ବଜେଟ୍ ଉପସ୍ଥାପନ ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଅର୍ଗସ ବ୍ୟୁରୋ : ଆଜି ସଂସଦରେ ହେବ ମଧ୍ୟବର୍ତ୍ତିକାଳୀନ ବଜେଟ୍ ଉପସ୍ଥାପନ । ନିଜର ଷଷ୍ଠ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମାଳା ସୀତାରମଣ । ସକାଳ ୧୧ଟାରେ ଉପସ୍ଥାପନ କରାଯିବ ବଜେଟ । ଚଳିତ ବର୍ଷ ଲୋକସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଏହା ଏକ କାମଚଳା ବଜେଟ ହେବ । ତେବେ ବଜେଟ୍ ପୂର୍ବରୁ ସାମ୍ନକୁ ଆସିଲା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଫଟୋ । ବ୍ରିଫକେସ୍, ବ୍ଲୁ ଶାଢ଼ୀରେ ନଜର ଆସିଲେ ଅର୍ଥମନ୍ତ୍ରୀ ।
ଅଧିକ ପଢନ୍ତୁ : ଆଜି ବଜେଟ୍ ୨୦୨୪: ବ୍ରିଫକେସ୍ ଧରି ନଜର ଆସିଲେ ଅର୍ଥମନ୍ତ୍ରୀ
ଏହା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ତାଙ୍କ ସହିତ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଓ ଭାଗବତ କିଶନରା ଓ କରାଡ ଏବଂ ଅର୍ଥ ସଚିବ ଟିଭି ସୋମନାଥନ ପ୍ରମୁଖ ମଧ୍ୟ ରାଷ୍ଟ୍ରପତିଙ୍କୁ ଭେଟିଥିଲେ । ଏହି ଅବସରରେ ଦହି, ଚିନି ଖୁଆଇ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି । ଏହି ବଜେଟରେ ଚାଷୀଙ୍କଠାରୁ ଆରମ୍ଭ କରି ମହିଳାଙ୍କ ହିତ ପାଇଁ ଅନେକ କିଛି ବଜେଟ୍ରେ ଉପସ୍ଥାପନା କରିପାରନ୍ତି। ଅଥର୍ମନ୍ତ୍ରୀ ବାହାରକୁ ବାହାରିବା ସମୟର ଫଟୋ ସାମ୍ନାକୁ ଆସିଥିଲା।
📱 Get Argus News App
✨