Videos
|
National

Nepal Rivers in India / ନେପାଳରୁ ଭାରତକୁ ଆସୁଛି ୯ ନଦୀ, ନେପାଳର ବନ୍ୟାରେ ବିହାର କାହିଁକି ବିପଦରେ? ଜାଣନ୍ତୁ ପୂରା କାହାଣୀ

Santosh Kumar Sahoo
Browse all articles by Santosh Kumar Sahoo
·15 mins ago·2 min read
ନେପାଳରୁ ଭାରତକୁ ଆସୁଛି ୯ ନଦୀ, ନେପାଳର ବନ୍ୟାରେ ବିହାର କାହିଁକି ବିପଦରେ? ଜାଣନ୍ତୁ ପୂରା କାହାଣୀ
Nepal Rivers in India

Key Points

ନେପାଳ ବନ୍ୟାର ଭାରତ ଲିଙ୍କ୍‌
ଭାରତକୁ ଆସୁଛି ୯ ପ୍ରମୁଖ ନଦୀ
ନେପାଳରେ ବର୍ଷା ହେଲେ ବିହାର କାହିଁକି ଭୟଭୀତ ?
ନେପାଳରେ ପ୍ରକୃତିର ପ୍ରଳୟ, ଆଉ ତାହାର ପ୍ରଭାବରେ ଭାରତରେ ବଢୁଛି ବନ୍ୟାର ଭୟ । ନେପାଳର ଉଚ୍ଚ ପାହାଡ଼ରୁ ବାହାରିଥିବା ଅନେକ ବଡ଼ ନଦୀ ଭାରତର ଉତ୍ତର ପ୍ରଦେଶ ଓ ବିହାର ଦେଇ ପ୍ରବାହିତ ହୋଇଛି । ତେଣୁ ନେପାଳରେ ପ୍ରବଳ ବର୍ଷା, ଅକସ୍ମାକ ବନ୍ୟା କିମ୍ବା ଭୂସ୍ଖଳନ ହେଲେ ତାହାର ପାଣିର ପ୍ରଭାବ ସୀମା ପାର କରି ଭାରତରେ ମଧ୍ୟ ଦେଖିବାକୁ ମିଳେ । ତେବେ ନେପାଳରୁ ଭାରତକୁ ପ୍ରବାହିତ ହେଉଛି କେତେଟି ପ୍ରମୁଖ ନଦୀ ? ଆସନ୍ତୁ ଜାଣିବା...

ନେପାଳ ଓ ଚୀନ୍‌ରେ ଭୟଙ୍କର ବନ୍ୟା ନେଇଆସିଛି ବଡ଼ ବିପର୍ଯ୍ୟୟ । ଏପର୍ଯ୍ୟନ୍ତ ମୃତ୍ୟୁସଂଖ୍ୟା ପ୍ରାୟ ୧ ହଜାର ପାର୍‌ ହୋଇସାରିଥିବା ବେଳେ ଏବେ ବି ହଜାର ହଜାର ଲୋକ ନିଖୋଜ ଅଛନ୍ତି । ଆଉ ଧ୍ବଂସାବଶେଷ ତଳୁ ଏବେ ଚାଲିଛି ଉଦ୍ଧାର କାର୍ଯ୍ୟ ।

ତେବେ ନେପାଳରେ ଘଟୁଥିବା ଏହି ବିପର୍ଯ୍ୟୟର ପ୍ରଭାବ କେବଳ ସେଠାରେ ସୀମିତ ରହେ ନାହିଁ । ନେପାଳର ପାହାଡ଼ିଆ ଅଞ୍ଚଳରୁ ଉତ୍ପତ୍ତି ହୋଇ ଅନେକ ନଦୀ ଭାରତକୁ ପ୍ରବେଶ କରୁଥିବାରୁ, ସେଠାରେ ବର୍ଷା ଓ ହଠାତ୍ ବନ୍ୟା ହେଲେ ତାହାର ପ୍ରଭାବ ଭାରତର କିଛି ଅଞ୍ଚଳରେ ମଧ୍ୟ ପଡ଼ିଥାଏ । ବିଶେଷକରି ବିହାର ପାଇଁ ଏହା ଏକ ବଡ଼ ଚିନ୍ତାର କାରଣ ।

ନେପାଳରୁ ଭାରତକୁ ଆସୁଛି ୯ ପ୍ରମୁଖ ନଦୀ

କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ନେପାଳରୁ ଭାରତକୁ ପ୍ରାୟ ୯ଟି ପ୍ରମୁଖ ନଦୀ ପ୍ରବାହିତ ହେଉଛି । ଆଉ ଏହି ପ୍ରମୁଖ ନଦୀ ମଧ୍ୟରେ ରହିଛି—ଶାରଦା, ଘାଘରା, ରାପ୍ତୀ, ଗଣ୍ଡକ, ବୁଢ଼ୀ ଗଣ୍ଡକ, ବାଗମତୀ, କମଳା, କୋସୀ ଓ ମହାନନ୍ଦା । ଏଥିରୁ ଶାରଦା, ଘାଘରା ଓ ରାପ୍ତୀ ଉତ୍ତର ପ୍ରଦେଶ ଦେଇ ପ୍ରବାହିତ ହୁଏ । ଅନ୍ୟପଟେ ବୁଢ଼ୀ ଗଣ୍ଡକ, ବାଗମତୀ, କମଳା, କୋସୀ ଓ ମହାନନ୍ଦା ବିହାର ଦେଇ ପ୍ରବାହିତ ହୁଏ । ଗଣ୍ଡକ ନଦୀ ଉତ୍ତର ପ୍ରଦେଶ ଓ ବିହାର—ଉଭୟ ରାଜ୍ୟ ଦେଇ ପ୍ରବାହିତ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୬ ହଜାରରୁ ଅଧିକ ନଦୀ ଓ ଝରଣାର ଜଳ ଭାରତମୁହାଁ

କେବଳ ଏହି ୯ଟି ପ୍ରମୁଖ ନଦୀ ନୁହେଁ, ବରଂ ନେପାଳରୁ ୬,୦୦୦ରୁ ଅଧିକ ନଦୀ, ଉପନଦୀ, ଝରଣା ଓ ଜଳଧାରା ଉତ୍ତର ଭାରତ ଆଡ଼କୁ ପ୍ରବାହିତ ହୁଏ । ଶୁଷ୍କ ଋତୁରେ ଏହି ଜଳଧାରାଗୁଡ଼ିକ ଗଙ୍ଗାର ମୋଟ ପ୍ରବାହର ପ୍ରାୟ ୭୦ ପ୍ରତିଶତ ଯୋଗାଇଥାଏ ।

ତେଣୁ ନେପାଳରେ ଯେତେବେଳେ ପ୍ରବଳ ବର୍ଷା ହୁଏ କିମ୍ବା ଅକସ୍ମାକ ବନ୍ୟା ଆସେ, ନଦୀଗୁଡ଼ିକର ଜଳସ୍ତର ଦ୍ରୁତ ଗତିରେ ବଢ଼ିଥାଏ । ଏହାର ସିଧା ପ୍ରଭାବ ଭାରତର ସୀମାନ୍ତ ଅଞ୍ଚଳରେ ପଡ଼ିଥାଏ ।

କାହିଁକି ବିହାର ପାଇଁ ବଡ଼ ବିପଦ ?

ନେପାଳରୁ ଆସୁଥିବା ନଦୀଗୁଡ଼ିକ ମଧ୍ୟରୁ କୋସୀ ଓ ଗଣ୍ଡକ ବିହାର ପାଇଁ ବିଶେଷ ଗୁରୁତ୍ୱ ବହନ କରେ । ଏହି ଦୁଇ ନଦୀ ଗଙ୍ଗାର ପ୍ରମୁଖ ଉପନଦୀ ।
ବିହାରରେ କୋସୀକୁ ‘ବିହାରର ଦୁଃଖ’ ବୋଲି କୁହାଯାଏ । କାରଣ, ଏହି ନଦୀ ଅତୀତରେ ଅନେକଥର ଭୟଙ୍କର ବନ୍ୟା ଆଣି ବ୍ୟାପକ ଧ୍ୱଂସ ଘଟାଇଛି । ୨୦୦୮ ମସିହାର କୋସୀ ବନ୍ୟା ଏହାର ସବୁଠାରୁ ବଡ଼ ଉଦାହରଣ । ଏହି ବନ୍ୟା ନେପାଳ ଓ ଭାରତରେ ପ୍ରାୟ ୩୦ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିଥିଲା । ବ୍ୟାପକ ଭାବେ ଘରଦ୍ୱାର, ରାସ୍ତାଘାଟ, ଚାଷଜମି ଓ ଭିତ୍ତିଭୂମି ନଷ୍ଟ ହୋଇଥିଲା ।