Speed Post New Rule / ୧ ଅକ୍ଟୋବରରୁ ଲାଗୁ ହେବ ସ୍ପିଡ୍ ପୋଷ୍ଟରେ ନୂଆ ଶୁଳ୍କ

Key Points
ଯଦି ଆପଣ ସେହି ଲୋକମାନଙ୍କ ମଧ୍ୟରେ ଅଛନ୍ତି ଯିଏ ଘରୋଇ କୋରିୟର କମ୍ପାନୀ ବଦଳରେ ଭାରତୀୟ ଡାକ ବିଭାଗ ଉପର ନିର୍ଭର କରନ୍ତି। ତେବେ ଏହି ଖବର ଆପଣଙ୍କ ପାଇଁ।
ଯଦି ଆପଣ ସେହି ଲୋକମାନଙ୍କ ମଧ୍ୟରେ ଅଛନ୍ତି ଯିଏ ଘରୋଇ କୋରିୟର କମ୍ପାନୀ ବଦଳରେ ଭାରତୀୟ ଡାକ ବିଭାଗ ଉପର ନିର୍ଭର କରନ୍ତି। ତେବେ ଏହି ଖବର ଆପଣଙ୍କ ପାଇଁ। ଡାକ ବିଭାଗ ପକ୍ଷରୁ ସ୍ପିଡ ପୋଷ୍ଟ ପାଇଁ ନୂଆ ଶୁଳକ ବ୍ୟବସ୍ଥା ଲାଗୁ କରିଛନ୍ତି । ଏହା ୧ ଅକ୍ଟୋବରରୁ ଲାଗୁ ହେବ । ବର୍ଦ୍ଧିତ ଶୁଳ୍କ ସହ କେତେକ ନୂଆ ସୁବିଧା ମଧ୍ୟ ଘୋଷଣା କରାଯାଇଛି। ଗ୍ରାହକଙ୍କ ପରିବର୍ତ୍ତିତ ଆବଶ୍ୟକତା ସହିତ ଖାପ ଖୁଆଇବା ଏବଂ ସ୍ପିଡ୍ ପୋଷ୍ଟରେ ନିର୍ଭରଯୋଗ୍ୟତା, ସୁରକ୍ଷା ଓ ସୁବିଧାକୁ ଆହୁରି ବୃଦ୍ଧି କରିବା ଲକ୍ଷ୍ୟରେ ବିଭାଗ ଏହି ପଦକ୍ଷେପ ନେଇଛି । ଏବେ ଆପଣଙ୍କୁ କୌଣସି ସ୍ପିଡ ପୋଷ୍ଟ କଲେ ଅଧିକ ଟଙ୍କା ଦେବାକୁ ପଡ଼ିବ। ଏହାସହିତ ଡାକ ବିଭାଗ କିଛି ନୂଆ ଫିଚର୍ସ ବି ସାମିଲ କରିଛି।
ଭାରତ-ଭୁଟାନ ମଧ୍ୟରେ ଗଢିବ ଟ୍ରେନ, ଖର୍ଚ୍ଚ ହେବ ୪ ହଜାର କୋଟି
୧୨ବର୍ଷ ପରେ ଡାକ ବିଭାଗ ଚାର୍ଜରେ ପରିବର୍ତ୍ତନ କରିବାର ନିଷ୍ପତ୍ତି ନେଇଛି। କେତେକ ସ୍ଥାନରେ କମ ଯଙ୍କା ଦେବାକୁ ପଡ଼ୁଥିବାବେଳେ ଆଉ କେତେକ ଜାଗାରେ ଅଧିକ ଟଙ୍କା ଦେବାକୁ ପଡ଼ିବ। ମନ୍ତ୍ରାଳୟର କହିବା ଅନୁସାରେ ଆଧୁନିକତାକୁ ଦୃଷ୍ଟିରେ ରଖି ଡାକ ବିଭାଗ ପକ୍ଷରୁ ଏହି ପରିବର୍ତ୍ତନ କରାଯାଉଛି। ଏହାପୂର୍ବରୁ ଡାକ ବିଭାଗ ରେଜିଷ୍ଟର୍ଡ ପୋଷ୍ଟାଲ ସର୍ଭିସ ସେବାକୁ ବନ୍ଦ କରିସାରିଛି। ଏଥିରେ ଥବା କିଛି ସେବା ସ୍ପିଡ ପୋଷ୍ଟ ସେବା ସହ ମିଶାଇଦିଆଯାଇଛି।
📱 Get Argus News App
✨ବଢ଼ୁଥିବା ପରିଚାଳନା ଖର୍ଚ୍ଚ ଓ ସେବାର ଆଧୁନିକୀକରଣକୁ ଧ୍ୟାନରେ ରଖି, ନୂଆ ଶୁଳ୍କ ଘୋଷଣା କରାଯାଇଛି। ପ୍ରାୟତଃ ୫୦ ଗ୍ରାମ ପର୍ଯ୍ୟନ୍ତ ଓଜନ ବା ଦୂରତା ପାଇଁ ସ୍ଥାନୀୟ ସ୍ପିଡ୍ ପୋଷ୍ଟର ଶୁଳ୍କ ୧୯ ଟଙ୍କା ହେବା ସହିତ, ଅଧିକ ୨୦୦ କି.ମି. ପାଇଁ ୪୭ ଟଙ୍କା ଶୁଳ୍କ ରଖାଯାଇଛି। ସେହିପରି ୫୧ ରୁ ୨୫୦ ଗ୍ରାମ ପର୍ଯ୍ୟନ୍ତ ୨୪ ରୁ ୭୭ ଟଙ୍କା ଓ ୨୫୧ ରୁ ୫୦୦ ଗ୍ରାମ ପର୍ଯ୍ୟନ୍ତ ୨୮ ରୁ ୯୩ ଟଙ୍କା ଶୁଳ୍କ ଦେବାକୁ ହେବ। ୧୩ ବର୍ଷ ପରେ ଏହି ଶୁଳକ ବୃଦ୍ଧି ପାଇଛି । ଶେଷ ଥର ପାଇଁ ଅକ୍ଟୋବର ୨୦୧୨ରେ ସ୍ପିଡପୋଷ୍ଟ ଶୁଳ୍କ ବୃଦ୍ଧି କରାଯାଇଥିଲା ।
ଡେଲିଭରି ସମୟରେ OTP ବାଧ୍ୟତାମୂଳକ
ନୂଆ ସୁବିଧା ମଧ୍ୟରେ ରହିଛି ଓଟିପି ଆଧାରିତ ସୁରକ୍ଷିତ ବିତରଣ, ଅନଲାଇନ୍ ପେମେଣ୍ଟ, ଏସଏମଏସ୍ ଆଧାରିତ ବିଜ୍ଞପ୍ତି, ସୁବିଧାଜନକ ଅନଲାଇନ୍ ବୁକିଂ, ପ୍ରକୃତ-ସମୟ ଅପଡେଟ୍ ଏବଂ ପଞ୍ଜୀକରଣ ସୁବିଧା।
ଅନଲାଇନ ପେମେଣ୍ଟ ସର୍ଭିସ: ଗ୍ରାହକ ମାନେ ଏବେ ସ୍ପିଡ ପୋଷ୍ଟ କରିବାକୁ ଚାହୁଁଥିଲେ ଅନଲାଇନ ପେମେଣ୍ଟ କରିପାରିବେ। ଆଉ ଗ୍ରାହକମାନଙ୍କୁ ଆଉ କାଉଣ୍ଟର ନିକଟରେ ରସିଦ ପାଇବାକୁ ଲମ୍ବା ଲାଇନ କରିବାକୁ ପଡ଼ିବନି। ସାଙ୍ଗେ ସାଙ୍ଗେ ଆପଣଙ୍କ ପେମେଣ୍ଟ ଟ୍ରାକ ହୋଇପାରିବ। ଦିଲ୍ଲୀରୁ ମୁମ୍ବାଇ (୧୪୦୦ କିମି) ଦୂରତା ପାଇଁ ୫୦ ଗ୍ରାମରୁ ଅଧିକ ଏବଂ ୨୫୦ ଗ୍ରାମରୁ କମ ଓଜନର କୌଣସି ଡକ୍ୟୁମେଣ୍ଟ ସ୍ପିଡ ପୋଷ୍ଟ କରିବାକୁ ଆପଣଙ୍କୁ ୭୨ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ
SMS ମାଧ୍ୟମରେ ଡେଲିଭରି ସୂଚନା ପାଇପାରିବେ
ଗ୍ରାହକଙ୍କୁ ନିଜ ପ୍ରଡକ୍ଟର ସ୍ଥିତି ଜାଣିବାକୁ ଏଥର SMS ମାଧ୍ୟମରେ ସୂଚନା ମିଳିପାରିବ। ଡେଲିଭରିର ସମ୍ପୂର୍ଣ୍ଣ ସ୍ଥିତିର ସୂଚନା ପଠାଯିବ। ଏହାଦ୍ବାରା ଗ୍ରାହକମାନେ ନିଜ ଆଇଟମର ଲୋକେସନ ଏବଂ ଡେଲିଭରି ଷ୍ଟାଟସ ଚେକ୍ କରିପାରିବେ।
Related Topics
Explore more stories