ନୂଆ ବର୍ଷରୁ ମାମଲା ଦାଖଲ ପାଇଁ ହାଇକୋର୍ଟ ପକ୍ଷରୁ ନୂଆ ନିର୍ଦ୍ଦେଶନାମା
·2 years ago·1 min read

ଅର୍ଗସ ବ୍ୟୁରୋ : ନୂଆ ବର୍ଷରୁ ମାମଲା ଦାଖଲ ପାଇଁ ହାଇକୋର୍ଟ ପକ୍ଷରୁ ଜାରି ହୋଇଛି ନୂଆ ନିର୍ଦ୍ଦେଶନାମା। ଏଣିକି ହାଇକୋର୍ଟରେ ନୂଆ ମାମଲା ଦାଖଲ ପରେ ପ୍ରଥମେ ଡାଏରି ନମ୍ବର ଦିଆଯିବ। ଏହା ପରେ ଷ୍ଟାମ୍ପ ରିପୋର୍ଟରଙ୍କ ଦ୍ବାରା ଯାଞ୍ଚ କରାଯିବ। ମାମଲାରେ କିଛି ତ୍ରୁଟି ନଥିଲେ ଫାଇଲିଂ ସେକ୍ସନ ଏହାକୁ ପଞ୍ଜୀକରଣ କରି ଏକ ବୈଧ ମାମଲା ନମ୍ବର ପ୍ରଦାନ କରିବ। ଯଦି ଦାଖଲ ମାମଲାରେ କିଛି ତ୍ରୁଟି ଥିବ ତେବେ ଏ ନେଇ ହାଇକୋର୍ଟ ୱେବସାଇଟରେ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯିବ।
ଅଧିକ ପଢନ୍ତୁ ଭାରତ ଖବର
ଆଇନଜୀବୀ ଓ ପକ୍ଷଙ୍କ ଦ୍ବାରା ଏପରି ମାମଲାର ତ୍ରୁଟି ଦୂର ପାଇଁ ଦାଖଲ ଠାରୁ ଏକ ମାସ ପର୍ଯ୍ୟନ୍ତ ଅପେକ୍ଷା କରାଯିବ। ଯଦି ଏକ ମାସ ଭିତରେ ତ୍ରୁଟି ଦୂର ହୁଏ ତେବେ ଫାଇଲିଂ ସେକ୍ସନ ଦ୍ବାରା ଏହାର ପଞ୍ଜୀକରଣ କରାଯିବ ଓ ଏକ ବୈଧ ମାମଲା ନମ୍ବର ପ୍ରଦାନ କରାଯିବ। ଯଦି ଏକ ମାସ ଭିତରେ ତ୍ରୁଟି ଦୂର ନ କରାଯାଏ ତେବେ ମାମଲା ଖାରଜ ହେବ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: