BJP Meeting / ୨୦୩୬ ବିକଶିତ ଓଡ଼ିଶା ଗଠନରେ ରୋଡ୍ ମ୍ୟାପ୍ ନେଇ ୫ ପରାମର୍ଶ ଦେଲେ ନିତିନ ନବୀନ
·3 months ago·2 min read

Key Points
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ନେତାଙ୍କୁ ଗୁରୁମନ୍ତ୍ର ଦେଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ
ବିଜେପି କୋର କମିଟି ବୈଠକ କଲେ ନିତିନି ନବୀନ
ସରକାର ଆଉ ସଂଗଠନ ସମାନ୍ତରାଳ ଆଗକୁ ବଢ଼ିବ ଉପରେ ଗୁରୁତ୍ବ
ସମୃଦ୍ଧ ଓଡ଼ିଶା ଗଠନରେ ପ୍ରାଧାନ୍ୟ ଦେବାକୁ ଦେଲେ ଗୁରୁମନ୍ତ୍ର
ବିକଶିତ ଓଡ଼ିଶା ଗଠନରେ ରୋଡ୍ ମ୍ୟାପ୍ ନେଇ ଦେଲେ ୫ ପରାମର୍ଶ

ଭୁବନେଶ୍ବର,୧୮/୦୫: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ନେତାଙ୍କୁ ଗୁରୁମନ୍ତ୍ର ଦେଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ । ବିଜେପିର କୋର କମିଟି ବୈଠକ କରି ସଙ୍ଗଠନ ଆଉ ସମନ୍ବୟ ଉପରେ ବି ଦେଇଛନ୍ତି ଗୁରୁତ୍ବ । ତୃଣମୂଳ ସ୍ତରରେ ଦଳ କିଭଳି ମଜବୁତ ହେବ ସେନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଫିଡବ୍ୟାକ ବି ନେଇଛନ୍ତି । ସରକାର ଆଉ ସଂଗଠନ କିଭଳି ସମାନ୍ତରାଳ ଭାବେ ଆଗକୁ ବଢ଼ିବ ତାପରେ ଗୁରୁତ୍ବ ଦେଇଛନ୍ତି ।
ସମୃଦ୍ଧ ଓଡ଼ିଶା ଗଠନରେ ପ୍ରାଧାନ୍ୟ ଦେବାକୁ ଗୁରୁମନ୍ତ୍ର ଦେଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ । ସଂଗଠନ କିପରି ଶକ୍ତିଶାଳୀ ହେବ । ସରକାର କିପରି ଆହୁରି ନିଖୁଣତାର ସହ ଲୋକଙ୍କ ପାଖେ ପହଞ୍ଚିବ । ଯୋଜନା ଲୋକଙ୍କ ପାଖରେ କିପରି ପହଞ୍ଚିବ ତାକୁ ମନ୍ତ୍ର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିତିନ ନବୀନ ।
ଭୁବନେଶ୍ୱରରେ ବିଜେପି କାର୍ଯ୍ୟାଳୟରେ ରାଜ୍ୟ କୋର କମିଟି ବୈଠକରେ ଅଂଶଗ୍ରହଣ କରି ସାଂଗଠନିକ ପ୍ରସଙ୍ଗରେ ଏକ ଅର୍ଥପୂର୍ଣ୍ଣ ଆଲୋଚନା ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଡବଲ ଇଞ୍ଜିନ ସରକାର ଓଡ଼ିଶାକୁ ବିକାଶର ନୂତନ ଦିଗକୁ ନେଇଛି ବୋଲି ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ନିତିନ ନବୀନ।
ପଢନ୍ତୁ ଏହି ଖବର: ଓଡ଼ିଶା ଆସୁଛନ୍ତି BJP ରାଷ୍ଟ୍ରୀୟ ଅଧ୍ୟକ୍ଷ, ସୋମବାର ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସରକାରୀ ନିଯୁକ୍ତି ପ୍ରସଙ୍ଗ ଶେଷ ସୋପାନରେ ଅଛି । ସମ୍ଭବତଃ ଚଳିତ ମାସ ଶେଷ ସୁଦ୍ଧା ସେସବୁ ଘୋଷଣା ହୋଇଯିବ । ପଞ୍ଚାୟତ ନିର୍ବାଚନ ଆହୁରି ବିଳମ୍ବ ଅଛି । କିନ୍ତୁ ଏହା ପୂର୍ବରୁ ଧାଡ଼ିର ଶେଷ ଲୋକଙ୍କ ପାଖେ କିଭଳି ଯୋଜନା ପହଞ୍ଚିବ ସେନେଇ ରୂପରେଖ ପ୍ରସ୍ତୁତ କରାଯିବ । 2036 ବିକଶିତ ଓଡ଼ିଶା ଗଠନରେ ରୋଡ ମ୍ୟାପ ନେଇ ୫ଟି ପରାମର୍ଶ ଦେଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ । ମନ୍ତ୍ରୀ ପରିଷଦ ବୈଠକରେ ବିଭାଗର ଉପଲବ୍ଧି ସମ୍ପର୍କରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରୀ।
କୋର କମିଟି ବୈଠକରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ,ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡୀ, ଯୋଗ ଦେଇଥିଲେ। ମନ୍ତ୍ରୀ ସୁରେଶ ପୂଜାରୀ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଓ ବସନ୍ତ ପଣ୍ଡା, ସାଂସଦ ପ୍ରତାପ ଷଡ଼ଙ୍ଗୀ, ସମ୍ବିତ ପାତ୍ର, ପ୍ରମୁଖ ଉପସ୍ଥିତ ଥିଲେ।

Related Topics
Explore more stories