|
logo
Live
Argus News App
GET APP

Argus News - ପୂର୍ବତନ ଗାଁ ମୁଖିଆଙ୍କୁ ବୀଭତ୍ସ ହତ୍ୟା, ବସ୍ତାରେ ବାନ୍ଧି କେନାଲରେ ଫିଙ୍ଗିଦେଲା ପ୍ରେମିକା

National

Murder / ପୂର୍ବତନ ଗାଁ ମୁଖିଆଙ୍କୁ ବୀଭତ୍ସ ହତ୍ୟା, ବସ୍ତାରେ ବାନ୍ଧି କେନାଲରେ ଫିଙ୍ଗିଦେଲା ପ୍ରେମିକା

Sushanta Sahoo
Browse all articles by Sushanta Sahoo
·1 week ago·2 min read
ପୂର୍ବତନ ଗାଁ ମୁଖିଆଙ୍କୁ ବୀଭତ୍ସ ହତ୍ୟା, ବସ୍ତାରେ ବାନ୍ଧି କେନାଲରେ ଫିଙ୍ଗିଦେଲା ପ୍ରେମିକା
Body Found in Canal

Key Points

୧୮ ଛୁଆ, ଦୁଇ ପତ୍ନୀ । ତଥାପି ପ୍ରେମ ସମ୍ପର୍କରେ ଥିଲା ଗାଁର ପୂର୍ବତନ ମୁଖିଆ । ସମ୍ପର୍କ ରଖିବାକୁ ପ୍ରେମିକାକୁ ବ୍ଲାକମେଲିଂ କରୁଥିଲା । ଆଉ ଶେଷରେ କେନାଲ କୂଳରୁ ଅଖାରେ ବନ୍ଧା ଯାଇଥିବା ଅବସ୍ଥାରେ ମିଳିଲା ମୃତଦେହ । 
ନୂଆଦିଲ୍ଲୀ: ଗୋଟିଏ ନୁହେଁ ଦୁଇଟି ବାହା ହୋଇଥିଲା । ଦୁଇ ସ୍ତ୍ରୀଙ୍କ ୧୮ ଛୁଆ ବି ଅଛନ୍ତି । ତଥାପି ମନ ବୋଲ ମାନୁ ନଥିଲା । ସମ୍ପର୍କ ରଖିବାକୁ, ମିଶିବାକୁ ପ୍ରେମିକାକୁ ବ୍ଲାକମେଲିଂ କରୁଥିଲା । ଆଉ ଶେଷରେ ବ୍ଲାକମେଲିଂ ଜୀବନକୁ ବ୍ଲାକ୍ ଆଉଟ୍ କରି ଦେଇଛି ।

ପୂର୍ବତନ ଗାଁ ମୁଖିଆଙ୍କୁ ଲୁହା ରଡ୍‌ରେ ପିଟି ପିଟି ବୀଭତ୍ସ ଭାବେ ହତ୍ୟା କରାଯାଇଛି । ହତ୍ୟା ପରେ କେହି ଯେଭଳି କିଛି ପ୍ରମାଣ ନ ପାଇବେ । ସେଥିପାଇଁ ଦୂର କେନାଲରେ ମୃତଦେହକୁ ଅଖାରେ ବାନ୍ଧି ଫିଙ୍ଗି ଦେଇଛି ବ୍ଲାକମେଲିଂର ଶୀକାର ହୋଇଥିବା ପ୍ରେମିକା । ଏଭଳି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି ଉତ୍ତରପ୍ରଦେଶର ପ୍ରତାପଗଡ଼ ଜିଲ୍ଲାରେ ।

ଏଥିସହ ପଢ଼ନ୍ତୁ: ଛାତିଥରା ଘଟଣା...ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟା ବୋହୂ

ସୁମେରପୁର ଗାଁର ପୂର୍ବତନ ଗାଁ ମୁଖିଆ ମୁସ୍ତକା ଗୁଲଶନ ଓରଫ ମୁନାକୁ ହତ୍ୟା କରାଯାଇଛି । ଆଉ ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ହେଉଛି ମୁସ୍ତକାର ପ୍ରେମିକା । ମୁସ୍ତକାର ପ୍ରେମିକା ଛଡ଼ା ୨ ପତ୍ନୀ ଓ ୧୮ ଛୁଆ ଅଛନ୍ତି ।

ନିଖୋଜର ୩ ଦିନ ପରେ ମିଳିଲା ମୃତଦେହ

ମାର୍ଚ୍ଚ ୧୮ ତାରିଖରେ ମୁସ୍ତକା ଗୁଲଶନ ଘରୁ ଯାଇ ଆଉ ଫେରି ନଥିଲେ । ମୁସ୍ତକା ନ ଫେରିବାରୁ ପରିବାର ଲୋକ ଖୋଜାଖୋଜି କରିବା ସହ ପୋଲିସରେ ଏତଲା ଦେଇଥିଲା । ପୋଲିସ ଏତଲା ଆଧାରରେ ତଦନ୍ତ କରି କଲ୍ ରେକର୍ଡ ଯାଞ୍ଚ ପରେ ପହଞ୍ଚିଥିଲା ସୁମନ ଗୌତମଙ୍କ ପାଖରେ ।

ମାର୍ଚ୍ଚ ୨୧ ତାରିଖରେ ପୋଲିସ ସୁମନ ଗୌତମଙ୍କୁ ହେପାଜତକୁ ନେଇଥିଲା । ଆଉ ପୋଲିସର ଜେରା ପରେ ସତ ଓଗାଳିଥିଲା ସୁମନ । ମୁସ୍ତାକ ନିଖୋଜ ଉପରୁ ହଟିଥିଲା ପରଦା । ରବିବାର ପୋଲିସ ମୁସ୍ତକାର ମୃତଦେହକୁ କେନାଲ ନିକଟରୁ ଏକ ଏଖାରେ ବନ୍ଧା ଯାଇଥିବା ଅବସ୍ଥାରେ ଜବତ କରିଛି ।

ବ୍ଲାକମେଲିଂରୁ ହତ୍ୟା

ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ, ମୁସ୍ତକା ଓ ସୁମନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ସୁମନର ଅଭିଯୋଗ ଅନୁସାରେ, ମୁସ୍ତକା ସମ୍ପର୍କ ରଖିବା ଲାଗି ଚାପ ପକାଇବା ସହ ବ୍ଲାକମେଲ୍ କରି ଆସୁଥିଲା । ଆଉ ବ୍ଲାକମେଲ୍‌ରୁ ବର୍ତ୍ତିବା ଲାଗି ସୁମନ ତାର ଭାଇ ଓ ବନ୍ଧୁଙ୍କ ସହ ମିଶି ମୁସ୍ତକାକୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା ।

ଏଥିସହ ପଢ଼ନ୍ତୁ: ମାଟ୍ରିମୋନିର IAS ବର ବାହାରିଲା ନକଲି; ମିଛ ଫଟୋ ଦେଖାଇ ଠକିଥିଲା, କରିଥାନ୍ତା ତୃତୀୟ ବିବାହ

କଲ୍ କରି ଡାକିଲେ, ଲୁହା ରଡ୍‌ରେ ପିଟିଲେ

ମାର୍ଚ୍ଚ ୧୮ ତାରିଖରେ ମୁସ୍ତକାକୁ ଫୋନ୍ କରି ଶାଶୂ ଘରକୁ ଡାକିଥିଲା ସୁମନ । ସେଠାରେ ପୂର୍ବରୁ ସୁମନର ଭାଇ ଓ ବନ୍ଧୁ ରଡ୍ ଧରି ଲୁଚିଥିଲେ । ମୁସ୍ତକା ପହଞ୍ଚିବା ମାତ୍ରେ ଲୁହା ରଡ୍‌ରେ ପିଟିବା ଆରମ୍ଭ କରିଥିଲେ । ହତ୍ୟା ପରେ ଧରାପଡ଼ିଯିବା ଭୟରେ ମୃତଦେହକୁ ଅଖାରେ ବାନ୍ଧି ଦୂରରେ ଥିବା କେନାଲ ନିକଟରେ ଫିଙ୍ଗି ଦେଇଥିଲେ ।

ପୋଲିସ ଅନୁସାରେ, ମୁଖ୍ୟ ଅଭିଯୁକ୍ତ ସୁମନକୁ ଗିରଫ କରାଯାଇଛି । ଫେରାର୍ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ । ଏହି ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ ସମଗ୍ର ଅଞ୍ଚଳକୁ ଦୋହଲାଇ ଦେଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Murder: ପୂର୍ବତନ ଗାଁ ମୁଖିଆଙ୍କୁ ବୀଭତ୍ସ ହତ୍ୟା, ବସ୍ତାରେ ବାନ୍ଧି କେନାଲରେ ଫିଙ୍ଗିଦେଲା ପ୍ରେମିକା | Argus News