ଟ୍ରମ୍ପଙ୍କ ଧମକ ପରେ ନିର୍ମଳା ସୀତାରମଣଙ୍କ ବଡ଼ ବୟାନ; କହିଲେ, ଋଷରୁ ତେଲ ଆସିବା ବନ୍ଦ ହେବନି

Key Points
ଟ୍ରମ୍ପଙ୍କ ଟାରିଫର ଜବାବ ଦେଲେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । କହିଲେ, ଋଷରୁ ତେଲ କିଣିବା ବନ୍ଦ ହେବନି ।
ଟ୍ରମ୍ପଙ୍କ ଧମକ ପରେ ନିର୍ମଳା ସୀତାରମଣଙ୍କ ବଡ଼ ବୟାନ; କହିଲେ, ଋଷରୁ ତେଲ ଆସିବା ବନ୍ଦ ହେବନି
ଭାରତ-ଆମେରିକା ମଧ୍ୟରେ ଜାରି ରହିଛି ଟାରିଫ୍ ଓ୍ବାର । ଋଷରୁ ତେଲ କିଣିବା ପାଇଁ ଭାରତ ଉପରେ ଆମେରିକା ଲାଗୁ କରିଛି ୫୦ ପ୍ରତିଶତ ଟାରିଫ୍ । ତେବେ ଏସବୁ ମଧ୍ୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଏକ ବଡ଼ ବୟାନ ଦେଇଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି ଯେ ଭାରତ ଋଷଠୁ ତେଲ କିଣିବା ଜାରି ରଖିବ । ସେ ପୁଣି କହିଛନ୍ତି ଯେ ଦେଶ ଏହାର ଶକ୍ତି ଆବଶ୍ୟକତା ଏବଂ ସ୍ୱାର୍ଥ ଆଧାରରେ ନିଷ୍ପତ୍ତି ନେବ ।
ସୀତାରମଣ ଏକ ସାକ୍ଷାତକାରରେ କହିଛନ୍ତି, ଭାରତ ଋଷଠୁ ତେଲ କିଣିବା ଜାରି ରଖିବ । ଆମକୁ ଆମର ଆବଶ୍ୟକତା ଅନୁସାରେ ନିଷ୍ପତ୍ତି ନେବାକୁ ପଡ଼ିବ ଯେ ଆମକୁ କେଉଁଠାରୁ ତେଲ କିଣିବାକୁ ପଡିବ । ଏହା ଆମର ନିଷ୍ପତ୍ତି । ଅର୍ଥମନ୍ତ୍ରୀଙ୍କ ଏହି ବୟାନ ଦର୍ଶାଉଛି ଯେ ଭାରୀ ଶୁଳ୍କ ସତ୍ତ୍ୱେ, ଭାରତ ଆମେରିକାର ଚାପରେ ଆସିବ ନାହିଁ।
ଆମେରିକା ଅଗଷ୍ଟ ୨୭ ତାରିଖରୁ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛି । ଏଥିରେ, ଋଷଠୁ ତେଲ କିଣିବା ପାଇଁ ଭାରତ ଉପରେ ୨୫ ପ୍ରତିଶତ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଛି । ସେପଟେ ଟ୍ରମ୍ପ ପ୍ରଶାସନ ସମ୍ପ୍ରତି ଆମେରିକାର ସୁପ୍ରିମକୋର୍ଟକୁ କହିଛି ଯେ ଋଷ ତେଲ କିଣିବା ପାଇଁ ଭାରତ ଉପରେ ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କ ଲାଗୁ କରାଯାଇଛି । ଟ୍ରମ୍ପ ପ୍ରଶାସନ କହିଛି ଯେ ଏହି ଶୁଳ୍କ ଭାରତ ଉପରେ IEEPA (ଆନ୍ତର୍ଜାତୀୟ ଜରୁରୀକାଳୀନ ଆର୍ଥିକ ଶକ୍ତି ଆଇନ) ଅନୁଯାୟୀ ଲଗାଯାଇଛି । ଯାହା ଦ୍ଵାରା ୟୁକ୍ରେନ ଯୁଦ୍ଧ ସହିତ ଜଡିତ ଜାତୀୟ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରାଯାଇପାରିବ ଏବଂ ସେହି ଯୁଦ୍ଧଗ୍ରସ୍ତ ଦେଶରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସକୁ ସୁଦୃଢ଼ କରାଯାଇପାରିବ ।
ତେଲ କ୍ରୟ ପାଇଁ ଶୁଳ୍କ ଲଗାଯାଇଥିଲା
📱 Get Argus News App
✨କେବଳ ଏତିକି ନୁହେଁ, ଆମେରିକା ଏହା ମଧ୍ୟ ଅଭିଯୋଗ କରିଛି ଯେ ଭାରତ ଋଷଠାରୁ ଶସ୍ତା ତେଲ କିଣୁଛି ଏବଂ ଉଚ୍ଚ ମୂଲ୍ୟରେ ଅନ୍ୟ ଦେଶମାନଙ୍କୁ ବିକ୍ରି କରୁଛି । ଋଷ ଭାରତର କ୍ରୟରୁ ଆର୍ଥିକ ସହାୟତା ପାଉଛି । ଯାହା ୟୁକ୍ରେନ ସହିତ ଯୁଦ୍ଧରେ ଏହାକୁ ସାହାଯ୍ୟ କରୁଛି । ଆମେରିକା ଏହାକୁ ଯୁଦ୍ଧକୁ ପ୍ରୋତ୍ସାହିତ କରିବା ପାଇଁ ଏକ ପଦକ୍ଷେପ ବୋଲି କହୁଛି ।
ତଥାପି, ଭାରତର ଋଷଠୁ ତେଲ କ୍ରୟ ସମ୍ପୂର୍ଣ୍ଣ ଯଥାର୍ଥ । ଭାରତ ପୂର୍ବରୁ ଏହାର ଉତ୍ତରରେ କହିସାରିଛି ଯେ ଋଷଠୁ ତେଲ କିଣିବା ସମ୍ପୂର୍ଣ୍ଣ ଆଇନଗତ ଏବଂ ଏହା ଉପରେ କୌଣସି ଅନ୍ତର୍ଜାତୀୟ କଟକଣା ନାହିଁ । ବାସ୍ତବତା ହେଉଛି ଶସ୍ତା ଋଷ ତେଲ ଭାରତକୁ ବହୁତ ସାହାଯ୍ୟ କରୁଛି । କେବଳ ଏତିକି ନୁହେଁ, ଋଷଠୁ ତେଲ କିଣିବା ଦ୍ୱାରା ବିଶ୍ୱରେ ତୈଳ ମୂଲ୍ୟ ନିୟନ୍ତ୍ରଣରେ ରହିଥିଲା । ଯାହା ଯୋଗୁଁ ଅନେକ ଦେଶର ଅର୍ଥନୀତି ସୁରକ୍ଷିତ ରହିଥିଲା।
ଭାରତ ଋଷଠାରୁ କମ୍ ମୂଲ୍ୟରେ ଅଶୋଧିତ ତେଲ ପାଉଛି । ଆମେରିକାର ପ୍ରତିବନ୍ଧକ ପରେ, ଋଷୀୟ ତେଲ ଏବେ ପୂର୍ବ ଅପେକ୍ଷା ପ୍ରତି ବ୍ୟାରେଲ ପ୍ରତି ପ୍ରାୟ ୩-୪ ଡଲାରର ବଡ଼ ରିହାତି ପାଉଛି ।