Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

BJP Organizational Change / ନୀତିନ ନବୀନ ହେଲେ ବିଜେପି ନୂଆ ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି

Santosh Kumar Sahoo
Browse all articles by Santosh Kumar Sahoo
·7 months ago·1 min read
ନୀତିନ ନବୀନ ହେଲେ ବିଜେପି ନୂଆ ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି
Nitin Naveen

Key Points

ନୂଆ ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତିଙ୍କ ନାଁ ଘୋଷଣା କଲା ବିଜେପି
ନୀତିନ ନବୀନ ହେଲେ ବିଜେପି ନୂଆ ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି
ବିଜେପି ସଂସଦୀୟ ବୋର୍ଡରେ ନୀତିନ ନବୀନଙ୍କ ନାଁରେ ମୋହର
ବିଜେପିରେ ବଡ଼ ସାଂଗଠନିକ ପରିବର୍ତ୍ତନ ହୋଇଛି । ନୂଆ ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତିଙ୍କ ନାଁ ଘୋଷଣା କଲା ବିଜେପି । ବିହାର ସରକାରରେ ମନ୍ତ୍ରୀ ଥିବା ନୀତିନ ନବୀନଙ୍କୁ ଦଳର କାର୍ଯ୍ୟକାରିଣୀ ସଭାପତି ଭାବେ ନିଯୁକ୍ତି କରିଛି । ବିଜେପି ସଂସଦୀୟ ବୋର୍ଡରେ ନୀତିନ ନବୀନଙ୍କ ନାଁରେ ମୋହର ବାଜିଛି । ତାଙ୍କର ସାଂଗଠନିକ ଅଭିଜ୍ଞତା, ତୃଣମୂଳ ସ୍ତରର ଉପସ୍ଥିତି ଏବଂ ପ୍ରଶାସନିକ କ୍ଷମତାକୁ ଉଲ୍ଲେଖ କରି ଦଳୀୟ ନେତୃତ୍ୱ ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି । ୪୫ ବର୍ଷୀୟ ନୀତିନ ନବୀନ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।



ଏହି ନିଯୁକ୍ତି ତତ୍କାଳ କାର୍ଯ୍ୟକାରୀ ହୋଇଛି । ଏନେଇ ବିଜେପି ପକ୍ଷରୁ ବିଧିବଦ୍ଧ ଭାବେ ଏକ ପ୍ରେସ୍‌ ରିଲିଜ୍‌ ଜାରି କରିଛି । ବିଜେପି ଜାତୀୟ ସାଧାରଣ ସମ୍ପାଦକ ଏବଂ ମୁଖ୍ୟାଳୟ ପ୍ରଭାରୀ ଅରୁଣ ସିଂହଙ୍କ ଦ୍ୱାରା ଏହି ନିର୍ଦ୍ଦେଶ ଜାରି କରାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Nitin Naveen Appointed as BJP National Working President | Argus News