Pakistani Content Ban / ଭାରତରେ ରିଲିଜ୍ ହେବନି ପାକ୍ ସିରିଜ୍, Netflixକୁ କେନ୍ଦ୍ର ସରକାରଙ୍କ କଡ଼ା ନିର୍ଦ୍ଦେଶ
·54 mins ago·2 min read

Key Points
ନେଟଫ୍ଲିକ୍ସକୁ କେନ୍ଦ୍ର ସରକାରଙ୍କ କଡ଼ା ନିର୍ଦ୍ଦେଶ
ଭାରତରେ ରିଲିଜ୍ ହେବନି ପାକ୍ ସିରିଜ୍
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଆକ୍ସନ୍ ..
ଭାରତରେ ରିଲିଜ୍ ହେବନି ପାକ୍ ସିରିଜ୍
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଆକ୍ସନ୍ ..
ନୂଆଦିଲ୍ଲୀ: ଭାରତରେ ପାକିସ୍ତାନୀ କଣ୍ଟେଣ୍ଟ ପ୍ରସାରଣକୁ ନେଇ ଲୋକପ୍ରିୟ OTT ପ୍ଲାଟଫର୍ମ Netflixକୁ କେନ୍ଦ୍ର ସରକାରଙ୍କ କଡ଼ା ନିର୍ଦ୍ଦେଶ। ଏଣିକି ଭାରତୀୟ ଦର୍ଶକ Netflixରେ ଦେଖିପାରିବେ ନାହିଁ ପାକିସ୍ତାନରୁ ଉତ୍ପତ୍ତି ହୋଇଥିବା କୌଣସି ଫିଲ୍ମ କିମ୍ବା ୱେବ୍ ସିରିଜ୍। ଏନେଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ (Ministry of Information and Broadcasting) ପକ୍ଷରୁ Netflixକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ୨୦୨୫ ମେ ୮ ତାରିଖରେ ଜାରି ହୋଇଥିବା ଆଡଭାଇଜରିକୁ କଡ଼ାକଡ଼ି ପାଳନ କରିବାକୁ ମନ୍ତ୍ରଣାଳୟ କହିଛି।
ସୂଚନା ଅନୁସାରେ, ପାକିସ୍ତାନରୁ ଉତ୍ପତ୍ତି ହୋଇଥିବା କୌଣସି କଣ୍ଟେଣ୍ଟ ଭାରତରେ ଉପଲବ୍ଧ ନକରାଇବାକୁ ପୂର୍ବରୁ ମଧ୍ୟ OTT ପ୍ଲାଟଫର୍ମଗୁଡ଼ିକୁ ପରାମର୍ଶ ଦିଆଯାଇଥିଲା। ଏହି ନିର୍ଦ୍ଦେଶରେ ପାକିସ୍ତାନୀ ଫିଲ୍ମ, ୱେବ୍ ସିରିଜ୍ ଏବଂ ଅନ୍ୟାନ୍ୟ ଅଡିଓ-ଭିଜୁଆଲ୍ କଣ୍ଟେଣ୍ଟକୁ ଭାରତୀୟ ଦର୍ଶକଙ୍କ ପାଇଁ ଉପଲବ୍ଧ ନକରାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ପଢନ୍ତୁ ଏହି ଖବର: ପୁରୁଷ ବନ୍ଧୁଙ୍କ କବଳରେ ଥିଲେ ଏହି ଅଭିନେତ୍ରୀ, ମୁହଁ ଖୋଲି କହିଲେ ଯନ୍ତ୍ରଣାଦାୟକ କାହାଣୀ !
ତେବେ ଏହି ନିର୍ଦ୍ଦେଶକୁ ନେଇ ଏବେ ପୁଣି ଥରେ Netflixକୁ ମନେ ପକାଇ ଦେଇଛି କେନ୍ଦ୍ର ସରକାର। ଗତବର୍ଷ ଜୁନ୍ ମାସରେ Netflix ମନ୍ତ୍ରଣାଳୟକୁ ଜଣାଇଥିଲା ଯେ ଭାରତୀୟ ଗ୍ରାହକଙ୍କ ପାଇଁ ପାକିସ୍ତାନରୁ ଉତ୍ପତ୍ତି ହୋଇଥିବା କୌଣସି ଫିଲ୍ମ କିମ୍ବା ୱେବ୍ ସିରିଜ୍ ଉପଲବ୍ଧ କରାଯାଇନାହିଁ। ଏହି ଆଶ୍ୱାସନାକୁ ବଜାୟ ରଖିବାକୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟପଟେ ପାକିସ୍ତାନୀ ୱେବ୍ ସିରିଜ୍ 'Jo Bachay Hain Sang Samait Lo'କୁ ନେଇ ଏହି ପ୍ରସଙ୍ଗ ପୁଣି ଚର୍ଚ୍ଚାକୁ ଆସିଛି। ଏହି ସିରିଜ୍ ଭାରତରେ ରିଲିଜ୍ ହେବାର ସମ୍ଭାବନାକୁ ନେଇ ମନ୍ତ୍ରଣାଳୟ ନିକଟରେ ଅନେକ ଅଭିଯୋଗ ଓ ପ୍ରତିନିଧିତ୍ୱ ପହଞ୍ଚିଥିଲା। ଏହାକୁ ନେଇ ସରକାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଭାରତରେ ଏହି ସିରିଜ୍ ସମେତ ପାକିସ୍ତାନୀ ମୂଳର କୌଣସି କଣ୍ଟେଣ୍ଟ ଉପଲବ୍ଧ ନକରାଇବାକୁ Netflixକୁ କୁହାଯାଇଛି।
Related Topics
Explore more stories