Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Narendra Modi / କାଲିଠୁ GST ସଞ୍ଚୟ ଉତ୍ସବ ଆରମ୍ଭ, ଉପକୃତ ହେବେ ଗରିବ ଓ ମଧ୍ୟମିତ ବର୍ଗ ଲୋକେ

Santosh Kumar Sahoo
Browse all articles by Santosh Kumar Sahoo
·9 months ago·2 min read
କାଲିଠୁ GST ସଞ୍ଚୟ ଉତ୍ସବ ଆରମ୍ଭ, ଉପକୃତ ହେବେ ଗରିବ ଓ ମଧ୍ୟମିତ ବର୍ଗ ଲୋକେ

Key Points

ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ। GST ସଂସ୍କାର ନେଇ ଦେଲେ ବଡ଼ ସୂଚନା । କାଲିଠାରୁ ଗରିବ ଓ ମଧ୍ୟମ ବର୍ଗ ଲୋକେ ଉପକୃତ ହେବେ ।

ଆସନ୍ତାକାଲିଠୁ ଲାଗୁ ହେବାକୁ ଯାଉଛି ନୂଆ ଜିଏସଟି ଦର । ତେବେ ଏହା ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । PM ନରେନ୍ଦ୍ର ମୋଦୀ ନବରାତ୍ରି ଅବସରରେ ପ୍ରଥମେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେ କହିଥିଲେ, ସେପ୍ଟେମ୍ବର ୨୨ ତାରିଖ ହେଉଛି ନବରାତ୍ରିର ପ୍ରଥମ ଦିନ ଏବଂ ନୂତନ ପରବର୍ତ୍ତୀ ପିଢ଼ିର GST ସେହି ଦିନଠୁ କାର୍ଯ୍ୟକାରୀ ହେବ। ଏହି ଅବସରକୁ ସ୍ୱତନ୍ତ୍ର ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା କେବଳ ଉତ୍ସବ ପାଳନର ସମୟ ନୁହେଁ ବରଂ ଅର୍ଥନୈତିକ ବିକାଶ ଏବଂ ଟିକସ ସଂସ୍କାର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ।


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆସନ୍ତାକାଲିଠୁ GST ସଞ୍ଚୟ ମହୋତ୍ସବ ଆରମ୍ଭ ହେଉଛି । ଏହି ସଞ୍ଚୟ ମହୋତ୍ସବ ପ୍ରତ୍ୟେକ ନାଗରିକଙ୍କ ଟଙ୍କା ସଞ୍ଚୟ କରିବ । କେନ୍ଦ୍ର ସରକାର ଏବଂ ରାଜ୍ୟଗୁଡ଼ିକର ପ୍ରୟାସ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ପ୍ରତ୍ୟେକ ରାଜ୍ୟର ଚିନ୍ତାକୁ ଦୂର କରାଯାଇଛି। "ଏକ ରାଷ୍ଟ୍ର, ଏକ ଟିକସ"ର ସ୍ୱପ୍ନ ସାକାର ହୋଇଛି। ଟିକସ ଚକ୍ରବ୍ୟୁହ ପୂର୍ବରୁ ଏକ ଅସୁବିଧା ଥିଲା, କିନ୍ତୁ GST ସଂସ୍କାର ସବୁକିଛି ସହଜ କରିଦେଇଛି।
ସେହିପରି ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, କାଲିଠାରୁ ଗରିବ ଓ ମଧ୍ୟମ ବର୍ଗ ଲୋକେ ଉପକୃତ ହେବେ । ସବୁ ବର୍ଗର ଲୋକେ GST ସଂସ୍କାର ଦ୍ବାରା ଉପକୃତ ହେବେ । ଏହା ଭାରତର ବିକାଶକୁ ଆହୁରି ଅଧିକ ତ୍ବରାନ୍ବିତ କରିବ । ୨୦୧୭ରେ ପ୍ରଥମ କରି GST ଲାଗୁ କରାଯାଇଥିଲା । ପୂର୍ବରୁ ଭିନ୍ନ ଭିନ୍ନ ଟ୍ୟାକ୍ସକୁ ନେଇ ଲୋକେ ହନ୍ତସନ୍ତ ହେଉଥିଲେ । ଅନେକ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ୁଥିଲା । ଗରିବ ଲୋକଙ୍କୁ ପୂର୍ବରୁ ଅଧିକ ଟିକସ ଦେବାକୁ ପଡ଼ୁଥିଲା । ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରେ GST ପାଇଁ ସଂକଳ୍ପ କରିଥିଲି । ଆଜି ସବୁ ରାଜ୍ୟକୁ ସାଥିରେ ନେଇ GST ସଂସ୍କାର ସମ୍ଭବ ହୋଇଛି । ଗୋଟିଏ ଦେଶ ଗୋଟିଏ ଟିକସ ବ୍ୟବସ୍ଥା ଆପଣାଯାଇ ପାରିଛି । ଭବିଷ୍ୟତକୁ ଆଖିରେ ରଖି ଏହି ସଂଶୋଧନ କରାଯାଇଛି । କେବଳ ୫% ଓ ୧୮% ଟିକସ ବ୍ୟବସ୍ଥା ରଖି ଅନ୍ୟ ସ୍ଲାବ ଉଠିଛି । ବର୍ତ୍ତମାନ ୯୯ ପ୍ରତିଶତ ସାମଗ୍ରୀ ୫% ଟିକସ ପରିସରକୁ ଆସିଛି ।
କାଲିଠୁ GST ସଞ୍ଚୟ ଉତ୍ସବ ଆରମ୍ଭ, ଉପକୃତ ହେବେ ଗରିବ ଓ ମଧ୍ୟମିତ ବର୍ଗ ଲୋକେ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Narendra Modi | New GST Rates from Tomorrow: PM Modi Announces ‘GST Savings Festival’ for All | Argus News