Nitish Kumar Resigns / ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର, ଏବେ କାମଚଳା ମୁଖ୍ୟମନ୍ତ୍ରୀ
·8 months ago·2 min read

Key Points
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର
ନଭେମ୍ବର ୨୦ ରେ ଶପଥ ଗ୍ରହଣ ଉତ୍ସବ ହୋଇପାରେ
ନଭେମ୍ବର ୨୦ ରେ ଶପଥ ଗ୍ରହଣ ଉତ୍ସବ ହୋଇପାରେ
ଇସ୍ତଫା ଦେଲେ ନୀତିଶ କୁମାର। ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଇଛନ୍ତି ନୀତିଶ କୁମାର। ପୁଣିଥରେ ବିହାର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ନୀତିଶ କୁମାର ବୋଲି ଚର୍ଚ୍ଚା ହେଉଛି । ତାଙ୍କ ଇସ୍ତଫା ପରେ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ତାଙ୍କୁ ନୂଆ ସରକାର ଗଠନ ହେବା ପର୍ଯ୍ୟନ୍ତ କାମଚଳା ମୁଖ୍ୟମନ୍ତ୍ରୀ ଭାବରେ ରହିବାକୁ ଅନୁରୋଧ କରିଛନ୍ତି। ବିହାରରେ ନୂଆ ସରକାର ଗଠନ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇସାରିଛି । ସରକାର ଗଠନ ପାଇଁ ଜୋର୍ଦାର ପ୍ରସ୍ତୁତି ଚାଲିଛି । ଆସନ୍ତା ୩ ଦିନ ମଧ୍ୟରେ ବିହାରରେ ସରକାର ଗଠନ ହେବ। ସୂଚନାନୁଯାୟୀ, ନଭେମ୍ବର ୨୦ ରେ ଶପଥ ଗ୍ରହଣ ଉତ୍ସବ ହୋଇପାରେ। ବିହାର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବାର ତିନି ଦିନ ପରେ ଜନତା ଦଳ (ୟୁନାଇଟେଡ୍) ନେତା ନୀତିଶ କୁମାର ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।
ବିହାରର ନୂତନ ସରକାରଙ୍କ କ୍ୟାବିନେଟ୍ ସମ୍ପର୍କରେ ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି। ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଏନଡିଏ ୨୦୦ ରୁ ଅଧିକ ଆସନ ଜିତି ପୂର୍ଣ୍ଣ ବହୁମତ ହାସଲ କରିଛି। ଯେଉଁଥିରେ ଭାଜପା ସର୍ବାଧିକ ୮୯ ଆସନ ଜିତିଛି, ଏହା ପରେ ଜେଡିୟୁ ୮୫ ଆସନ ପାଇଛି। କେନ୍ଦ୍ର ମନ୍ତ୍ରୀ ଚିରାଗ ପାସୱାନଙ୍କ ଏଲଜେପି (ରାମ ବିଳାସ) ୧୯ ଆସନ ପାଇଛି, ଏବଂ ଛୋଟ ସହଯୋଗୀ ଏଚଏଏମ ଏବଂ ଆରଏଲଏମ ବାକି ୯ ଆସନ ଜିତିଛି। ସୂଚନା ଅନୁଯାୟୀ, ନୀତିଶ କୁମାର ନଭେମ୍ବର ୨୦ରେ ଦଶମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ବୋଲି ଆଶା କରାଯାଉଛି। ତାଙ୍କ ସହିତ ୩୧ ଜଣ ମନ୍ତ୍ରୀ ମଧ୍ୟ ପଦ ଏବଂ ଗୋପନୀୟତାର ଶପଥ ଗ୍ରହଣ କରିପାରନ୍ତି । ଶପଥ ଗ୍ରହଣ ସମାରୋହ ରାଜଧାନୀ ପାଟ୍ନାର ଗାନ୍ଧୀ ମୈଦାନରେ ଅନୁଷ୍ଠିତ ହେବ ଏବଂ ଏନ୍ଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେବାର ସମ୍ଭାବନା ରହିଛି।
ଏଥିସହ ପଢ଼ନ୍ତୁ: ଆଜି ପଦରୁ ଇସ୍ତଫା ଦେବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାର ସମ୍ଭାବନା ରହିଛି। ଇସ୍ତଫା ଦେବା ପୂର୍ବରୁ ନୀତିଶ କୁମାର ସରକାରଙ୍କ ଶେଷ କ୍ୟାବିନେଟ୍ ବୈଠକ କରିଥିଲେ, ଯେଉଁଥିରେ କ୍ୟାବିନେଟ ଭାଙ୍ଗିବା ପାଇଁ ଏକ ପ୍ରସ୍ତାବ ପାରିତ ହୋଇଥିଲା। କ୍ୟାବିନେଟ ବୈଠକ ଶେଷ ହେବା ପରେ ସେ ରାଜଭବନ ଯାଇ ଇସ୍ତଫା ପ୍ରଦାନ କରିଥିଲେ। ନୀତିଶ କୁମାରଙ୍କ ଇସ୍ତଫା ସହିତ ବର୍ତ୍ତମାନର ସରକାର ଆନୁଷ୍ଠାନିକ ଭାବରେ ଭାଙ୍ଗିଯାଇଛି।
ନଭେମ୍ବର ୧୪ରେ ଘୋଷଣା ହୋଇଥିବା ବିହାର ନିର୍ବାନର ଫଳାଫଳରୁ ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ) ଏକ ବଡ଼ ବିଜୟ ହାସଲ କରିଥିବା ଦେଖାଯାଇଥିଲା। ଏହି ସମୟରେ, ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ବିଷୟରେ ପ୍ରଶ୍ନ ଉଠିଥିଲା। ଯାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ।
ଅଧିକ ପଢ଼ନ୍ତୁ ଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories