New PUC Rules 2026 / BS-4 ଗାଡ଼ି ମାଲିକଙ୍କୁ ବଡ଼ ଝଟକା, ଏଣିକି ବର୍ଷକୁ ଦୁଇଥର କରିବାକୁ ପଡ଼ିବ ପ୍ରଦୂଷଣ ଯାଞ୍ଚ
·14 mins ago·2 min read

Key Points
ଗାଡ଼ି ପୁରୁଣା ହେଲେ, ବଢ଼ିବ PUC ଟେନସନ୍
ଏବେ ଗାଡ଼ିର ବୟସ ଦେଖି ମିଳିବ ପ୍ରଦୂଷଣ ସାର୍ଟିଫିକେଟ୍
୧୦ ବର୍ଷରୁ ଅଧିକ ପୁରୁଣା ଗାଡ଼ିକୁ ମାତ୍ର ୬ ମାସର PUC ଭାଲିଡିଟି
ଗାଡ଼ି ଚଳାଉଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ ! କାରଣ ଏଣିକି ସବୁ ଗାଡ଼ି ପାଇଁ PUC ସାର୍ଟିଫିକେଟ୍ର ଭାଲିଡିଟି ସମାନ ରହିବ ନାହିଁ । ଆପଣଙ୍କ ଗାଡ଼ି କେଉଁ ଏମିଶନ ଷ୍ଟାଣ୍ଡାର୍ଡର, କେତେ ବର୍ଷ ପୁରୁଣା, ଆଉ ଏହା କମର୍ସିଆଲ୍ ନା ପ୍ରାଇଭେଟ୍-ତାହାକୁ ଦେଖି ଧାର୍ଯ୍ୟ ହେବ PUCର ସମୟସୀମା । ପ୍ରଦୂଷଣ ରୋକିବାକୁ ଏଭଳି ବଡ଼ ନିୟମ ଆଣିଛନ୍ତି କେନ୍ଦ୍ର ସରକାର । ତେବେ କେଉଁ ଗାଡ଼ି ପାଇଁ କେତେ ଦିନର PUC ? ପୁରୁଣା PUC ଥିଲେ କ’ଣ ହେବ ? ଆଉ ରିନ୍ୟୁଆଲ୍ କଲେ କେବେଠାରୁ ଗଣାଯିବ ନୂଆ ତାରିଖ ?
ଗାଡ଼ି ତ ଗଡ଼ିବ, କିନ୍ତୁ ପ୍ରଦୂଷଣ ଯାଞ୍ଚରେ ଏଣିକି ଲାଗୁ ହେବ ନୂଆ ଟାଇମ୍ଟେବୁଲ୍ । କେନ୍ଦ୍ରୀୟ ମୋଟରଯାନ ନିୟମ-୧୯୮୯ ରୁଲ୍ ୧୧୫ରେ ସଂଶୋଧନ ପରେ ବଦଳିଯାଇଛି ପ୍ରଦୂଷଣ ପ୍ରମାଣପତ୍ର ବା PUCର ବୈଧତା । ପୂର୍ବରୁ କେବଳ ଗାଡ଼ିର 'ଭାରତ ଷ୍ଟେଜ୍' ବା BS ମାନକକୁ ଦେଖି PUC ଦିଆଯାଉଥିଲା । ହେଲେ ଏବେ BS ମାନକ ସହ ଗାଡ଼ିର ବୟସକୁ ବି ଗୁରୁତ୍ୱ ଦିଆଯାଇଛି ।
ନୂଆ ନିୟମ ଅନୁସାରେ-
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
BS ମାନକ ସହ ଏବେ ଗାଡ଼ିର ବୟସ ଦେଖିବ PUC
୬ ବର୍ଷ ପର୍ଯ୍ୟନ୍ତ ପୁରୁଣା ଗାଡ଼ି ପାଇଁ ୨ ବର୍ଷ
୬ରୁ ୧୦ ବର୍ଷର ଗାଡ଼ି ପାଇଁ ୧ ବର୍ଷ
୧୦ ବର୍ଷରୁ ଅଧିକ ପୁରୁଣା ଗାଡ଼ି ପାଇଁ ମାତ୍ର ୬ ମାସ ପର୍ଯ୍ୟନ୍ତ PUC ବୈଧ ରହିବ
ଅର୍ଥାତ୍ ଗାଡ଼ି ଯେତେ ପୁରୁଣା ହେବ, ସେତେ ଶୀଘ୍ର ପ୍ରଦୂଷଣ ଯାଞ୍ଚ କରିବାକୁ ପଡ଼ିବ । ସେହିପରି BS-୧, BS-୨ ଓ BS-୩ ଶ୍ରେଣୀର ଗାଡ଼ି ପାଇଁ ନିୟମକୁ ଅଧିକ କଡ଼ାକଡ଼ି କରାଯାଇଛି । ଅନ୍ୟପଟେ BS-୪ ଗାଡ଼ି ମାଲିକଙ୍କୁ ବି ଲାଗିଛି ଝଟକା । ପୂର୍ବରୁ BS-୪ ଗାଡ଼ିର PUC ବୈଧତା ୧୨ ମାସ ଥିବାବେଳେ ଏବେ ଏହାକୁ ୬ ମାସକୁ କମାଇ ଦିଆଯାଇଛି । ମାନେ, ବର୍ଷକୁ ଦୁଇଥର କରିବାକୁ ପଡ଼ିବ ପ୍ରଦୂଷଣ ପରୀକ୍ଷା ।
କେବଳ ଭାଲିଡିଟି ନୁହେଁ, PUC ରିନ୍ୟୁଆଲ୍ କରିବାର ତାରିଖକୁ ନେଇ ମଧ୍ୟ ରହିଛି ଖାସ୍ ନିୟମ । ଯଦି ଆପଣ ପୁରୁଣା PUC ସରିବାର ୨୦ ଦିନ ପୂର୍ବରୁ ନୂଆ ଟେଷ୍ଟ କରାଉଛନ୍ତି, ତେବେ ପୁରୁଣା ସାର୍ଟିଫିକେଟ୍ର ଶେଷ ତାରିଖରୁ ହିଁ ନୂଆ ଭାଲିଡିଟି ଗଣାଯିବ । କିନ୍ତୁ ୨୦ ଦିନରୁ କମ୍ ସମୟ ଥିଲେ କିମ୍ବା ଏକ୍ସପାୟାର ହେବା ପରେ କଲେ, ଯେଉଁଦିନ ଟେଷ୍ଟ କରିବେ ସେହିଦିନଠାରୁ ଭାଲିଡିଟି ଆରମ୍ଭ ହେବ । ତେବେ ଆଶ୍ୱସ୍ତିର କଥା ହେଲା, ଯେଉଁମାନଙ୍କ ପାଖରେ ଆଗରୁ PUC ସାର୍ଟିଫିକେଟ୍ ଅଛି, ତାହା ପୂର୍ବ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ବୈଧ ରହିବ । ନୂଆ ନିୟମ ପାଇଁ ତୁରନ୍ତ PUC ବଦଳାଇବାକୁ ପଡ଼ିବ ନାହିଁ, ବରଂ ପରବର୍ତ୍ତୀ ରିନ୍ୟୁଆଲ୍ ସମୟରୁ ଏହା ଲାଗୁ ହେବ ।
ସେପଟେ ସରକାରଙ୍କ ଏଭଳି ନିୟମକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସଡ଼କ ସୁରକ୍ଷା ବିଶେଷଜ୍ଞ । ପଛକୁ ପଛ ଏଭଳି ନିୟମ ସାଧାରଣ ଲୋକଙ୍କ ଉପରେ 'ବୋଝ ଉପରେ ନଳିତା ବିଡ଼ା' ସଦୃଶ ବୋଲି ସେମାନେ କହିଛନ୍ତି ।
ଏହି ନୋଟିଫିକେସନ୍ କେବଳ PUC ଭାଲିଡିଟିକୁ ନେଇ ଜାରି ହୋଇଛି, ଏଥିରେ ଗାଡ଼ିର RC ବାତିଲ ହେବା ଭଳି କୌଣସି ବ୍ୟବସ୍ଥା ନାହିଁ । ତଥାପି ଜରିମାନାରୁ ବର୍ତ୍ତିବାକୁ ହେଲେ, ପ୍ରତି ଗାଡ଼ି ମାଲିକ ନିଜ ଗାଡ଼ିର ଏମିଶନ ଷ୍ଟାଣ୍ଡାର୍ଡ, ରେଜିଷ୍ଟ୍ରେସନ୍ ତାରିଖ ଏବଂ କ୍ୟାଟେଗୋରୀ ଦେଖି ଠିକ୍ ସମୟରେ PUC ରିନ୍ୟୁ କରିବା ନିହାତି ଜରୁରୀ ।

Related Topics
Explore more stories