No Petrol And Diesel / କାଲିଠାରୁ ଆଉ ମିଳିବନି ପେଟ୍ରୋଲ୍ ଡିଜେଲ୍ ! ଜାଣନ୍ତୁ କଣ କାରଣ
·2 hours ago·2 min read

Key Points
କାଲିଠାରୁ ଆଉ ମିଳିବନି ପେଟ୍ରୋଲ୍ ଡିଜେଲ୍
ଆସନ୍ତା କାଲି ଠାରୁ ‘ପିୟୁସି ନାହିଁ, ଇନ୍ଧନ ନାହିଁ’
ଦିଲ୍ଲୀ ଓ ଏନସିଆରରେ ଲାଗୁ ହେବ ଏହି ନିୟମ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ଯାନବାହାନ ପ୍ରଦୂଷଣ ନିୟନ୍ତ୍ରଣକୁ ନେଇ ସରକାର ଆହୁରି କଡ଼ା ପଦକ୍ଷେପ ନେଇଛନ୍ତି। ଆସନ୍ତା କାଲି ଠାରୁ ‘ପିୟୁସି ନାହିଁ, ଇନ୍ଧନ ନାହିଁ’ ନିୟମ କାର୍ଯ୍ୟକାରୀ ହେବ। ଅର୍ଥାତ୍, ଗାଡ଼ିର ବୈଧ Pollution Under Control (PUC)ପ୍ରମାଣପତ୍ର ନଥିଲେ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ଡିଜେଲ ମିଳିବ ନାର୍ହି। ଶୀତଦିନରେ ଦିଲ୍ଲୀ ଓ ଏନସିଆରରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ତେଣୁ ଯାନ ମାଲିକମାନଙ୍କୁ ଆଜି ସୁଦ୍ଧା ନିଜ ଗାଡ଼ିର PUC ସାର୍ଟିଫିକେଟ୍ କରାଇ ନେବାକୁ କୁହାଯାଇଛି।
କେଉଁଠି ଲାଗୁ ହେବ ନିୟମ?
ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀର ପ୍ରାୟ ୫୦୦ ଇନ୍ଧନ ଷ୍ଟେସନରେ ଏହି ବ୍ୟବସ୍ଥା ଲାଗୁ ହେବ। ଏହି ଷ୍ଟେସନଗୁଡ଼ିକରେ Automatic Number Plate Recognition (ANPR) କ୍ୟାମେରା ଲଗାଯାଇଛି। ଗାଡ଼ିର ନମ୍ବର ପ୍ଲେଟ୍ ଚିହ୍ନଟ କରି PUC ସ୍ଥିତି ଯାଞ୍ଚ କରାଯିବ।
ସମଗ୍ର NCRରେ ପ୍ରାୟ ୧,୦୪୧ଟି ଇନ୍ଧନ ଷ୍ଟେସନରେ ANPR ବ୍ୟବସ୍ଥା ସ୍ଥାପନ କରିବାର ଯୋଜନା ରହିଛି। ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗର, ଗାଜିଆବାଦ, ହାପୁର, ବୁଲନ୍ଦସହର, ମିରଟ, ମୁଜଫରନଗର, ବାଗପତ ଓ ଶାମଲି ସମେତ NCR ଅଞ୍ଚଳର ହରିୟାଣା ଓ ରାଜସ୍ଥାନର କିଛି ଅଞ୍ଚଳରେ ମଧ୍ୟ ଏହି ବ୍ୟବସ୍ଥା ଲାଗୁ ହେବ।
PUC ନଥିଲେ ଗାଡ଼ି ଚାଲାଇଲେ ୧୦ ହଜାର ଜରିମାନା
ବୈଧ PUC ପ୍ରମାଣପତ୍ର ବିନା ଗାଡ଼ି ଚଳାଇଲେ ବର୍ତ୍ତମାନର ନିୟମ ଅନୁସାରେ ଦଶ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ। ଏହି ନିୟମ ପେଟ୍ରୋଲ, ଡିଜେଲ, CNG ଏବଂ LPG ଯାନ ପାଇଁ ବି ଲାଗୁ ହେବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ଦିଲ୍ଲୀର ପୁରୁଣା ଗାଡ଼ି ମାଲିକଙ୍କ ପାଇଁ ମଧ୍ୟ ଏହି ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ। ଚାଲୁଥିବା କଟକଣା ଅନୁଯାୟୀ,୧୫ ବର୍ଷରୁ ପୁରୁଣା ପେଟ୍ରୋଲ ଯାନ ଏବଂ ୧୦ ବର୍ଷରୁ ପୁରୁଣା ଡିଜେଲ ଯାନ ଉପରେ ଦିଲ୍ଲୀରେ ପୂର୍ବରୁ ହିଁ କଟକଣା ରହିଛି।
ପଢନ୍ତୁ ଏହି ଖବର: ମହିଳାଙ୍କୁ ବନ୍ଧୁକ ରଖିବାକୁ ପରାମର୍ଶ, ଖୁସବୁଙ୍କ ଭିଡ଼ିଓକୁ ନେଇ ବଡ଼ ବିବାଦ
ପ୍ରଦୂଷଣ ପୂର୍ବରୁ ସରକାରଙ୍କ ପ୍ରସ୍ତୁତି
ଶୀତକାଳୀନ ପ୍ରଦୂଷଣ ମୁକାବିଲା ପାଇଁ ଆୟୋଜିତ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ପରିବେଶଣ ଭବନରେ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ ପରିବେଶ ମନ୍ତ୍ରୀ ମନଜିନ୍ଦର ସିଂହ ସିରସା ମଧ୍ୟ ଯୋଗ ଦେଇଥିଲେ। ସରକାର ଅକ୍ଟୋବରରେ ଜନସଚେତନତା ଅଭିଯାନ ଚଳାଇବା ସହ ନଭେମ୍ବରରେ PUC କେନ୍ଦ୍ରଗୁଡ଼ିକର ଅପଗ୍ରେଡେସନ୍ ଉପରେ ଗୁରୁତ୍ୱ ଦେବାକୁ ଯୋଜନା କରିଛନ୍ତି।
ଇନ୍ଧନ ଷ୍ଟେସନଗୁଡ଼ିକ ଉପରେ ମଧ୍ୟ ନଜର
‘ପିୟୁସି ନାହିଁ, ଇନ୍ଧନ ନାହିଁ’ ନିୟମ ପାଳନ ନକରୁଥିବା ଇନ୍ଧନ ଷ୍ଟେସନ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇପାରେ। ଯାନ ମାଲିକମାନେ ଯେପରି ନିଜ PUC ଡକ୍ୟୁମେଣ୍ଟ ବୈଧ ରଖନ୍ତି, ସେଥିପାଇଁ ସଚେତନତା ଅଭିଯାନ ମଧ୍ୟ ଚାଲିବ।
ଶୀତ ଋତୁ ପୂର୍ବରୁ ଯାନବାହାନରୁ ନିର୍ଗତ ପ୍ରଦୂଷଣ କମାଇବା ଏବଂ ଯାନ ମାଲିକଙ୍କ ମଧ୍ୟରେ PUC ନେଇ ଅନୁପାଳନ ବଢ଼ାଇବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ତେଣୁ ଦିଲ୍ଲୀ-ଏନସିଆରରେ ଗାଡ଼ି ଚଳାଉଥିବା ଲୋକଙ୍କ ପାଇଁ PUC ସାର୍ଟିଫିକେଟ୍ ଅପଡେଟ୍ ରଖିବା ଏବେ ଆହୁରି ଜରୁରୀ ହୋଇପଡ଼ିଛି।

Related Topics
Explore more stories