Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

New Aadhaar App Launch / ଆସିଗଲା ନୂଆ ଆଧାର ଆପ୍; ଏମିତି କରନ୍ତୁ ଡାଉନଲୋଡ୍‍, ମିଳିବ ଏହି ସୁବିଧା

Debashree Debasmita Sahoo
Browse all articles by Debashree Debasmita Sahoo
·5 months ago·3 min read
ଆସିଗଲା ନୂଆ ଆଧାର ଆପ୍; ଏମିତି କରନ୍ତୁ ଡାଉନଲୋଡ୍‍, ମିଳିବ ଏହି ସୁବିଧା
New Aadhaar App Launched

Key Points

ଲଞ୍ଚ ହେଲା ନୂଆ ଆଧାର ଆପ୍
ଯୁଜରଙ୍କୁ ମିଳିବ ନୂଆ ଟପ୍ ଫିଚର
ଆହୁରି ସୁରକ୍ଷିତ ହେବ ବ୍ୟକ୍ତିଗତ ତଥ୍ୟ
ଚୁଟକିରେ ଚେଞ୍ଜ କରିପାରିବେ ଫୋନ ନମ୍ବର
ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (UIDAI) ଆଜି କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଜିତିନ ପ୍ରସାଦଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବରେ ଏକ ନୂତନ ଆଧାର ମୋବାଇଲ୍ ଆପ୍ଲିକେସନ୍ ଲଞ୍ଚ କରିଛି । ଏହି ନୂତନ ଆପ୍ ପୂର୍ବରୁ ଥିବା ଆଧାର ଆପ୍‌ଠାରୁ ଯଥେଷ୍ଟ ଭିନ୍ନ ଏବଂ ଉନ୍ନତ ଫିଚର ପ୍ରଦାନ କରିବ । ପୂର୍ବରୁ ଆପଣଙ୍କୁ କୌଣସି ବ୍ୟକ୍ତିଗତ ତଥ୍ୟ ଅପଡେଟ୍ କରିବା ପାଇଁ ଆଧାର କେନ୍ଦ୍ରକୁ ନିଜ ଆଧାର କାର୍ଡର ଫିଜିକାଲ୍ କପି ନେବାକୁ ପଡୁଥିଲା, କିନ୍ତୁ ଏବେ ତାହାର ଆଉ ଆବଶ୍ୟକତା ପଡ଼ିବ ନାହିଁ ।

ତେବେ ନୂଆ ଆଧାର ଆପ୍ ଲଞ୍ଚ କରିବାର ଲକ୍ଷ୍ୟ ହେଉଛି ବ୍ୟବହାରକାରୀମାନଙ୍କୁ ସେମାନଙ୍କର ବ୍ୟକ୍ତିଗତ ସୂଚନା ଉପରେ ଅଧିକ ନିୟନ୍ତ୍ରଣ ପ୍ରଦାନ କରିବା, ଯାଞ୍ଚ ଏବଂ ପ୍ରମାଣୀକରଣକୁ ସୁବ୍ୟବସ୍ଥିତ କରିବା ଏବଂ ପ୍ରୋଫାଇଲ୍ ବିବରଣୀ ଅପଡେଟ୍ କରିବା ଭଳି ସାଧାରଣତଃ ବ୍ୟବହୃତ ସେବାଗୁଡ଼ିକୁ ସରଳ କରିବା ।

ନୂଆ ଆଧାର ଆପ୍‌ରେ କଣ ମିଳିବ ସୁବିଧା ?
ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (UIDAI)ର ନିଶ୍ଚିତକରଣ ଉପରେ ନିର୍ଭର କରି ଲୋକମାନେ ଏବେ କିଛି ମିନିଟ୍ ମଧ୍ୟରେ ଠିକଣା ଏବଂ ମୋବାଇଲ୍ ନମ୍ବରକୁ ପରିବର୍ତ୍ତନ କରିପାରିବେ । ୟୁଜର ନିଜର ପ୍ରାମାଣିକରଣ ହିଷ୍ଟ୍ରିକୁ ବି ଟ୍ରାକ୍ କରିପାରିବେ, ଯେଉଁଥିରେ ସେମାନଙ୍କ ଆଧାରର ତଥ୍ୟ କେବେ ଓ କେଉଁଠାରେ ଯାଞ୍ଚ ପାଇଁ ବ୍ୟବହାର ହୋଇଛି ତାହା ଅତି ସହଜରେ ଜଣାପଡ଼ିବ । ଏହାଦ୍ବାରା ୟୁଜରମାନେ ନିଜର ଡିଜିଟାଲ ପରିଚୟ ଉପରେ ଏକ ସ୍ବଚ୍ଛତା ଓ ନିୟନ୍ତ୍ରଣ ପାଇପାରିବେ ।

ବ୍ୟକ୍ତିଗତ ତଥ୍ୟ ଉପରେ ଅଧିକ ନିୟନ୍ତ୍ରଣ
ଏହି ଫିଚର ମଧ୍ୟରେ ଏକ ପ୍ରମୁଖ ଫିଚର ହେଉଛି ନୂଆ ଆଧାର ଆପ୍ ଦ୍ବାରା ୟୁଜରମାନେ ପୁରା ଆଧାର କାର୍ଡକୁ ସେୟାର କରିବା ବଦଳରେ କେବଳ କିଛି ନିର୍ଦ୍ଦିଷ୍ଟ ତଥ୍ୟକୁ ସେୟାର କରିପାରିବେ, ଯାହାଦ୍ବାରା ସେମାନଙ୍କ ଗୋପନୀୟତା ଓ ସୁରକ୍ଷା ପୂର୍ବାପେକ୍ଷା ଅଧିକ ସୁଦୃଢ ହେବ । ଭବିଷ୍ୟତରେ ତଥ୍ୟର ଅପବ୍ୟବହାର ହେବନି । ଆମେ ଅଧିକାଂଶ ସମୟରେ କୌଣସି ହୋଟେଲରେ ରହିବା ସମୟରେ ଆଧାର କାର୍ଡ ଦେବାକୁ ପଡ଼ିଥାଏ । ସେଠାରେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍ ହେବାର ଅଧିକ ଆଶଙ୍କା ରହିଥାଏ । ନୂଆ ଆଧାର ଆପ୍ ଦ୍ବାରା ଆପଣଙ୍କୁ ସମସ୍ତ ତଥ୍ୟ ଦେବାକୁ ପଡ଼ିବ ନାହିଁ ।

ପରିବାର ବର୍ଗଙ୍କ ଆଧାର ଅପଡେଟ୍ ସୁବିଧା
ଅନ୍ୟ ଏକ ପ୍ରମୁଖ ଅପଗ୍ରେଡ୍ ହେଉଛି ଆପଣ ନିଜ ପରିବାର ବର୍ଗଙ୍କ ଆଧାରକୁ ଏହି ଆପ୍‌ରେ ଅପଡେଟ୍ କରିବାର ସୁଯୋଗ ପାଇବେ । ଗୋଟିଏ ମୋବାଇଲ ଡିଭାଇସରେ ଆପଣ ୫ଟି ଆଧାର ପ୍ରୋଫାଇଲର ପରିଚାଳନା କରିପାରିବେ । ନିଜ ପରିବାର ସଦସ୍ୟଙ୍କ କୌଣସି ଆଧାର ଅପଡେଟ୍ କରିବା ପାଇଁ ଆପଣଙ୍କୁ ଆଉ ଆଧାର କେନ୍ଦ୍ରକୁ ଦୌଡ଼ିବାକୁ ପଡ଼ିବ ନାହିଁ । ଘରେ ବସି ଗୋଟିଏ ମୋବାଇଲ ଡିଭାଇସରେ ଆପଣ ସବୁକିଛି ଅତି ସହଜରେ କରିପାରିବେ ।

ବିନା ଇଣ୍ଟରନେଟ୍‌ରେ ଆଧାର ଭେରିଫିକେସନ
ଏହି ନୂଆ ଆପ୍‌ ମାଧ୍ୟମରେ ଜଣେ ୟୁଜର ଇଣ୍ଟରନେଟ୍ ବିନା ମଧ୍ୟ ଆଧାର ଭେରିଫିକେସନ କରିପାରିବେ । ଆଜି ବି ଅନେକ ଅଞ୍ଚଳକୁ ସଠିକ ଭାବେ ଇଣ୍ଟରନେଟ୍ ସେବା ପହଞ୍ଚିପାରିନାହିଁ । ନୂଆ ଆପ୍ ଅପହଞ୍ଚ ଅଞ୍ଚଳର ୟୁଜରଙ୍କ ଲାଗି ବେଶ ସହାୟକ ହେବ । ଇଣ୍ଟରନେଟ୍ ଦୁର୍ବଳ ଥିଲେ ସୁଦ୍ଧା ଆପଣଙ୍କୁ କୌଣସି ଫରକ ପଡ଼ିବ ନାହିଁ । ଅଫଲାଇନରେ ଆପଣ ଆଧାର ଭେରିଫିକେସନ କରିପାରିବେ ।

କେମିତି ଡାଉନଲୋଡ୍ କରିବେ ନୂଆ ଆଧାର ଆପ୍ ?
ୟୁଜର ଆପଲ୍ ଆପ୍ ଷ୍ଟୋର ଓ ଗୁଗଲ୍ ପ୍ଲେ ଷ୍ଟୋରରୁ ନୂଆ ଆଧାର ଆପ୍‌କୁ ଡାଉନଲୋଡ୍ କରିପାରିବେ । ଏଥିପାଇଁ ନିମ୍ନଲିଖିତ ଷ୍ଟେପକୁ ଅନୁସରଣ କରନ୍ତୁ:

ଆଣ୍ଡ୍ରଏଡ ୟୁଜର ଗୁଗଲ୍ ପ୍ଲେ ଷ୍ଟୋର ଏବଂ iOS ୟୁଜର ଆପଲ୍ ଆପ୍ ଷ୍ଟୋର ଖୋଲନ୍ତୁ ।
UIDAIର “Aadhaar” ଆପ୍ ସର୍ଚ୍ଚ କରନ୍ତୁ ।
ଆପ୍‌କୁ ନିଜ ଡିଭାଇସରେ ଡାଉନଲୋଡ୍ ଓ ଇନଷ୍ଟଲ୍ କରନ୍ତୁ ।
ଆପଣଙ୍କ ଭାଷା ଚୟନ କରନ୍ତୁ ଓ ସେଟଅପ୍ ପୁରା କରନ୍ତୁ ।
ଇନଷ୍ଟଲେସନ ସମାପ୍ତ ହେବା ପରେ ଆପଣ ଡିଜିଟାଲ୍ ପରିଚୟ ପରିଚାଳନା, ଯାଞ୍ଚ, ପରିବର୍ତ୍ତନ କିମ୍ବା ଅପଡେଟ୍ କରିବା ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଆପ୍ ବ୍ୟବହାର ଆରମ୍ଭ କରିପାରିବେ ।

ଏଥିସହ ପଢନ୍ତୁ: ଡ୍ରେନ ଉପରେ ଗାଡିରେ ରଖିଲେ ଗଣିବେ ମୋଟା ଅଙ୍କର ଫାଇନ୍

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
New Aadhaar App Launched Features, Download Links & Phone Number Change Solution | Argus News