Old Vehicle Fuel Ban / ଅକ୍ଟୋବର ୧ରୁ ଏହି ରାଜ୍ୟରେ ମିଳିବନି ପେଟ୍ରୋଲ-ଡିଜେଲ୍ !
·1 hour ago·2 min read

Key Points
ଅକ୍ଟୋବର ୧ରୁ କଡ଼ା ନିୟମ
ପେଟ୍ରୋଲ ପମ୍ପରେ ଅଟକିବ ପୁରୁଣା ଗାଡ଼ି !
ଏହି ଗାଡ଼ିକୁ ଆଉ ମିଳିବନି ପେଟ୍ରୋଲ-ଡିଜେଲ୍ !
ପେଟ୍ରୋଲ ପମ୍ପରେ ଅଟକିବ ପୁରୁଣା ଗାଡ଼ି !
ଏହି ଗାଡ଼ିକୁ ଆଉ ମିଳିବନି ପେଟ୍ରୋଲ-ଡିଜେଲ୍ !
ଅକ୍ଟୋବର ୧ରୁ ହରିୟାଣାରେ ହେବାକୁ ଯାଉଛି ଏକ ବଡ଼ ପରିବର୍ତ୍ତନ । ରାଜ୍ୟ ସରକାରଙ୍କ ନିୟମ ଅନୁସାରେ, ନିର୍ଦ୍ଧାରିତ ପରିବେଶ ମାନଦଣ୍ଡ ପୂରଣ କରୁନଥିବା କିମ୍ବା ନିଜର ନିର୍ଦ୍ଧାରିତ ବୟସ ସୀମା ପୂରଣ କରିସାରିଥିବା ଗାଡ଼ିକୁ ଆଉ ମିଳିବ ନାହିଁ ପେଟ୍ରୋଲ-ଡିଜେଲ । ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM)ର ନିର୍ଦ୍ଦେଶାବଳୀ ଅନୁସାରେ ହରିୟାଣାର NCR ଅଞ୍ଚଳରେ ଥିବା ଗୁରୁଗ୍ରାମ, ଫରିଦାବାଦ, ସୋନିପତ ଓ ଝଜ୍ଜର ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ଏହି ନିୟମ ଲାଗୁ କରାଯିବ ।
କେଉଁ ଗାଡ଼ିକୁ ମିଳିବନି ଇନ୍ଧନ ?
ନ୍ୟାସନାଲ୍ ଗ୍ରୀନ୍ ଟ୍ରିବ୍ୟୁନାଲ୍ ଓ ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଧାରିତ ମାନଦଣ୍ଡ ଅନୁସାରେ, ସାଧାରଣତଃ ୧୫ ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ୍ ଗାଡ଼ି ଏବଂ ୧୦ ବର୍ଷରୁ ଅଧିକ ପୁରୁଣା ଡିଜେଲ୍ ଗାଡ଼ି ଏହି ଶ୍ରେଣୀରେ ଆସିବ । ଅକ୍ଟୋବର ୧ରୁ ଏଭଳି ଗାଡ଼ିକୁ NCR ଅଞ୍ଚଳର ପେଟ୍ରୋଲ୍ ପମ୍ପରେ ଗୋଟିଏ ଲିଟର ଇନ୍ଧନ ମଧ୍ୟ ଦିଆଯିବ ନାହିଁ । ଗାଡ଼ିଟି ଚାଲୁ ଅବସ୍ଥାରେ ଥିଲେ ମଧ୍ୟ ଏହି ନିୟମ ଲାଗୁ ହେବ ।
କାହିଁକି ନିଆଗଲା ଏହି ନିଷ୍ପତ୍ତି ?
ଦିଲ୍ଲୀ-NCR ଅଞ୍ଚଳ ଦୀର୍ଘଦିନ ଧରି ବାୟୁ ପ୍ରଦୂଷଣର ସମସ୍ୟା ସହ ଲଢ଼ୁଛି । ପୁରୁଣା ଗାଡ଼ିରୁ ନିର୍ଗତ ହେଉଥିବା ଧୂଆଁକୁ ବାୟୁ ପ୍ରଦୂଷଣର ଏକ ପ୍ରମୁଖ କାରଣ ଦେଖାଯାଉଛି ।
ସଡ଼କରେ ପୁରୁଣା ଗାଡ଼ିର ଚଳାଚଳ କମାଇବା ଉଦ୍ଦେଶ୍ୟରେ ପେଟ୍ରୋଲ ପମ୍ପରେ ହିଁ ଏଭଳି ଗାଡ଼ିକୁ ଚିହ୍ନଟ କରି ପେଟ୍ରୋଲ-ଡିଜେଲ୍ ଯୋଗାଣ ବନ୍ଦ କରିବାର ବ୍ୟବସ୍ଥା କରାଯାଉଛି । ହରିୟାଣା ସରକାର ଏହି ବ୍ୟବସ୍ଥା ପାଇଁ ଆବଶ୍ୟକ ବୈଷୟିକ ପ୍ରସ୍ତୁତିକୁ ମଧ୍ୟ ଅନୁମୋଦନ କରିଛନ୍ତି ।
ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ NCRର ଚାରିଟି ଜିଲ୍ଲାର ପେଟ୍ରୋଲ୍ ପମ୍ପରେ ଅଟୋମେଟେଡ୍ ନମ୍ବର ପ୍ଲେଟ୍ ରିକଗ୍ନିସନ୍ (ANPR) କ୍ୟାମେରା ଲଗାଯିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରଥମ ପର୍ଯ୍ୟାୟରେ ୭୭୫ଟି ANPR କ୍ୟାମେରା ଲଗାଇବା ପାଇଁ ୪୧.୭୪ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ପେଟ୍ରୋଲ୍ ପମ୍ପକୁ ଆସୁଥିବା ପ୍ରତ୍ୟେକ ଗାଡ଼ିର ନମ୍ବର ପ୍ଲେଟ୍କୁ କ୍ୟାମେରା ସ୍କାନ୍ କରିବ । ଯଦି ଗାଡ଼ିଟି ‘End-of-Life Vehicle’ ତାଲିକାରେ ଥିବା ଜଣାପଡ଼େ, ତେବେ ସିଷ୍ଟମ୍ ତୁରନ୍ତ ଆଲର୍ଟ ପଠାଇବ । ଏହାପରେ ପେଟ୍ରୋଲ୍ ପମ୍ପ କର୍ମଚାରୀ ଗାଡ଼ିକୁ ଇନ୍ଧନ ଦେବାକୁ ମନା କରିପାରିବେ ।
ଆଗକୁ ସାରା ରାଜ୍ୟରେ ଲାଗୁ ହେବ ?
ବର୍ତ୍ତମାନ ଏହି ବ୍ୟବସ୍ଥା ଗୁରୁଗ୍ରାମ, ଫରିଦାବାଦ, ସୋନିପତ ଓ ଝଜ୍ଜରରୁ ଆରମ୍ଭ ହେଉଛି । ଏହା ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ । ସରକାରଙ୍କ ଆକଳନ ଅନୁସାରେ, ସମଗ୍ର ହରିୟାଣାରେ ଏଭଳି ବ୍ୟବସ୍ଥା ପାଇଁ ପ୍ରାୟ ୨,୭୮୦ଟି ANPR କ୍ୟାମେରା ଆବଶ୍ୟକ ହେବ । ଆଗାମୀ ଦିନରେ ପର୍ଯ୍ୟାୟକ୍ରମେ ରାଜ୍ୟର ବିଭିନ୍ନ ସ୍ଥାନରେ ଏଗୁଡ଼ିକ ଲଗାଯିବାର ଯୋଜନା ରହିଛି । ଅର୍ଥାତ୍, ଏବେ ଆରମ୍ଭ NCR ଅଞ୍ଚଳରୁ ହେଉଥିଲେ ମଧ୍ୟ ଆଗାମୀ ଦିନରେ ଏହି ନିୟମ ସମଗ୍ର ହରିୟାଣାରେ ଲାଗୁ କରିବାର ଯୋଜନା ରହିଛି ।

Related Topics
Explore more stories