Pakistan Terror Link / ଲାହୋରରୁ କଣ୍ଟ୍ରୋଲ୍ ହେଉଥିଲା ପହଲଗାମ୍ ଆକ୍ରମଣ ! NIAର ବଡ଼ ଖୁଲାସା
·1 hour ago·2 min read

Key Points
NIAର ବଡ଼ ଖୁଲାସା
ପାକିସ୍ତାନର ସବୁ ମିଛ ପଦାରେ ପକାଇଲା ଚାର୍ଜସିଟ୍
ପାକିସ୍ତାନ ଟେରର ନେଟୱର୍କର ପର୍ଦ୍ଦାଫାଶ

ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ମାମଲାରେ ଚାର୍ଜସିଟ୍ ଦାଖଲ କରିଛି NIA । ପାକିସ୍ତାନର ସବୁ ମିଛକୁ ପଦାରେ ପକାଇଛି ଜାତୀୟ ତଦନ୍ତକାରୀ ସଂସ୍ଥା । ଚାର୍ଜସିଟ୍ରେ ରହିଛି ପାକିସ୍ତାନ ବିରୋଧରେ ଅକାଟ୍ୟ ପ୍ରମାଣ । ଯାହାକୁ ପାକିସ୍ତାନ ଅସ୍ୱୀକାର କରିପାରିବ ନାହିଁ । ମୋବାଇଲ୍ ଫୋନ୍, IP ଆଡ୍ରେସ୍ ଠାରୁ ଆରମ୍ଭ କରି ଟେରର ନେଟୱର୍କ ପର୍ଯ୍ୟନ୍ତ ସବୁ ସୂତ୍ର ଏବେ ସିଧାସଳଖ ପାକିସ୍ତାନ ସହ ଯୋଡ଼ି ହୋଇଛି ।
NIAର ଚାର୍ଜସିଟ୍ ଅନୁଯାୟୀ, ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ପାକିସ୍ତାନରେ ବସିଥିବା ଲସ୍କର-ଇ-ତୋଏବା ଏବଂ ତା'ର ସହଯୋଗୀ ସଂଗଠନ 'ଦି ରେଜିଷ୍ଟାନ୍ସ ଫ୍ରଣ୍ଟ' ବା TRFର କମାଣ୍ଡର ସୈଫୁଲ୍ଲା ଓରଫ୍ ସାଜିଦ୍ ଜାଟ୍ । ଯାହାକୁ 'ଲଙ୍ଗଡ଼ା' ବୋଲି କୁହାଯାଏ । ଆକ୍ରମଣ ସମୟରେ ସାଜିଦ୍ ଜାଟ୍ ପାକିସ୍ତାନର ଲାହୋରରେ ବସି ଆତଙ୍କବାଦୀମାନଙ୍କୁ ଲାଇଭ୍ କୋଅର୍ଡିନେଟ୍ସ ଦେଉଥିଲା ଏବଂ ସେମାନଙ୍କୁ ଗାଇଡ୍ କରୁଥିଲା ।
NIAର ଡିଜିଟାଲ୍ ଫୋରେନ୍ସିକ ଯାଞ୍ଚରୁ ଟେଲିଗ୍ରାମ ଚ୍ୟାନେଲର IP ଆଡ୍ରେସ୍ ସିଧାସଳଖ ପାକିସ୍ତାନର ରାୱଲପିଣ୍ଡି ସହ ଜଡ଼ିତ ଥିବା ସ୍ପଷ୍ଟ ହୋଇଛି । ଏହା ବ୍ୟତୀତ 'ଅପରେସନ ମହାଦେବ' ସମୟରେ ନିହତ ହୋଇଥିବା ଦୁଇଜଣ ଆତଙ୍କବାଦୀଙ୍କ ପାଖରୁ ମିଳିଥିବା ମୋବାଇଲ୍ ଫୋନ୍ ପାକିସ୍ତାନର ମିଛକୁ ସମ୍ପୂର୍ଣ୍ଣ ଧରାପକାଇଥିଲା । ଏଥିମଧ୍ୟରୁ ଗୋଟିଏ ଫୋନ୍ ଲାହୋରର କୋଟ୍ ଲଖପତ ଏବଂ ଅନ୍ୟଟି କରାଚିର ଶାହରାହ-ଏ-ଫୈସଲ୍ ଆଡ୍ରେସରେ ଡେଲିଭରି ହୋଇଥିଲା ।
ଘଟଣାର ମୁଖ୍ୟ ଅଭିଯୁକ୍ତ ସାଜିଦ୍ ଜାଟ୍ର କାଶ୍ମୀର ସହ ଏକ ପୁରୁଣା ସମ୍ପର୍କ ମଧ୍ୟ ରହିଛି । ସେ ୨୦୦୫ରେ ଜମ୍ମୁ-କାଶ୍ମୀରକୁ ଅନୁପ୍ରବେଶ କରିଥିଲା ଏବଂ କୁଲଗାମରେ ଜଣେ ସ୍ଥାନୀୟ ମହିଳାଙ୍କୁ ବିବାହ କରିଥିଲା । ପରବର୍ତ୍ତୀ ସମୟରେ ସେ ପାକିସ୍ତାନ ଫେରିଯାଇଥିଲେ ମଧ୍ୟ ସେଠାରେ ରହି ଦକ୍ଷିଣ କାଶ୍ମୀରରେ ଓଭରଗ୍ରାଉଣ୍ଡ ୱାର୍କର୍ସଙ୍କର ଏକ ବଡ଼ ନେଟୱର୍କ ତିଆରି କରିଥିଲା । ଏହି ନେଟୱର୍କ ଜରିଆରେ ସେ ଡ୍ରୋନ୍ ସାହାଯ୍ୟରେ ଅସ୍ତ୍ରଶସ୍ତ୍ର ଏବଂ ନିଶାଦ୍ରବ୍ୟ ଚୋରା ଚାଲାଣ କରୁଥିଲା । ଏପ୍ରିଲ ୧୫-୧୬ ତାରିଖରେ ସେ ୩ ଜଣ ଆତଙ୍କବାଦୀଙ୍କୁ ବୈସରନ ଉପତ୍ୟକାକୁ ପଠାଇ ନରସଂହାରର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରିଥିଲା ।

ଅଧିକ ପଢ଼ନ୍ତୁ: ମନ୍ତ୍ରୀ ପରିଷଦ ବୈଠକ ଡାକିଲେ ମୋଦି, କ୍ୟାବିନେଟ୍ ଅଦଳବଦଳ ଓ ଯୁଦ୍ଧ ପରିସ୍ଥିତି ଉପରେ ହେବ ସମୀକ୍ଷା
NIAର ଡିଜିଟାଲ୍ ଫୋରେନ୍ସିକ ଯାଞ୍ଚରୁ ଟେଲିଗ୍ରାମ ଚ୍ୟାନେଲର IP ଆଡ୍ରେସ୍ ସିଧାସଳଖ ପାକିସ୍ତାନର ରାୱଲପିଣ୍ଡି ସହ ଜଡ଼ିତ ଥିବା ସ୍ପଷ୍ଟ ହୋଇଛି । ଏହା ବ୍ୟତୀତ 'ଅପରେସନ ମହାଦେବ' ସମୟରେ ନିହତ ହୋଇଥିବା ଦୁଇଜଣ ଆତଙ୍କବାଦୀଙ୍କ ପାଖରୁ ମିଳିଥିବା ମୋବାଇଲ୍ ଫୋନ୍ ପାକିସ୍ତାନର ମିଛକୁ ସମ୍ପୂର୍ଣ୍ଣ ଧରାପକାଇଥିଲା । ଏଥିମଧ୍ୟରୁ ଗୋଟିଏ ଫୋନ୍ ଲାହୋରର କୋଟ୍ ଲଖପତ ଏବଂ ଅନ୍ୟଟି କରାଚିର ଶାହରାହ-ଏ-ଫୈସଲ୍ ଆଡ୍ରେସରେ ଡେଲିଭରି ହୋଇଥିଲା ।
ଘଟଣାର ମୁଖ୍ୟ ଅଭିଯୁକ୍ତ ସାଜିଦ୍ ଜାଟ୍ର କାଶ୍ମୀର ସହ ଏକ ପୁରୁଣା ସମ୍ପର୍କ ମଧ୍ୟ ରହିଛି । ସେ ୨୦୦୫ରେ ଜମ୍ମୁ-କାଶ୍ମୀରକୁ ଅନୁପ୍ରବେଶ କରିଥିଲା ଏବଂ କୁଲଗାମରେ ଜଣେ ସ୍ଥାନୀୟ ମହିଳାଙ୍କୁ ବିବାହ କରିଥିଲା । ପରବର୍ତ୍ତୀ ସମୟରେ ସେ ପାକିସ୍ତାନ ଫେରିଯାଇଥିଲେ ମଧ୍ୟ ସେଠାରେ ରହି ଦକ୍ଷିଣ କାଶ୍ମୀରରେ ଓଭରଗ୍ରାଉଣ୍ଡ ୱାର୍କର୍ସଙ୍କର ଏକ ବଡ଼ ନେଟୱର୍କ ତିଆରି କରିଥିଲା । ଏହି ନେଟୱର୍କ ଜରିଆରେ ସେ ଡ୍ରୋନ୍ ସାହାଯ୍ୟରେ ଅସ୍ତ୍ରଶସ୍ତ୍ର ଏବଂ ନିଶାଦ୍ରବ୍ୟ ଚୋରା ଚାଲାଣ କରୁଥିଲା । ଏପ୍ରିଲ ୧୫-୧୬ ତାରିଖରେ ସେ ୩ ଜଣ ଆତଙ୍କବାଦୀଙ୍କୁ ବୈସରନ ଉପତ୍ୟକାକୁ ପଠାଇ ନରସଂହାରର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରିଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories