Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Shocking Murder / ମାଇଁ ପ୍ରେମରେ ଅନ୍ଧ ଭଣଜାର ନାରକୀୟ କାଣ୍ଡ! ଫିଲ୍ମି ଷ୍ଟାଇଲରେ ମାମୁଁଙ୍କୁ ହତ୍ୟା କରି...

Ritu Das
Browse all articles by Ritu Das
·3 months ago·2 min read
ମାଇଁ ପ୍ରେମରେ ଅନ୍ଧ ଭଣଜାର ନାରକୀୟ କାଣ୍ଡ! ଫିଲ୍ମି ଷ୍ଟାଇଲରେ ମାମୁଁଙ୍କୁ ହତ୍ୟା କରି...
India

Key Points

ସୁନ୍ଦରୀ ମାଇଁ ପ୍ରେମରେ ପାଗଳ ହୋଇଥିବା ଭଣଜାର ନାରକୀୟ କାଣ୍ଡ । ମାଇଁ ପ୍ରେମରେ ଏମିତି ପାଗଳ ହୋଇଗଲା ଯେ, ଭଣଜାକୁ ଆଉ କିଛି ଦିଶିଲାନି।
ସୁନ୍ଦରୀ ମାଇଁ ପ୍ରେମରେ ପାଗଳ ହୋଇଥିବା ଭଣଜାର ନାରକୀୟ କାଣ୍ଡ । ମାଇଁ ପ୍ରେମରେ ଏମିତି ପାଗଳ ହୋଇଗଲା ଯେ, ଭଣଜାକୁ ଆଉ କିଛି ଦିଶିଲାନି। ଉତ୍ତରପ୍ରଦେଶର ରାମପୁର ଜିଲ୍ଲାରୁ ଆସିଛି ଏଭଳି ଖବର । ମାମୁଁକୁ ହତ୍ୟା କଲା ଭଣଜା । ପ୍ରଥମେ ବିୟର ପିଆଇଲା ତା'ପରେ ଗଳା ଚିପି ହତ୍ୟା କରିଦେଲା। ଗତ ମାର୍ଚ୍ଚ ୧୩ ତାରିଖରେ ଜଣେ ଯୁବକଙ୍କ ମୃତଦେହ ସହ ବାଇକ ଉଦ୍ଧାର କରାଯାଇଥିଲା । ପ୍ରଥମେ ଏଭଳି ଲାଗୁଥିଲା କି, ଦୁର୍ଘଟଣା ଘଟିଛି । ପରେ କିନ୍ତୁ ତଦନ୍ତରୁ ଜଣା ପଡ଼ିଥିଲା କି, ହତ୍ୟା କରିବା ପରେ ପ୍ରମାଣକୁ ନଷ୍ଟ କରିବା ପାଇଁ ଦୁର୍ଘଟଣାର ରୂପ ଦିଆଯାଇଛି । ଅଭିଯୁକ୍ତ ବିରେନ୍ଦ୍ର ନିଜ ମାମୁଁକୁ ହତ୍ୟା କରିଥିବା ଜଣାପଡ଼ିଥିଲା ।

ଏହାସହ ପଢ଼ନ୍ତୁ: ପୂର୍ବତନ ଗାଁ ମୁଖିଆଙ୍କୁ ବୀଭତ୍ସ ହତ୍ୟା, ବସ୍ତାରେ ବାନ୍ଧି କେନାଲରେ ଫିଙ୍ଗିଦେଲା ପ୍ରେମିକା

ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଏହା ସମ୍ପୂର୍ଣ୍ଣ ଫିଲ୍ମ ଷ୍ଟାଇଲରେ ରଚା ଯାଇଥିଲା । ବିରେନ୍ଦ୍ର ନିଜ ବନ୍ଧୁଙ୍କ ସହ ମିଶି ଏକ ଫାର୍ମ ହାଉସକୁ ତାଙ୍କ ମାମୁଁଙ୍କୁ ମଦ ପିଇବା ପାଇଁ ଡାକିଥିଲେ । ଆଉ ସେଠାରେ ଭୋଜି ଭାତ କରିଥିଲେ । ନିଶା ହେବା ପରେ ସେମାନେ ମଫୁଲରରେ ଗଳା ଚିପି ହତ୍ୟା କରିବା ପରେ ବାଇକ ସହ ନେଇ ଫୋପାଡ଼ି ଦେଇ ଆସିଥିଲେ । ଆଉ ବାଇକ୍‌କୁ ଏଭଳି କରିଥିଲେ ଯେମିତି ଦୁର୍ଘଟଣା ଘଟିଛି ।

ସ୍ଥାନୀୟ ଲୋକେ ମଧ୍ୟ ପ୍ରଥମେ ଭାବିଥିଲେ କି, ଏହା ଏକ ଦୁର୍ଘଟଣା । ମାତ୍ର ପୋଲିସ ମୃତଦେହକୁ ଜବତ କରିଥିବାବେଳେ ଗଳାରେ ଥିବା ଦାଗକୁ ଦେଖିଥିଲା । ପରେ ତଦନ୍ତରୁ ଏହା ହତ୍ୟା ବୋଲି ଜଣାପଡ଼ିଥିଲା । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ କୋର୍ଟ ଚାଲାଣ କରାଯାଇଛି । ତେବେ ମାଇଁଙ୍କୁ ପ୍ରେମ କରୁଥିଲା ବିରେନ୍ଦ୍ର । ମାମୁଁକୁ ହତ୍ୟା କରିବା ପରେ ମାଇଁକୁ ବିବାହ କରିବାର ଯୋଜନା କରିଥିଲା । ସମ୍ପର୍କ ଏମିତି ଥିଲା କି, କେହି ମଧ୍ୟ ଏହାକୁ ସନ୍ଦେହ କରୁ ନ ଥିଲେ । ଯାହାର ଫାଇଦା ମଧ୍ୟ ପୂର୍ବରୁ ଉଠାଇଥିବା କୁହାଯାଉଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Nephew Blinded by Love Brutally Murders Uncle in Filmy Style Crime Shock | Argus News