Videos
|
National

ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କରି ରେକର୍ଡ କରିବେ ନିର୍ମଳା ସୀତାରମଣ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କରି ରେକର୍ଡ କରିବେ ନିର୍ମଳା ସୀତାରମଣ

ଅର୍ଗସ ବ୍ୟୁରୋ : ରେକର୍ଡ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତାର ସପ୍ତମ ଥର ପାଇଁ ସଂସଦରେ ବଜେଟ୍ ଉପସ୍ଥାପନା କରି ରେକର୍ଡ କରିବେ ନିର୍ମଳା । ୨୦୧୯ରେ ଦେଶର ଅର୍ଥମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିବା ନିର୍ମଳା ଗୋଟିଏ ଅନ୍ତରୀଣ ବଜେଟ୍ ସହ ଛଅଟି ପୂର୍ଣ୍ଣକାଳୀନ ବଜେଟ୍ ଉପସ୍ଥାପନା କରିବାକୁ ଯାଉଛନ୍ତି । ତେବେ ଲଗାତାର ସପ୍ତମ ଥର ପାଇଁ ବଜେଟ୍ ଆଗତ କରି ନିର୍ମଳା, ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ଛଅ ଥରର ରେକର୍ଡ ଭାଙ୍ଗିବେ ।

ଅଧିକ ପଢନ୍ତୁ : ଅଗଷ୍ଟ 12 ତାରିଖ ଯାଏ ଚାଲିବ ସଂସଦର ବଜେଟ ଅଧିବେଶନ

ଦେଶର ତତ୍କାଳୀନ ଅର୍ଥମନ୍ତ୍ରୀ ଭାବେ ୧୯୫୯ରୁ ୧୯୬୪ ମସିହା ମଧ୍ୟରେ ଲଗାତାର ଛଅ ଥର ବଜେଟ୍ ଉପସ୍ଥାପନ କରିଥିଲେ ଯେଉଁଥିରେ ପାଞ୍ଚଟି ପୂର୍ଣ୍ଣାଙ୍ଗ ଓ ଗୋଟିଏ ଅନ୍ତରୀଣ ବଜେଟ୍ ସାମିଲ ଥିଲା । ତେବେ ସଂସଦରେ ସର୍ବାଧିକ ଦଶଟି ବଜେଟ୍ ଉପସ୍ଥାପନା କରିବାର ରେକର୍ଡ ବି ମୋରାରଜୀ ଦେଶାଇଙ୍କ ନାଁରେ ରହିଛି । ପି. ଚିଦାମ୍ବରମ ୯ ଥର ଓ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ଅର୍ଥମନ୍ତ୍ରୀ ଭାବେ ୮ ଥର ବଜେଟ୍ ଉପସ୍ଥାପନ କରିଥିଲେ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Nirmala Sitharaman will present the budget for the seventh time and will be create a record | Argus News