Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନୂଆ ନକ୍ସା ନେପାଳର ଶହେ ଟଙ୍କିଆ ନୋଟରେ ସ୍ଥାନିତ

National

ନୂଆ ନକ୍ସା ନେପାଳର ଶହେ ଟଙ୍କିଆ ନୋଟରେ ସ୍ଥାନିତ

Jitendra Dash
Browse all articles by Jitendra Dash
·2 years ago
ନୂଆ ନକ୍ସା ନେପାଳର ଶହେ ଟଙ୍କିଆ ନୋଟରେ ସ୍ଥାନିତ

ଅର୍ଗସ ବ୍ୟୁରୋ : ନେପାଳର ନୂଆ ନକ୍ସାକୁ ଭାରତର ବିରୋଧ ପରେ ଇସ୍ତଫା ଦେଲେ ନେପାଳ ରାଷ୍ଟ୍ରପତିଙ୍କ ଅର୍ଥନୈତିକ ଉପଦେଷ୍ଠା ଚିରଞ୍ଜିବୀ ନେପାଳ । ନୂଆ ନେପାଳ ନକ୍ସା ପ୍ରସ୍ତୁତି ସମୟରେ ଭୁଲ ନିଷ୍ପତ୍ତି ନିଆଯାଇଥିବା ସେ ଅଭିଯୋଗ କରିଛନ୍ତି । ନୂଆ ନକ୍ସାରେ ଭାରତର ସୀମାନ୍ତବର୍ତ୍ତୀ ଲିମ୍ପିୟାଧୁରା, କାଲାପାନୀ ଓ ଲିପୁଲେଖ ଅଞ୍ଚଳକୁ ନେପାଳ ମ୍ୟାପରେ ସ୍ଥାନିତ କରାଯାଇଥିବାରୁ ପ୍ରଥମରୁ ବିରୋଧ କରିଥିଲେ ଭାରତ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର । 

ଅଧିକ ପଢନ୍ତୁ ଭାରତ ଖବର

ଏହା ସତ୍ତ୍ବେ ନୂଆ ନକ୍ସାକୁ ନେପାଳର ଶହେ ଟଙ୍କିଆ ନୋଟରେ ସ୍ଥାନ ଦେବାକୁ ଅନୁମତି ଦେଇଥିଲେ ନେପାଳ କ୍ୟାବିନେଟ । ଭାରତର ବିରୋଧକୁ ନେଇ  ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହାଲ, ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲଙ୍କ ସହ ଆଲୋଚନା କରିଛନ୍ତି । ଗତ ୨୦୨୦ ଜୁନରେ ନେପାଳ ସମ୍ବିଧାନ ସଂଶୋଧନ ପ୍ରସ୍ତାବରେ ଦେଶର ନୂଆ ରାଜନୈତିକ ନକ୍ସାକୁ ମଞ୍ଜୁରୀ ମିଳିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Nepal Rs 100 notes with map of areas in India | Argus News