|
logo
Live

Argus News - ଇସ୍ତଫା ପରେ ୬ ମାସ CM ରହିପାରିବେ ନୀତିଶ କୁମାର, ଜାଣନ୍ତୁ କ'ଣ କହୁଛି ନିୟମ...

National

Nitish Kumar / ଇସ୍ତଫା ପରେ ୬ ମାସ CM ରହିପାରିବେ ନୀତିଶ କୁମାର, ଜାଣନ୍ତୁ କ'ଣ କହୁଛି ନିୟମ...

Sushanta Sahoo
Browse all articles by Sushanta Sahoo
·1 month ago·2 min read
ଇସ୍ତଫା ପରେ ୬ ମାସ CM ରହିପାରିବେ ନୀତିଶ କୁମାର, ଜାଣନ୍ତୁ କ'ଣ କହୁଛି ନିୟମ...
Big Political Move in Bihar

Key Points

ନୀତିଶଙ୍କ ଇସ୍ତଫା ପରେ କିଏ ହେବ ନୂଆ ମୁଖ୍ୟମନ୍ତ୍ରୀ ତାକୁ ନେଇ ଅନେକ ନାଁ ଚର୍ଚ୍ଚାକୁ ଆସୁଛି । ତଥାପି ନିୟମ କଥା କହିଲେ, ନୀତିଶ କୁମାର ବିଧାୟକ ପଦରୁ ଇସ୍ତଫା ଦେବା ପରେ ବି ୬ ମାସ ମୁଖ୍ୟମନ୍ତ୍ରୀ ରହିପାରିବେ ।
ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ଯିବେ । ଅନେକ ଚର୍ଚ୍ଚା ଭିତରେ ଖୋଦ୍ ନୀତିଶ କୁମାର ରାଜ୍ୟସଭା ଯାଉଥିବା କଥା ଘୋଷଣା କରିଛନ୍ତି । ଏନେଇ ନୀତିଶ ନିଜେ ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, "ସବୁବେଳେ ଇଚ୍ଛା ଥିଲା ମୁଁ ସଂସଦର ଉଭୟ ଗୃହର ଅଂଶ ହେବି ।"

ନୀତିଶ କୁମାରଙ୍କ ଏହି ଘୋଷଣା ପରେ ସ୍ପଷ୍ଟ ବିହାରକୁ ମିଳିବାକୁ ଯାଉଛି ନୂଆ ମୁଖ୍ୟମନ୍ତ୍ରୀ । ତେବେ ନୀତିଶଙ୍କ ଇସ୍ତଫା ପରେ କିଏ ହେବ ନୂଆ ମୁଖ୍ୟମନ୍ତ୍ରୀ ତାକୁ ନେଇ ଅନେକ ନାଁ ଚର୍ଚ୍ଚାକୁ ଆସୁଛି । ତଥାପି ନିୟମ କଥା କହିଲେ, ନୀତିଶ କୁମାର ବିଧାୟକ ପଦରୁ ଇସ୍ତଫା ଦେବା ପରେ ବି ୬ ମାସ ମୁଖ୍ୟମନ୍ତ୍ରୀ ରହିପାରିବେ । ଆସନ୍ତୁ ଜାଣିବା ମୁଖ୍ୟମନ୍ତ୍ରୀ ପଦକୁ ନେଇ କ'ଣ ରହିଛି ନିୟମ ।

ଏଥିସହ ପଢ଼ନ୍ତୁ: ବିହାର ରାଜନୀତିରେ ବଡ଼ ଚର୍ଚ୍ଚା, ନୀତିଶ ରାଜ୍ୟସଭା ଯିବାପରେ ମୁଖ୍ୟମନ୍ତ୍ରୀ ହେବ କିଏ?

୬ ମାସ ପର୍ଯ୍ୟନ୍ତ ରହିପାରିବେ ମୁଖ୍ୟମନ୍ତ୍ରୀ


ନୀତିଶ କୁମାର ଯଦିଓ ରାଜ୍ୟସଭା ଯିବାକୁ ମନ ବଳାଇଛନ୍ତି, ତଥାପି ସେ ଚାହିଁଲେ ଆଗାମୀ ୬ ମାସ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦରେ ରହି ପାରିବେ । ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୬୪ (୧) ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ନିଯୁକ୍ତ କରନ୍ତି । ଏହାଛଡ଼ା ୧୬୪ (୪) ଅନୁସାରେ, ୬ ମାସ ପର୍ଯ୍ୟନ୍ତ କୌଣସି ବ୍ୟକ୍ତି ନିର୍ବାଚନ ନ ଲଢ଼ି ମୁଖ୍ୟମନ୍ତ୍ରୀ ରହିପାରିବେ । ତେବେ ୬ ମାସ ପରେ କୌଣସି ଅଧିକାର ରହିବ ନାହିଁ ।

ଇସ୍ତଫା ଦେବେ ନୀତିଶ !

ନୀତିଶ କୁମାର ରାଜ୍ୟସଭା ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିବ । ଯଦିଓ ନିୟମ ପ୍ରକାରେ ନୀତିଶଙ୍କୁ ୬ ମାସ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦିଆଯାଇ ପାରିବ ନାହିଁ । ତଥାପି ଯେତେବେଳେ କୌଣସି ନେତା ଏଭଳି ନିଷ୍ପତ୍ତି ନିଅନ୍ତି ତାହେଲେ କିଛିଦିନରେ ଇସ୍ତଫା ଦେଇଥାନ୍ତି ।

ଥରେ ଇସ୍ତଫା ଦେବା ପରେ ରାଜ୍ୟପାଳଙ୍କ ନିକଟରେ ଅଧିକାର ଥାଏ କି ସେ ଅନ୍ୟ କୌଣସି ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ନିଯୁକ୍ତ କରିପାରିବେ । ଏହି ନିଷ୍ପତ୍ତି ସାଧରଣତଃ ବିଧାୟକ ଦଳ ବୈଠକରେ ନିଆଯାଇଥାଏ । ଉକ୍ତ ବୈଠକରେ ହାଇକମାଣ୍ଡ ଦେଇଥିବା ନିର୍ଦ୍ଦେଶ ଉପରେ ଚର୍ଚ୍ଚା ଆଲୋଚନା ହୋଇଥାଏ ଏବଂ ବିଧାୟକ ଦଳ ନେତା ବଛା ଯାଇଥାଏ ।

ଏଥିସହ ପଢ଼ନ୍ତୁ: ନୀତିଶ ଯିବେ ରାଜ୍ୟସଭା ! ପୁଅ ନିଶାନ୍ତ ହୋଇପାରନ୍ତି ବିହାରର ନୂଆ ଉପମୁଖ୍ୟମନ୍ତ୍ରୀ

କ'ଣ କହିଲେ ନୀତିଶ ?

ନୀତିଶ କୁମାର ସୋସିଆଲ୍ ମିଡିଆ ପୋଷ୍ଟରେ ଲେଖିଛନ୍ତି, "ବିଗତ ୨ ଦଶନ୍ଧିରୁ ଅଧିକ ସମୟ ଧରି ଆପଣମାନଙ୍କ ବିଶ୍ଵାସ ଏବଂ ସମର୍ଥନ ମୋ ସହ ରହିଛି । ସେହି ବଳରେ ମୁଁ ବିହାର ଓ ଆପଣ ସମସ୍ତଙ୍କ ସେବା ନିଷ୍ଠାର ସହ କରିଛି । ଆପଣଙ୍କ ବିଶ୍ଵାସ ଓ ସମର୍ଥନ ହିଁ ବିହାରର ବିକାଶକୁ ଶକ୍ତି ଦେଇଛି ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Nitish Kumar: ଇସ୍ତଫା ପରେ ୬ ମାସ CM ରହିପାରିବେ ନୀତିଶ କୁମାର, ଜାଣନ୍ତୁ କ'ଣ କହୁଛି ନିୟମ... | Argus News