Videos
|
National

Social Media Influencer / ସୋସିଆଲ ମିଡ଼ିଆରେ ୧୬ ଲକ୍ଷ ଫଲୋଅର୍ସ ଥିବା ନିଧି କଲେ ଆତ୍ମହତ୍ୟା। କଣ ପାଇଁ ନେଲେ ଏହି ପଦକ୍ଷେପ?

Bikash Mohanty
Browse all articles by Bikash Mohanty
·3 hours ago·2 min read
ସୋସିଆଲ ମିଡ଼ିଆରେ ୧୬ ଲକ୍ଷ ଫଲୋଅର୍ସ ଥିବା ନିଧି କଲେ ଆତ୍ମହତ୍ୟା। କଣ ପାଇଁ ନେଲେ ଏହି ପଦକ୍ଷେପ?
Nidhi Tiwari

Key Points

ସୋସିଆଲ ମିଡ଼ିଆ ଇନଫ୍ଲଏନ୍ସର ନିଧିଙ୍କ ଆତ୍ମହତ୍ୟା
ସୋସିଆଲ ମିଡ଼ିଆରେ ନିଧିଙ୍କ ଅଛନ୍ତି ୧୬ ଲକ୍ଷ ଫଲୋଅର୍ସ
ଆତ୍ମହତ୍ୟାର କାରଣ ଖୋଜୁଛି ପୋଲିସ୍
ସିଙ୍ଗରୋଲି,୨୮/୦୯: ସୋସିଆଲ ମିଡିଆରେ ୧୬ ଲକ୍ଷରୁ ଅଧିକ ଫଲୋୟର୍ସ । ଲକ୍ଷ ଲକ୍ଷ ଟଙ୍କା ରୋଜଗାର, ଲୋକପ୍ରିୟତା ବି କମ ନଥିଲା । କିନ୍ତୁ ଏମିତି କଣ ହେଲା ଯେ, ସୋସିଆଲ ମିଡିଆ ଇନଫ୍ଲୁଏପ୍ସର ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ । ମଧ୍ୟପ୍ରଦେଶର ଜଣାଶୁଣା ସୋସିଆଲ୍ ମିଡିଆ ଇନ୍‌ଫ୍ଲୁଏନ୍ସର୍ ନିଧି ତିୱାରୀଙ୍କ ଆତ୍ମହତ୍ୟା ଖବରକୁ ନେଇ ଚର୍ଚ୍ଚା ଲାଗିରହିଛି ।  ମାତ୍ର ୩୦ ବର୍ଷ ବୟସରେ ସେ ସିଙ୍ଗରୌଲି ଜିଲ୍ଲାର ଭୂସା ମୋଡ୍ ସ୍ଥିତ ନିଜ ଘରେ ଜୀବନ ହାରିଛନ୍ତି। ନିଧି ଫେସବୁକ ଏବଂ ଇନ୍‌ଷ୍ଟାଗ୍ରାମରେ ବେଶ୍ ଲୋକପ୍ରିୟ ଥିଲେ । ସମୁଦାୟ ୧୬ ଲକ୍ଷରୁ ଅଧିକ ଲୋକ ତାଙ୍କୁ ଫଲୋ କରୁଥିଲେ।

ଗତ ଶନିବାର ସନ୍ଧ୍ୟାରେ ତାଙ୍କ ମୃତଦେହ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପରିବାର ଲୋକେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନିଧି ବିନ୍ଧ୍ୟ ଅଞ୍ଚଳର ଜଣେ ପ୍ରମୁଖ ଡିଜିଟାଲ୍ କ୍ରିଏଟର ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ଫେସବୁକରେ ତାଙ୍କର ପ୍ରାୟ ୯ ଲକ୍ଷ ଏବଂ ଇନ୍‌ଷ୍ଟାଗ୍ରାମରେ ପ୍ରାୟ ୭ ଲକ୍ଷ ଫଲୋୟର୍ସ ଥିଲେ। ତାଙ୍କ ଭିଡିଓଗୁଡ଼ିକୁ ଲକ୍ଷ ଲକ୍ଷ ଲୋକ ଦେଖୁଥିବା ବେଳେ ପ୍ରତ୍ୟେକ ପୋଷ୍ଟରେ ହଜାର ହଜାର ପ୍ରତିକ୍ରିୟା ମିଳୁଥିଲା। ୨୦୨୪ ମସିହାରେ ସେ 'ମିସ୍ ପ୍ରିଟି ଇଣ୍ଡିଆ' ପୁରସ୍କାର ଜିତିବା ପରେ ମଡେଲିଂ, ଉପସ୍ଥାପନା ଏବଂ ଅଭିନୟ କ୍ଷେତ୍ରରେ ନିଜର କ୍ୟାରିୟର୍ ଆଗକୁ ନେଉଥିଲେ ।

ପଢନ୍ତୁ ଏହି ଖବର: ଲିକ୍ ହୋଇଥିଲା ଅନ୍ତରଙ୍ଗ ଭିଡ଼ିଓ, ରାଧିକା ଦେଲେ ଏମିତି ଜବାବ


ଫିଲ୍ମ ଦୁନିଆରେ କ୍ୟାରିୟର କରିବାକୁ ଚାହୁଁଥିଲେ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଲୋକଙ୍କ କହିବା ଅନୁଯାୟୀ, ନିଧିଙ୍କ ସ୍ୱପ୍ନ କେବଳ ସୋସିଆଲ ମିଡିଆରେ ସୀମିତ ନଥିଲା। ସେ ଅଭିନୟ ଓ ଫିଲ୍ମ ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ଗଢ଼ିବାକୁ ଚାହୁଁଥିଲେ। ମଡେଲିଂ, ବିଭିନ୍ନ ଇଭେଣ୍ଟ ଓ ଡିଜିଟାଲ କଣ୍ଟେଣ୍ଟ ଜରିଆରେ ସେ ନିଜ ସ୍ୱପ୍ନ ପୂରଣ ଦିଗରେ ଆଗକୁ ବଢ଼ୁଥିଲେ। ତାଙ୍କ ସୋସିଆଲ ମିଡିଆ ପୋଷ୍ଟଗୁଡ଼ିକରୁ ମଧ୍ୟ ଭବିଷ୍ୟତକୁ ନେଇ ତାଙ୍କ ଆଶା ଓ ଆକାଂକ୍ଷାର ଝଲକ ଦେଖିବାକୁ ମିଳୁଥିଲା।

ମୃତ୍ୟୁର କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ପରିବାର ଲୋକଙ୍କ କହିବା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ଆତ୍ମହତ୍ୟା କରିବା ପୂର୍ବରୁ ସେ ଫୋନ୍‌ରେ କାହା ସହିତ କଥା ହେଉଥିଲେ। ସେପଟେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମୋର୍ୱା ଥାନା ପ୍ରଭାରୀ ଡାକ୍ତର ଜ୍ଞାନେନ୍ଦ୍ର ସିଂହ ଜଣାଇଛନ୍ତି ଯେ, ନିଧିଙ୍କ ଫୋନ୍ କଲ୍ ରେକର୍ଡ, ଡିଜିଟାଲ୍ ଗତିବିଧି ଏବଂ ଅନ୍ୟାନ୍ୟ ପ୍ରମାଣଗୁଡ଼ିକୁ ଯାଞ୍ଚ କରାଯାଉଛି। ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ କୌଣସି ନିଷ୍କର୍ଷରେ ପହଞ୍ଚି ହେବନାହିଁ ।

ନିଧିଙ୍କ ଆତ୍ମହତ୍ୟା ଖବର ପ୍ରଚାରିତ ହେବା ପରେ ସୋସିଆଲ୍ ମିଡିଆରେ ତାଙ୍କ ପ୍ରଶଂସକମାନେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ପ୍ରଶଂସକମାନେ ଦିନେ ତାଙ୍କ ସୌନ୍ଦର୍ଯ୍ୟ, ଆତ୍ମବିଶ୍ୱାସ ଓ କାର୍ଯ୍ୟର ପ୍ରଶଂସା କରୁଥିଲେ, ଆଜି ସେହିମାନେ ହିଁ ସୋସିଆଲ୍ ମିଡିଆ ମାଧ୍ୟମରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।