମିଳୁନି
ଜାଣନ୍ତୁ MEAର ଅପଡେଟ୍
ନେପାଳରେ ଭୟଙ୍କର ବନ୍ୟା ପରେ ଏବେ ଚିନ୍ତା ବଢ଼ାଇଛି ଭାରତୀୟଙ୍କ ସୁରକ୍ଷା । ବିନାଶକାରୀ ବନ୍ୟା ଯୋଗୁଁ ନେପାଳରେ ଫସିଥିବା ୩୨୦ ଜଣ ଭାରତୀୟଙ୍କ ସହ ଏପର୍ଯ୍ୟନ୍ତ ଯୋଗାଯୋଗ ହୋଇପାରିନାହିଁ । ତେବେ ଏହା ମଧ୍ୟରେ ଆସିଛି କିଛି ଆଶ୍ୱସ୍ତିକର ଖବର—ଚୀନ୍‌ର ତିବ୍ବତ ଅଞ୍ଚଳରେ ଥିବା ପ୍ରାୟ ୪୦୦ ଭାରତୀୟ ସୁରକ୍ଷିତ ଥିବା ଜଣାପଡ଼ିଛି । ଭାରତ ସରକାର ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଚାଲୁ ରହିଥିବା ବେଳେ, ଉଦ୍ଧାର ଓ ସହାୟତା ପାଇଁ ଭାରତ ପକ୍ଷରୁ ଜୋରଦାର ପ୍ରୟାସ ଜାରି ରହିଛି ।

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଏବେ ସୁଦ୍ଧା ୩୨୦ ଜଣ ଭାରତୀୟଙ୍କ ସହ ଯୋଗାଯୋଗ ହୋଇପାରିନାହିଁ । ଏହା ସହିତ ଭାରତୀୟ ବଂଶୋଦ୍ଭବ ପ୍ରାୟ ୧୦୦ ଜଣଙ୍କ ସହ ମଧ୍ୟ ଯୋଗାଯୋଗ ହୋଇନଥିବା କୁହାଯାଇଛି ।

ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ରଣଧୀର ଜୟସ୍ବାଲ କହିଛନ୍ତି ଯେ, ଚୀନ୍‌ର ତିବ୍ବତ ଅଞ୍ଚଳରେ ଥିବା ପ୍ରାୟ ୪୦୦ ଜଣ ଭାରତୀୟ ନାଗରିକଙ୍କ ସହ ଯୋଗାଯୋଗ ହୋଇଛି ଏବଂ ସେମାନେ ସମସ୍ତେ ସୁରକ୍ଷିତ ଅଛନ୍ତି । ସେମାନେ ନିଜ ପରିବାର ସହ ମଧ୍ୟ ଯୋଗାଯୋଗରେ ଅଛନ୍ତି । ବେଜିଂସ୍ଥିତ ଭାରତୀୟ ଦୂତାବାସ ମଧ୍ୟ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ମିଶି ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ଦିଗରେ କାମ କରୁଛି ।

୨୧ ଭାରତୀୟ ଦିଲ୍ଲୀରେ ପହଞ୍ଚିଲେ

ସେପଟେ ବନ୍ୟା ପ୍ରଭାବିତ ଅଞ୍ଚଳରୁ କାଠମାଣ୍ଡୁ ପହଞ୍ଚିଥିବା ୨୧ ଜଣ ଭାରତୀୟ ଆଜି ଦିଲ୍ଲୀରେ ପହଞ୍ଚିଛନ୍ତି । ଏହି ୨୧ ଜଣ ତାମିଲନାଡୁର ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି । କାଠମାଣ୍ଡୁରେ ଭାରତୀୟ ରାଷ୍ଟ୍ରଦୂତ ସେମାନଙ୍କୁ ଭେଟି ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ବ୍ୟତୀତ ତ୍ରିଶୁଳୀ ୱାନ୍ ହାଇଡ୍ରୋ ପାୱାର ପ୍ରୋଜେକ୍ଟରେ କାମ କରୁଥିବା ୬୩ ଜଣ ଭାରତୀୟଙ୍କୁ ମଧ୍ୟ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଆଉ ଚୀନ୍ ପଟେ ଫସିଥିବା ୯୬ ଜଣ ଭାରତୀୟ ସ୍ଥଳପଥରେ ସୁରକ୍ଷିତ ଭାବେ ନେପାଳରେ ପହଞ୍ଚିଥିବା ଜଣାପଡ଼ିଛି । ସେମାନଙ୍କୁ ମଧ୍ୟ ସେଠାରୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି ।

୨୪ ଘଣ୍ଟା ଚାଲୁଛି କଣ୍ଟ୍ରୋଲ ରୁମ୍

ନେପାଳରେ ବନ୍ୟା ପରିସ୍ଥିତି ଦେଖାଦେବା ପରଠାରୁ ଭାରତ ସରକାର ମାନବୀୟ ସହାୟତା ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ବୈଦେଶିକ ମନ୍ତ୍ରଣାଳୟର କଣ୍ଟ୍ରୋଲ ରୁମ୍ ୨୪ ଘଣ୍ଟା କାର୍ଯ୍ୟ କରୁଛି । ଚୀନ୍‌ରେ ଥିବା ଭାରତୀୟ ଦୂତାବାସ ମଧ୍ୟ ସ୍ଥାନୀୟ ପ୍ରଶାସନ ସହ ନିରନ୍ତର ସମନ୍ୱୟ ରଖିଛି ।

ନେପାଳକୁ ପଠାଯାଉଛି ରିଲିଫ୍ ସାମଗ୍ରୀ

ବନ୍ୟା ପରେ ଭାରତ ପକ୍ଷରୁ ନେପାଳକୁ ବ୍ୟାପକ ମାନବୀୟ ସହାୟତା ପଠାଯାଉଛି। ଅଗଷ୍ଟ ୨୬ ତାରିଖ ସନ୍ଧ୍ୟାରେ ପ୍ରଥମ ବିମାନ ୧୦ ଟନ୍ ରିଲିଫ୍ ସାମଗ୍ରୀ ନେଇ ଯାଇଥିଲା। ଏଥିରେ ଅସ୍ଥାୟୀ ଶେଲ୍ଟର, କମ୍ବଳ, ହାଇଜିନ୍ କିଟ୍, ସୋଲାର ଲ୍ୟାମ୍ପ ଓ ଔଷଧ ଆଦି ରହିଥିଲା ।

ଏହାପରେ ଅଗଷ୍ଟ ୨୭ ତାରିଖ ସକାଳ ପ୍ରାୟ ୧୦ଟା ୩୦ରେ ଦ୍ୱିତୀୟ ବିମାନ ରିଲିଫ୍ ସାମଗ୍ରୀ ନେଇ ଯାତ୍ରା କରିଥିଲା। ଏହି ବିମାନରେ ୩୭.୫ ଟନ୍ ରିଲିଫ୍ ସାମଗ୍ରୀ ରହିଥିଲା । ଏଥିରେ ଟେଣ୍ଟ, କମ୍ବଳ, ହାଇଜିନ୍ କିଟ୍, ସୋଲାର ଲ୍ୟାମ୍ପ, ପାଣି ନିଷ୍କାସନ ପମ୍ପ, କିଚେନ୍ ସେଟ୍, ଜେନେରେଟର, ଔଷଧ ଓ ଖାଦ୍ୟ ସାମଗ୍ରୀ ଆଦି ରହିଛି ।
ନେପାଳରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ସହ ଯେଉଁମାନଙ୍କ ସହ ଯୋଗାଯୋଗ ହୋଇପାରୁନାହିଁ, ସେମାନଙ୍କ ସମ୍ପର୍କରେ ତଥ୍ୟ ଜାଣିବା ପାଇଁ ଭାରତୀୟ କର୍ତ୍ତୃପକ୍ଷଙ୍କ ପ୍ରୟାସ ଜାରି ରହିଛି ।