|
logo
Live

Argus News - ସରିଲା ନୀତୀଶ ରାଜ୍‌, ସମ୍ରାଟ ହେବେ ବିହାରର ନୂଆ 'ଚୌଧୁରୀ'

National

Bihar New CM / ସରିଲା ନୀତୀଶ ରାଜ୍‌, ସମ୍ରାଟ ହେବେ ବିହାରର ନୂଆ 'ଚୌଧୁରୀ'

Santosh Kumar Sahoo
Browse all articles by Santosh Kumar Sahoo
·3 hours ago·2 min read
ସରିଲା ନୀତୀଶ ରାଜ୍‌, ସମ୍ରାଟ ହେବେ ବିହାରର ନୂଆ 'ଚୌଧୁରୀ'
Samrat Choudhury

Key Points

ସମ୍ରାଟ ଚୌଧୁରୀ ବିହାରର ନୂଆ ମୁଖ୍ୟମନ୍ତ୍ରୀ
ବିଧାୟକ ଦଳ ବୈଠକରେ ସମ୍ରାଟ ନେତା ନିର୍ବାଚିତ
ବିହାର ରାଜନୀତିରେ ଏପ୍ରିଲ ୧୪, ୨୦୨୬ କୁ କେବଳ ଏକ ତାରିଖ ନୁହେଁ ବରଂ ଏକ ନୂତନ ଯୁଗର ଆରମ୍ଭ ବୋଲି ବିବେଚନା କରାଯାଉଛି । ପ୍ରାୟ ଦୁଇ ଦଶନ୍ଧି ଧରି ମୁଖ୍ୟମନ୍ତ୍ରୀ ଥିବା ନୀତିଶ କୁମାର ଇସ୍ତଫା ଦେଇଛନ୍ତି । ଆଉ ନୂଆ ମୁଖ୍ୟମନ୍ତ୍ରୀ ଭାବେ ସମ୍ରାଟ ଚୌଧୁରୀଙ୍କ ନାଁରେ ବାଜିଲା ମୋହର । ସମ୍ରାଟ ଚୌଧୁରୀ ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି । ସେ ଆସନ୍ତାକାଲି ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ପ୍ରଥମ ଥର ପାଇଁ ବିହାରରେ ବିଜେପିର ଜଣେ ନେତା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ତେବେ ଆସନ୍ତୁ ଜାଣିବା କେମିତି ରହିଛି ବିହାରର ଆଗାମୀ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ରାଜନୈତିକ ଯାତ୍ରା...



ସମ୍ରାଟ ଚୌଧୁରୀଙ୍କ ରାଜନୈତିକ ଯାତ୍ରା କୌଣସି ଫିଲ୍ମ ସ୍କ୍ରିପ୍ଟଠାରୁ କମ୍ ନୁହେଁ । ୧୬ ନଭେମ୍ବର ୧୯୬୮ ରେ ମୁଙ୍ଗେରର ଲଖନପୁର ଗାଁରେ ଜନ୍ମଗ୍ରହଣ କରିଥିଲେ ସମ୍ରାଟ । ତାଙ୍କ ପିତା ଶକୁନି ଚୌଧୁରୀ ବିହାର ରାଜନୀତିରେ ଜଣେ ପ୍ରମୁଖ ବ୍ୟକ୍ତି ଥିଲେ । ସେ ବିହାରରେ ସମତା ପାର୍ଟି ପ୍ରତିଷ୍ଠାତା ସଦସ୍ୟ ଥିଲେ । ଶକୁନି ଚୌଧୁରୀଙ୍କୁ ଲାଲୁ ପ୍ରସାଦ ଯାଦବ ଏବଂ ନୀତିଶ କୁମାର ଉଭୟଙ୍କ ଅତି ନିକଟତର ବୋଲି ବିବେଚନା କରାଯାଉଥିଲା । ସେ ଅନେକ ଥର ବିଧାୟକ ଏବଂ ସାଂସଦ ଭାବରେ କାର୍ଯ୍ୟ କରିଛନ୍ତି । ସମ୍ରାଟ ଚୌଧୁରୀଙ୍କ ମାଆ ପାର୍ବତୀ ଦେବୀ ମଧ୍ୟ ବିଧାୟକ ରହିସାରିଛନ୍ତି ।

ସମ୍ରାଟ ୧୯୯୦ ଦଶକରେ ଲାଲୁ ଯାଦବଙ୍କ ତତ୍ତ୍ୱାବଧାନରେ ତାଙ୍କର ସକ୍ରିୟ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ । ୧୯୯୯ ମସିହାରେ ସେ ରାବ୍ରି ଦେବୀଙ୍କ ସରକାରରେ କୃଷି ମନ୍ତ୍ରୀ ହୋଇଥିଲେ । ୨୦୧୦ ମସିହାରେ ସେ ବିହାର ବିଧାନସଭାରେ ବିରୋଧୀ ଦଳର ମୁଖ୍ୟ ସଚେତକ ରହିଥିଲେ । ଏହା ପରେ ସେ ୨୦୧୪ରେ ଲାଲୁଙ୍କ RJD ଛାଡ଼ି ନୀତୀଶ କୁମାରଙ୍କ ଜନତା ଦଳ(U)ରେ ସାମିଲ ହୋଇଥିଲେ । ୨୦୧୭ ମସିହାରେ ସମ୍ରାଟ ଚୌଧୁରୀ ବିଜେପିରେ ସାମିଲ ହୋଇଥିଲେ । ଆଉ ଏହା ପରେ ତାଙ୍କ ରାଜନୈତିକ ଜୀବନରେ ସବୁଠୁ ବଡ଼ ମୋଡ଼ ଆସିଥିଲା । ବିଜେପିରେ ଯୋଗଦେବା ପରେ ତାଙ୍କର ପ୍ରତିଷ୍ଠା କ୍ରମାଗତ ଭାବରେ ବୃଦ୍ଧି ପାଇଲା । ୨୦୧୯ରେ ତାଙ୍କୁ ରାଜ୍ୟ ଉପାଧ୍ୟକ୍ଷ, ୨୦୨୦ରେ ଏମଏଲସି ଏବଂ ୨୦୨୨ରେ ସେ ବିଧାନସଭା ପରିଷଦରେ ବିରୋଧୀ ଦଳ ନେତା ଦାୟିତ୍ୱ ଗ୍ରହଣ କରିଥିଲେ ।

୨୦୨୩ ମସିହାରେ ସମ୍ରାଟ ଚୌଧୁରୀଙ୍କୁ ବିହାର ବିଜେପିର ରାଜ୍ୟ ସଭାପତି ଭାବେ ନିଯୁକ୍ତ କରାଯାଇଥିଲା । ଆଉ ଏହା ପରେ ୨୦୨୪ରେ ସେ ଉପମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଭାବେ ଶପଥ ନେଇଥିଲେ । ପରେ, ସେ ଗୃହ ମନ୍ତ୍ରଣାଳୟ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ମଧ୍ୟ ଗ୍ରହଣ କରିଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bihar New CM: ସରିଲା ନୀତୀଶ ରାଜ୍‌, ସମ୍ରାଟ ହେବେ ବିହାରର ନୂଆ 'ଚୌଧୁରୀ' | Argus News