Surinder Koli Death / ଜୀବନ ହାରିଲେ ନିଠାରୀ କାଣ୍ଡରୁ ଦୋଷମୁକ୍ତ ସୁରେନ୍ଦ୍ର କୋଲି, ହରିଦ୍ୱାରରେ ଚା’ ଦୋକାନରୁ ମିଳିଲା ମୃତଦେହ
·2 hours ago·2 min read

Key Points
ଜେଲ୍ରୁ ମୁକ୍ତିର କିଛି ମାସ ପରେ ସୁରେନ୍ଦ୍ର କୋଲି ମୃତ
ହରିଦ୍ୱାରରେ ଚା’ ଦୋକାନରେ ଝୁଲୁଥିଲା ଦେହ
ପୋଲିସର ତଦନ୍ତ ଜାରି
ହରିଦ୍ୱାରରେ ଚା’ ଦୋକାନରେ ଝୁଲୁଥିଲା ଦେହ
ପୋଲିସର ତଦନ୍ତ ଜାରି
ଉତ୍ତରପ୍ରଦେଶର ଗୌତମବୁଦ୍ଧନଗର (ନୋଏଡା)ର ବହୁଚର୍ଚ୍ଚିତ ନିଠାରୀ କାଣ୍ଡର ଅଭିଯୁକ୍ତ ସୁରେନ୍ଦ୍ର କୋଲିଙ୍କ ମୃତଦେହ ହରିଦ୍ୱାରରୁ ଉଦ୍ଧାର ହୋଇଛି । ଉତ୍ତର ହରିଦ୍ୱାରର ଭୂପତୱାଲା ଅଞ୍ଚଳର ସପ୍ତ ସରୋବର ରୋଡ୍ରେ ଥିବା ଲାଲମାତା ମନ୍ଦିର ସମ୍ମୁଖରୁ ତାଙ୍କ ମୃତଦେହ ମିଳିଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ସୁରେନ୍ଦ୍ର କୋଲି ଗତ କିଛି ଦିନ ଧରି ସେହି ଅଞ୍ଚଳରେ ଏକ ଚା’ ଦୋକାନ କରିଥିଲେ । ଆଉ ସେହି ଦୋକାନ ଭିତରେ ଦଉଡ଼ି ସାହାଯ୍ୟରେ ତାଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଘଟଣାର ସୂଚନା ପାଇବା ପରେ ସପ୍ତଋଷି ପୋଲିସ ଫାଣ୍ଡିର ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ମୃତଦେହକୁ ନିଜ ହେପାଜତକୁ ନେଇ ଘଟଣାର ତଦନ୍ତ ଆରମ୍ଭ କରିଛି ।
ପୋଲିସର ସୂଚନା ଅନୁସାରେ, ମୃତକଙ୍କ ପରିଚୟ ଆଲମୋଡ଼ା ଜିଲ୍ଲାର ଭିକିଆସୈଣ ଅଞ୍ଚଳ ଅନ୍ତର୍ଗତ ମଙ୍ଗରୁଖାଲ ଗାଁର ବାସିନ୍ଦା ସୁରେନ୍ଦ୍ର କୋଲି ଭାବେ ହୋଇଛି । ଘଟଣା ସମ୍ପର୍କରେ ପୋଲିସ ତାଙ୍କ ପରିବାରକୁ ମଧ୍ୟ ସୂଚନା ଦେଇଛି । ମୃତ୍ୟୁର ସମସ୍ତ ସମ୍ଭାବ୍ୟ ଦିଗକୁ ନେଇ ତଦନ୍ତ ଜାରି ରହିଛି ।
ଡିସେମ୍ବର ୨୦୨୫ରେ ଜେଲ୍ରୁ ମୁକ୍ତ ହୋଇଥିଲେ
ସୁରେନ୍ଦ୍ର କୋଲି ଡିସେମ୍ବର ୨୦୨୫ରେ ଜେଲ୍ରୁ ବାହାରି ଥିଲେ । ଏହା ପୂର୍ବରୁ ନିଠାରୀ କାଣ୍ଡ ମାମଲାରେ ତାଙ୍କ ବିରୋଧରେ ଏକାଧିକ ମାମଲା ଚାଲିଥିଲା । ୨୯ ଡିସେମ୍ବର ୨୦୦୬ରେ ନୋଏଡାର ନିଠାରୀ ଅଞ୍ଚଳରେ ମୋନିନ୍ଦର ସିଂହ ପଂଢେରଙ୍କ ଘର ପଛପଟେ ଥିବା ନାଳରୁ ୮ ଜଣ ଶିଶୁଙ୍କ କଙ୍କାଳ ମିଳିଥିଲା । ଏହାପରେ ଘର ଆଖପାଖରେ ଥିବା ନାଳଗୁଡ଼ିକରେ ତଲାସି ଓ ଖନନ କରାଯାଇଥିଲା। ଏହି ସମୟରେ ଆହୁରି ଅନେକ କଙ୍କାଳ ମିଳିଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ଘଟଣାକୁ ନେଇ ମୋନିନ୍ଦର ସିଂହ ପଂଢେର ଏବଂ ତାଙ୍କ ଘରର କାମ କରୁଥିବା ସୁରେନ୍ଦ୍ର କୋଲିଙ୍କ ବିରୋଧରେ ମୋଟ ୧୯ଟି ମାମଲା ରୁଜୁ ହୋଇଥିଲା । ମୋନିନ୍ଦର ସିଂହଙ୍କୁ ଏଥିରୁ ୨ଟି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିବା ବେଳେ, ନିମ୍ନ ଅଦାଲତ ସୁରେନ୍ଦ୍ର କୋଲିଙ୍କୁ ୧୩ଟି ମାମଲାରେ ମୃତ୍ୟୁଦଣ୍ଡ ଦେଇଥିଲା ।
ହାଇକୋର୍ଟରୁ ମିଳିଥିଲା ବଡ଼ ଆଶ୍ୱସ୍ତି
ତେବେ ୧୬ ଅକ୍ଟୋବର ୨୦୨୩ରେ ଆଲାହାବାଦ ହାଇକୋର୍ଟ ଏହି ମାମଲାଗୁଡ଼ିକରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ। ହାଇକୋର୍ଟ ସୁରେନ୍ଦ୍ର କୋଲିଙ୍କୁ ୧୨ଟି ମାମଲାରେ ଦୋଷମୁକ୍ତ କରିଥିଲେ । ସେହିପରି ମୋନିନ୍ଦର ସିଂହ ପଂଢେରଙ୍କ ବିରୋଧରେ ଚାଲିଥିବା ଦୁଇଟି ମାମଲାରେ ମଧ୍ୟ ତାଙ୍କୁ ଦୋଷମୁକ୍ତ କରାଯାଇଥିଲା ।
ପରେ ସୁପ୍ରିମକୋର୍ଟ ମଧ୍ୟ ସୁରେନ୍ଦ୍ର କୋଲି ଓ ମୋନିନ୍ଦର ସିଂହ ପଂଢେରଙ୍କୁ ଦୋଷମୁକ୍ତ କରିଥିବା ହାଇକୋର୍ଟର ରାୟକୁ ବଜାୟ ରଖିଥିଲେ ।

Related Topics
Explore more stories