Videos
|
National

PM Modi Praises Indian Pilot / ‘ଜଣେ ଭାରତୀୟ ୯/୧୧ ଭଳି ବିପର୍ଯ୍ୟୟ ରୋକିଦେଲେ’, କ୍ୟାପଟେନ୍‌ ସ୍ମିତଙ୍କୁ ପ୍ରଶଂସା କଲେ ମୋଦି

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
‘ଜଣେ ଭାରତୀୟ ୯/୧୧ ଭଳି ବିପର୍ଯ୍ୟୟ ରୋକିଦେଲେ’, କ୍ୟାପଟେନ୍‌ ସ୍ମିତଙ୍କୁ ପ୍ରଶଂସା କଲେ ମୋଦି
PM Modi Praises Indian Pilot

Key Points

ଭାରତୀୟ ପାଇଲଟ୍ ସ୍ମିତଙ୍କୁ ମୋଦିଙ୍କ ପ୍ରଶଂସା
‘ଜଣେ ଭାରତୀୟ ୯/୧୧ ରୋକିଦେଲେ!’
ଦେଶକୁ ଗର୍ବିତ କଲେ କ୍ୟାପ୍ଟେନ୍ ସ୍ମିତ
ମଝି ଆକାଶରେ ଯେତେବେଳେ ବିପଦ ଆସେ, ସେତେବେଳେ ସାହାସ ଓ ଉପସ୍ଥିତ ବୁଦ୍ଧି ହିଁ ଶହ ଶହ ଜୀବନ ବଞ୍ଚାଇପାରେ । ଏମିତି ଏକ ସଙ୍କଟପୂର୍ଣ୍ଣ ସମୟରେ ନିଜର ଅଦମ୍ୟ ସାହାସର ପରିଚୟ ଦେଇ ଏବେ ଚର୍ଚ୍ଚାରେ ଭାରତୀୟ ପାଇଲଟ୍‌ କ୍ୟାପ୍ଟେନ୍ ସ୍ମିତ ମାଚ୍ଛର । ତାଙ୍କ ଧୈର୍ଯ୍ୟ, ଉପସ୍ଥିତ ବୁଦ୍ଧି ଓ ସାହାସକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏପରିକି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ମଧ୍ୟ ଏହି ଘଟଣାର ଉଲ୍ଲେଖ କରିଛନ୍ତି ।

ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମାଚ୍ଛରଙ୍କ ସାହସ ଓ ଧୈର୍ଯ୍ୟର ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଠିନ ପରିସ୍ଥିତିରେ କ୍ୟାପ୍ଟେନ୍ ସ୍ମିତ ଧୈର୍ଯ୍ୟ, ଉପସ୍ଥିତ ବୁଦ୍ଧି ଓ ସାହସର ପରିଚୟ ଦେଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ତାଙ୍କର ପରାକ୍ରମ ସାରା ଦେଶକୁ ଗର୍ବିତ କରିଛି ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ କହିବା ଅନୁସାରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ମଧ୍ୟ ଏହି ଘଟଣାର ଉଲ୍ଲେଖ କରି କ୍ୟାପ୍ଟେନ୍ ସ୍ମିତଙ୍କ ସାହସକୁ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ମଧ୍ୟ ଏହି ଘଟଣାର ଉଲ୍ଲେଖ କରି କହିଛନ୍ତି ଯେ ଜଣେ ଭାରତୀୟ 9/11 ଭଳି ଏକ ଦୁଃଖଦ ଘଟଣାକୁ ଏଡାଇ ଦେଇଛନ୍ତି ।



‘ସ୍ମିତଙ୍କ ପରିବାର ସହ କଥା ହୋଇଛି’

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ସେ କ୍ୟାପ୍ଟେନ୍ ସ୍ମିତଙ୍କ ପରିବାର ସହ ମଧ୍ୟ କଥା ହୋଇଛନ୍ତି । ଏହି କଠିନ ସମୟରେ ସ୍ମିତଙ୍କ ପରିବାର ସହ ସାରା ଦେଶ ଠିଆ ହୋଇଛି ବୋଲି ସେ କହିଛନ୍ତି । ଏହାସହିତ କ୍ୟାପ୍ଟେନ୍ ସ୍ମିତଙ୍କ ଶୀଘ୍ର ଆରୋଗ୍ୟ ଓ ଦୀର୍ଘାୟୁ କାମନା କରିବାକୁ ଦେଶବାସୀଙ୍କୁ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ । ଦେଶର ଗୌରବ ବଢ଼ାଇଥିବା ସ୍ମିତଙ୍କୁ ସମ୍ମାନ ଜଣାଇବା ଉଚିତ ବୋଲି ମଧ୍ୟ ସେ କହିଛନ୍ତି ।

ବିମାନରେ ସଙ୍କଟ ସମୟରେ ସାହସିକ ଭୂମିକା

ରିପୋର୍ଟ ଅନୁସାରେ, ଫ୍ଲାଏଦୁବାଇର ଏକ ବିମାନରେ ସଙ୍କଟ ସମୟରେ କ୍ୟାପ୍ଟେନ୍ ସ୍ମିତ ଆହତ ହୋଇଥିଲେ । ତଥାପି ସେ କକପିଟ୍‌ର ଦ୍ୱାର ଖୋଲିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ଏହାପରେ ବିମାନରେ ଥିବା ଲୋକମାନେ ଆକ୍ରମଣକାରୀଙ୍କୁ କାବୁ କରିଥିଲେ ଏବଂ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିଲା ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: