NHAI Ambulance Rules / NHରେ ଆମ୍ବୁଲାନ୍ସ ପାଇଁ କଡ଼ା ନିୟମ ! ୧୦ ମିନିଟ୍ରେ ନପହଞ୍ଚିଲେ ଗଣିବେ ୫ ହଜାର
·56 mins ago·2 min read

Key Points
ଦୁର୍ଘଟଣା ପରେ ଆମ୍ବୁଲାନ୍ସରେ ବିଳମ୍ବ ଚଳିବନି
NHAI ଆଣିଲା କଡ଼ା ନିୟମ
ଆମ୍ବୁଲାନ୍ସ ଆସିବାରେ ଡେରି ହେଲେ ଦେବେ ଜରିମାନା

ଜାତୀୟ ରାଜପଥରେ ଯାତ୍ରୀଙ୍କ ସୁରକ୍ଷାକୁ ନେଇ NHAI ଜରୁରୀକାଳୀନ ସେବାକୁ ନେଇ ନିୟମ ଆହୁରି କଡ଼ା କରିଛି । ଏଣିକି ଦୁର୍ଘଟଣା ପରେ ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବକୁ ଆଉ ସହ୍ୟ କରାଯିବ ନାହିଁ । ନୂଆ ଗାଇଡ୍ଲାଇନ୍ ଅନୁସାରେ, ଦୁର୍ଘଟଣାର ସୂଚନା ମିଳିବା ପରେ ଆମ୍ବୁଲାନ୍ସକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚିବାକୁ ପଡ଼ିବ । ନିୟମ ଭାଙ୍ଗିଲେ ପ୍ରତି ମିନିଟ୍ ପିଛା ୫,୦୦୦ ଟଙ୍କା ଜରିମାନାରୁ ଆରମ୍ଭ କରି ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ପେନାଲ୍ଟି ଦେବାକୁ ପଡ଼ିପାରେ ।
ବିଳମ୍ବ ହେଲେ ପ୍ରତି ମିନିଟ୍ରେ ୫ ହଜାର ଟଙ୍କା ଜରିମାନା
ନୂଆ ବ୍ୟବସ୍ଥା ଅନୁଯାୟୀ, ଇମର୍ଜେନ୍ସି ଆଲର୍ଟ ମିଳିବା ପରେ ଏହାକୁ ଏକ ମିନିଟ୍ ମଧ୍ୟରେ ଗ୍ରହଣ କରିବାକୁ ପଡ଼ିବ । ଏଥିରେ ବିଳମ୍ବ ହେଲେ ପ୍ରତ୍ୟେକ ଅତିରିକ୍ତ ମିନିଟ୍ ପାଇଁ ୫,୦୦୦ ଟଙ୍କା ଜରିମାନା ଲାଗିବ । ଆଲର୍ଟ ଗ୍ରହଣ କରିବା ପରେ ଆମ୍ବୁଲାନ୍ସକୁ ସର୍ବାଧିକ ଦୁଇ ମିନିଟ୍ ମଧ୍ୟରେ ଘଟଣାସ୍ଥଳ ଅଭିମୁଖେ ବାହାରିବାକୁ ହେବ । ଏହି ସମୟସୀମାରେ ବିଳମ୍ବ ହେଲେ ମଧ୍ୟ ପ୍ରତ୍ୟେକ ଅତିରିକ୍ତ ମିନିଟ୍ ପାଇଁ ୫,୦୦୦ ଟଙ୍କା ପେନାଲ୍ଟିର ବ୍ୟବସ୍ଥା ରହିଛି ।
ଠିକାଦାର ଓ ଆମ୍ବୁଲାନ୍ସ ସଂଚାଳକଙ୍କ ଉପରେ ମଧ୍ୟ ଜରିମାନା
ନିୟମ ଉଲ୍ଲଂଘନ କଲେ କେବଳ ଆମ୍ବୁଲାନ୍ସ ସଂଚାଳକ ନୁହେଁ, ସମ୍ପୃକ୍ତ ଠିକାଦାରଙ୍କ ଉପରେ ମଧ୍ୟ ଜରିମାନା ଲାଗିପାରେ । ଦୁର୍ଘଟଣାରେ ଆହତ ଲୋକଙ୍କୁ ଯଥାଶୀଘ୍ର ଚିକିତ୍ସା ସହାୟତା ଯୋଗାଇବା ହେଉଛି NHAIର ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ।
ଅଧିକ ପଢ଼ନ୍ତୁ: ଖାଲରୁ ବଞ୍ଚିବାକୁ ଯାଇ ଘଟିଲା ଭୟଙ୍କର ଦୁର୍ଘଟଣା…ମହିଳାଙ୍କ ବେକ ଉପରେ ଚଢ଼ିଗଲା ଟ୍ରକ
ଦୁର୍ଘଟଣା ପରେ ପ୍ରଥମ ଏକ ଘଣ୍ଟାକୁ ‘ଗୋଲ୍ଡେନ୍ ଆୱର୍’ କୁହାଯାଏ । ଏହି ସମୟ ମଧ୍ୟରେ ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ମିଳିଲେ ତାଙ୍କ ଜୀବନ ବଞ୍ଚିବାର ସମ୍ଭାବନା ବଢ଼ିଥାଏ । ତେଣୁ ଆମ୍ବୁଲାନ୍ସ ସେବାରେ ବିଳମ୍ବ ରୋକିବାକୁ NHAI ଏହି କଡ଼ା ନିୟମ ଆଣିଛି ।
୧୦ କିଲୋମିଟର ମଧ୍ୟରେ ହେଲେ ୧୦ ମିନିଟ୍ରେ ପହଞ୍ଚିବ
ନୂଆ ନିୟମରେ ଦୁର୍ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚିବା ପାଇଁ ମଧ୍ୟ ସମୟ ଧାର୍ଯ୍ୟ କରାଯାଇଛି । ଯଦି ଆମ୍ବୁଲାନ୍ସ ଥିବା ସ୍ଥାନଠାରୁ ୧୦ କିଲୋମିଟର ଦୂରତା ମଧ୍ୟରେ ଦୁର୍ଘଟଣା ଘଟେ, ତେବେ ସର୍ବାଧିକ ୧୦ ମିନିଟ୍ ମଧ୍ୟରେ ଆମ୍ବୁଲାନ୍ସକୁ ଘଟଣାସ୍ଥଳରେ ପହଞ୍ଚିବାକୁ ପଡ଼ିବ । ୧୦ କିଲୋମିଟରରୁ ଅଧିକ ଦୂରତା ହେଲେ ଦୂରତା ଅନୁସାରେ ପ୍ରତିକ୍ରିୟା ସମୟ ବଢ଼ିବ । ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ GPS ଏବଂ NHAI Care Dashboard ମାଧ୍ୟମରେ ନଜରରେ ରଖାଯିବ ।
ହସ୍ପିଟାଲ ପହଞ୍ଚାଇବା ପାଇଁ ମଧ୍ୟ ସମୟସୀମା
କେବଳ ଘଟଣାସ୍ଥଳରେ ପହଞ୍ଚିବା ନୁହେଁ, ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ପହଞ୍ଚାଇବା ପାଇଁ ମଧ୍ୟ ସମୟସୀମା ଧାର୍ଯ୍ୟ କରାଯାଇଛି । ଟିକେଟ୍ ଗ୍ରହଣ ହେବାର ଏକ ଘଣ୍ଟା ମଧ୍ୟରେ ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ପହଞ୍ଚାଇବାକୁ ହେବ ।
ଏହି ସମୟସୀମା ଉଲ୍ଲଂଘନ ହେଲେ ଅତିରିକ୍ତ ୧୦,୦୦୦ ଟଙ୍କା ଜରିମାନା ଲାଗିବ । ସେହିପରି କୌଣସି ଇମର୍ଜେନ୍ସି ଟିକେଟ୍ ଗ୍ରହଣ କରିବାକୁ ମନା କଲେ ମଧ୍ୟ ୧୦,୦୦୦ ଟଙ୍କା ପେନାଲ୍ଟି ଦେବାକୁ ପଡ଼ିବ ।
NHAI ଆପାତକାଳୀନ ପ୍ରତିକ୍ରିୟା ବ୍ୟବସ୍ଥାକୁ ଟ୍ରାକ୍ କରିବା ପାଇଁ ଆମ୍ବୁଲାନ୍ସ, କ୍ରେନ୍ ଏବଂ ପାଟ୍ରୋଲିଂ ଗାଡ଼ିରେ AIS-140 ମାନକ ଅନୁସାରେ GPS ଏବଂ IoT ସିମ୍ ସହିତ ଆଣ୍ଡ୍ରଏଡ୍ ଡିଭାଇସ୍ ଲଗାଇଛି। ଏହି ଯାନଗୁଡ଼ିକରେ NHAI Care ଆପ୍ ବ୍ୟବହାର ମଧ୍ୟ ବାଧ୍ୟତାମୂଳକ କରାଯାଇଛି ।
ଅଧିକାରୀଙ୍କ ଅନୁସାରେ, ପୂର୍ବରୁ GPS ଠିକ୍ ଭାବେ କାମ ନକରିବା ଏବଂ ଅନେକ ଯାନ ଅଫଲାଇନ୍ ରହିବା କାରଣରୁ ଆପାତକାଳୀନ ସେବାରେ ବିଳମ୍ବ ହେଉଥିଲା। ଏବେ ନୂଆ ବ୍ୟବସ୍ଥା ମାଧ୍ୟମରେ ଏହି ସମସ୍ୟା ଉପରେ କଡ଼ା ନଜର ରଖାଯିବ । NHAI Care ଆପ୍ କିମ୍ବା GPS ବ୍ୟବହାର ନକଲେ ପ୍ରତିଦିନ ୨,୫୦୦ ଟଙ୍କା ଜରିମାନା ଲାଗିପାରେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories