Nitin Nabin / ଓଡ଼ିଶା ଆସୁଛନ୍ତି BJP ରାଷ୍ଟ୍ରୀୟ ଅଧ୍ୟକ୍ଷ, ସୋମବାର ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ
·1 hour ago·1 min read

Key Points
ଓଡ଼ିଶା ଆସୁଛନ୍ତି ନିତିନ ନବୀନ
ଦଳର ସର୍ବୋଚ୍ଚ ପଦବୀ ଗ୍ରହଣ ପରେ ପ୍ରଥମ ଓଡ଼ିଶା ଗସ୍ତ
ସୋମବାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ନିତିନ

ଆଜିଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ । ଦଳର ସର୍ବୋଚ୍ଚ ପଦବୀ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ । ଏହି ଗସ୍ତକୁ ନେଇ ରାଜ୍ୟ ବିଜେପି ଶିବିର ବେଶ୍ ଉତ୍ସାହିତ ଥିବାବେଳେ ଦଳ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
ଆଜି ରାତି ୧୦ଟା ୩୫ ମିନିଟ୍ରେ ନିତିନ ନବୀନ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେଠାରେ ଦଳୀୟ ନେତା ଓ କର୍ମୀଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ସୋମବାର ଦିନ ଓଡ଼ିଶାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ରହିଛି । ଜଟଣୀଠାରେ ଆୟୋଜିତ ଭୁବନେଶ୍ୱର ସାଂଗଠନିକ ଜିଲ୍ଲାର ପ୍ରଶିକ୍ଷଣ ଶିବିରରେ ଯୋଗଦେଇ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ । ଅପରାହ୍ନରେ ପୁରୀ ଗସ୍ତ କରି ମହାପ୍ରଭୁଙ୍କ ଶ୍ରୀମନ୍ଦିରରେ ମହାପ୍ରସାଦ ସେବନ କରିବେ ।
ଅଧିକ ପଢ଼ନ୍ତୁ: ୧୮ରେ ଓଡ଼ିଶା ଆସୁଛନ୍ତି ନୀତିନ ନବୀନ, ରାଜ୍ୟ ବିଜେପିକୁ ଦେବେ ନୂଆ ମନ୍ତ୍ର
ପୁରୀରୁ ଫେରିବା ପରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହେବ । ଏଥିରେ ସେ ରାଜ୍ୟ ସରକାରଙ୍କ ବହୁ ମନ୍ତ୍ରୀ ଏବଂ ବିଜେପି କର୍ମକର୍ତ୍ତାଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିବେ । ଏହା ସହିତ ରାଜ୍ୟ ବିଜେପି କୋର୍ କମିଟି ସହ ସଂଗଠନର ସ୍ଥିତି ଏବଂ ଆଗାମୀ ରଣନୀତି ସମ୍ପର୍କରେ ସେ ସମୀକ୍ଷା କରିବେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories