ଟିଏମ୍ସି ନେତାଙ୍କୁ ବାନ୍ଧିବାକୁ ଯାଇ ଆକ୍ରମଣର ଶିକାର ହେଲେ
·2 years ago

ଅର୍ଗସ ବ୍ୟୁରୋ : ଏନଆଇଏ ଟିମ୍ ଉପରେ ଆକ୍ରମଣ । ଟିଏମ୍ସି ନେତାଙ୍କୁ ବାନ୍ଧିବାକୁ ଯାଇ ଆକ୍ରମଣର ଶିକାର ହେଲେ ଏନଆଇଏ ଟିମ୍ । ଏକ ବିସ୍ଫୋରଣ ମାମଲାରେ ତୃଣମୂଳ କଂଗ୍ରେସ ନେତା ମନବେନ୍ଦ୍ର ଜାନାଙ୍କୁ ବାନ୍ଧିବାକୁ ଆଜି ଭୋରରୁ ଯାଇଥିବା ଏନଆଇଏ ଟିମ୍ ଉପରେ ପଥର ମାଡ଼ ହୋଇଛି ।
ଅଧିକ ପଢନ୍ତୁ ଭାରତ ଖବର
୨୦୨୨ ମସିହାରେ ହୋଇଥିବା ଏକ ବିସ୍ଫୋରଣ ମାମଲାରେ ମନବେନ୍ଦ୍ର ଜାନାଙ୍କୁ ଗିରଫ କରିବା ପାଇଁ ଭୂପତିନଗରରେ ପହଞ୍ଚିଥିଲା ଏନଆଇଏ ଟିମ୍ । ମାତ୍ର ସେଠାରେ ଉପସ୍ଥିତ ଶତାଧିକ ଲୋକେ ଏନଆଇଏ ଟିମ୍ ଉପରକୁ ପଥର ମାଡ଼ କରଥିଲେ । ଏଥିରେ ଟିମ୍ ସଦସ୍ୟଙ୍କ କାର୍ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେମାନେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାଯାଇଛି । ଏନଆଇଏ ପକ୍ଷରୁ ମନବେନ୍ଦ୍ର ଜାନା ଓ କିଛି ଅଜ୍ଞାନ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: