NHAI 1000 Rupees Reward / ଏନଏଚଏଆଇ ଦେବ ୧୦୦୦ ଟଙ୍କାର ପୁରସ୍କାର; ଆରମ୍ଭ ହୋଇଗଲା 'କ୍ଲିନ୍ ଟଏଲେଟ୍ ପିକ୍ଚର୍ ଚ୍ୟାଲେଞ୍ଜ'
·1 hour ago·2 min read

Key Points
ମନ୍ତ୍ରଣାଳୟ କହିଛି ଯେ ଫଟୋଗ୍ରାଫ୍ ସ୍ପଷ୍ଟ, ଜିଓ-ଟ୍ୟାଗ୍ ହୋଇଥିବା ଏବଂ ସମୟ-ଷ୍ଟାମ୍ପ ହୋଇଥିବା ଆବଶ୍ୟକ। ଡୁପ୍ଲିକେଟ୍, ସମ୍ପାଦିତ କିମ୍ବା ପୂର୍ବରୁ ଦାଖଲ ହୋଇଥିବା ଫଟୋଗୁଡ଼ିକୁ ପ୍ରତ୍ୟାଖ୍ୟାନ କରାଯିବ। ଆବଶ୍ୟକ ସ୍ଥଳେ AI-ଆଧାରିତ ସ୍କ୍ରିନିଂ ଏବଂ ମାନୁଆଲ୍ ଯାଞ୍ଚ ବ୍ୟବହାର କରି ରିପୋର୍ଟ ଯାଞ୍ଚ କରାଯିବ।
ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ପକ୍ଷରୁ ଆରମ୍ଭ ହୋଇଯାଇଛି "କ୍ଲିନ୍ ଟଏଲେଟ୍ ପିକ୍ଚର୍ ଚ୍ୟାଲେଞ୍ଜ" (Clean Toilet Picture Challenge) ଅଭିଯାନ। ଏହି ଅଭିଯାନ ଅଧିନରେ ଦେଶର କୋଣ ଅନୁକୋଣରେ ରହିଥିବା ବିଭିନ୍ନ ଟୋଲ୍ ପ୍ଲାଜା ଠାରେ ଥିବା ଅପରିଷ୍କାର ଶୌଚାଳୟ ବିଷୟରେ ସୂଚନା ଦେଉଥିବା ଯାତ୍ରୀଙ୍କୁ ୧୦୦୦ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ଏକ ସରକାରୀ ବିବୃତ୍ତି ଅନୁଯାୟୀ, ଜାତୀୟ ରାଜପଥ (National Highways) ପାର୍ଶ୍ୱରେ ଥିବା ଶୌଚାଳୟରେ ପରିଚ୍ଛନ୍ନତା ଏବଂ ସ୍ୱଚ୍ଛତା ବୃଦ୍ଧି କରିବା ଲକ୍ଷ୍ୟରେ ସରକାରଙ୍କ "ସ୍ପେଶାଲ୍ କ୍ୟାମ୍ପେନ୍ ୫.୦" (Special Campaign 5.0) ଅଧିନରେ ଏହି ପଦକ୍ଷେପ ନିଆଯାଇଛି।
ଏହି ଯୋଜନା ଅଧିନରେ, ଯାତ୍ରୀ "ରାଜମାର୍ଗ ଯାତ୍ରା" ଆପ୍ (RajmargYatra App) ସର୍ବଶେଷ ସଂସ୍କରଣ (Latest Version) ବ୍ୟବହାର କରି, ଜିଓ-ଟ୍ୟାଗ୍ (Geo-Tagged) ହୋଇଥିବା ଫଟୋ ଅପଲୋଡ୍ କରି ଅପରିଷ୍କାର ଶୌଚାଳୟ ବିଷୟରେ ଜଣାଇ ପାରିବେ। ଏହା ସହିତ ଉପଭୋକ୍ତାକୁ ନିଜର ନାମ, ସ୍ଥାନ, ଗାଡ଼ିର ପଞ୍ଜୀକରଣ ନମ୍ବର ଏବଂ ମୋବାଇଲ୍ ନମ୍ବର ଭଳି ବିବରଣୀ ମଧ୍ୟ ପ୍ରଦାନ କରିବାକୁ ପଡ଼ିବ।
ଯେଉଁମାନେ ବୈଧ ରିପୋର୍ଟ (ତଥ୍ୟ) ଦାଖଲ କରିବେ, ସେମାନଙ୍କୁ ସେମାନଙ୍କ ଗାଡ଼ି ପଞ୍ଜୀକରଣ ନମ୍ବର ସହ ସଂଯୁକ୍ତ "ଫାଷ୍ଟଟ୍ୟାଗ୍" (FASTag) ରିଚାର୍ଜ ଆକାରରେ ୧୦୦୦ ଟଙ୍କା ପ୍ରଦାନ କରାଯିବ। ଏହି ପୁରସ୍କାର ଅନ୍ୟ କାହାକୁ ହସ୍ତାନ୍ତର କରାଯାଇ ପାରିବ ନାହିଁ କିମ୍ବା ଏହା ବଦଳରେ ନଗଦ ଅର୍ଥ ଦାବି କରାଯାଇ ପାରିବ ନାହିଁ। ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଏହି କାର୍ଯ୍ୟକ୍ରମ ୩୧ ଅକ୍ଟୋବର ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ୟାହା ଦେଶର ସମସ୍ତ ଜାତୀୟ ରାଜପଥ ପାଇଁ ଲାଗୁ ହେବ।
ଏହି ଯୋଜନା କେବଳ ଏନଏଚଏଆଇ (NHAI) ଅଧିନରେ ନିର୍ମିତ, ପରିଚାଳିତ କିମ୍ବା ରକ୍ଷଣାବେକ୍ଷଣ କରାଯାଉଥିବା ଶୌଚାଳୟ ପାଇଁ ଲାଗୁ ହେବ। ପେଟ୍ରୋଲ ପମ୍ପ, ରାସ୍ତା କଡ଼ରେ ଥିବା ଢାବା ଏବଂ NHAI ନିୟନ୍ତ୍ରଣ ବାହାରେ ରହିଥିବା ଅନ୍ୟ ସ୍ଥାନରେ ରହିଥିବା ଶୌଚାଳୟ ଏଥିରେ ଅନ୍ତର୍ଭୁକ୍ତ ହେବ ନାହିଁ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ଅଭିଯାନ ସମୟରେ ପ୍ରତ୍ୟେକ ଗାଡ଼ି ପଞ୍ଜୀକରଣ ନମ୍ବର ପାଇଁ କେବଳ ଗୋଟିଏ ପୁରସ୍କାର ମିଳିପାରିବ। ଏହା ବ୍ୟତୀତ, ପ୍ରତିଦିନ ଗୋଟିଏ ଶୌଚାଳୟ ପାଇଁ କେବଳ ଗୋଟିଏ ରିପୋର୍ଟ ବିଚାରକୁ ନିଆଯିବ। ଯଦି କୌଣସି ନିର୍ଦ୍ଦିଷ୍ଟ ଦିନରେ ଗୋଟିଏ ଶୌଚାଳୟ ବିଷୟରେ ଏକାଧିକ ଅଭିଯୋଗ ଆସେ, ତାହେଲେ ଏହି ଆପ୍ ମାଧ୍ୟମରେ ଦାଖଲ କରାଯାଇଥିବା ପ୍ରଥମ ବୈଧ ଫଟୋ ହିଁ ଗ୍ରହଣ କରାଯିବ।
ମନ୍ତ୍ରଣାଳୟ କହିଛି ଯେ, ଏହି ଫଟୋ ସ୍ପଷ୍ଟ ହେବା ଆବଶ୍ୟକ ଏବଂ ସେଥିରେ Geo-Tagged (ସ୍ଥାନର ସୂଚନା) ଏବଂ Time Stamp (ସମୟ ସୂଚନା) ରହିବା ବାଧ୍ୟତାମୂଳକ। ଯଦି ଫଟୋ ନକଲି (Duplicate) କିମ୍ବା ଏଡିଟ୍ (Edit) କରାଯାଇଥିବା କିମ୍ବା ପୂର୍ବରୁ ଅପଲୋଡ୍ ହୋଇ ସାରିଥିବ, ତାହେଲେ ତାହାକୁ ବିଚାରକୁ ନିଆଯିବ ନାହିଁ। ଏହି ରିପୋର୍ଟ "ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ" (AI) ଆଧାରିତ ପ୍ରକ୍ରିୟା ଦ୍ୱାରା ଯାଞ୍ଚ କରାଯିବ ଏବଂ ଆବଶ୍ୟକ ସ୍ଥଳେ ମାନବୀୟ (Manual) ଯାଞ୍ଚ ମଧ୍ୟ କରାଯିବ।
ଏହି ଅଭିଯାନ ରାଜପଥ ଯାତ୍ରୀଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ସରକାରଙ୍କ ବ୍ୟାପକ ପ୍ରୟାସର ଏକ ଅଂଶ। ଅନ୍ୟାନ୍ୟ ପଦକ୍ଷେପ ମଧ୍ୟରେ ରାସ୍ତାରେ ରହିଥିବା ଗର୍ତ୍ତ ମରାମତି, ଟୋଲ୍ ପ୍ଲାଜା ଶୌଚାଳୟ ସଫା କରିବା, ସଡ଼କ ସୁରକ୍ଷା ଚିହ୍ନକୁ ଉନ୍ନତ କରିବା, ଫ୍ଲାଏଓଭର ବ୍ରିଜ୍ ସୌନ୍ଦର୍ଯ୍ୟକରଣ କରିବା ଏବଂ ଜାତୀୟ ରାଜପଥ କଡ଼ରେ ରହିଥିବା ଜବରଦଖଲକୁ ହଟାଇବା ଆଦି ଅନ୍ତର୍ଭୁକ୍ତ।

Related Topics
Explore more stories