NOIDA Building Shuttering Collapsed / ପ୍ରବଳ ଝଡ଼ରେ ଭୁଶୁଡ଼ି ପଡ଼ିଲା ନିର୍ମାଣାଧିନ କୋଠାର ସଟରିଂ; ୧୪ ଗାଡ଼ି କ୍ଷତିଗ୍ରସ୍ତ
·1 hour ago·2 min read

Key Points
ନୋଏଡା ସେକ୍ଟର-୬୨ ଅଞ୍ଚଳରେ ଏକ ପ୍ରବଳ ଝଡ଼ ଯୋଗୁଁ ଏକ ନିର୍ମାଣାଧୀନ କୋଠାର ସଟର ପାର୍କିଂ ସ୍ଥାନରେ ଖସି ପଡ଼ିଥିଲା। ଯାହା ଫଳରେ ପ୍ରାୟ ୧୪ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିଲା।
ଗୁରୁବାର (୧୫ ଅକ୍ଟୋବର) ଦିଲ୍ଲୀ-ଏନସିଆର ଅଞ୍ଚଳରେ ପାଗ ବଦଳିବା ସହ ପ୍ରବଳ ଝଡ଼ ଅନୁଭୂତ ହୋଇଥିଲା। ଯାହାର ପ୍ରଭାବରେ ନୋଏଡା ସେକ୍ଟର-୬୨ ସ୍ଥିତ ଆଇଥମ୍ ହାଇଟ୍ସ ଠାରେ ଏକ ନିର୍ମାଣାଧିନ କୋଠାର ସଟରିଂ ଭୁଶୁଡ଼ି ପଡ଼ିଥିଲା। ପଡ଼ୋଶୀ ଗ୍ରାଫ୍ ସିଟି ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ ପାର୍କିଂ ଠାରେ ପାର୍କ ହୋଇଥିବା ଗାଡ଼ି ଉପରେ ଏହି ସଟରିଂ ଖସି ପଡ଼ିଥିଲା। ଏହି ଘଟଣାରେ ପ୍ରାୟ ୧୪ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବାର କୁହାଯାଉଛି। ସୌଭାଗ୍ୟବଶତଃ ସଟରିଂ ଭୁଶୁଡ଼ି ପଡ଼ିବା ଘଟଣାରେ କେହି ଆହତ ହୋଇ ନାହାଁନ୍ତି କିମ୍ବା କୌଣସି ମୃତାହତ ହୋଇଥିବାର ଖବର ମିଳିନାହିଁ।
ଏହି ଘଟଣା ସମ୍ପର୍କରେ ଖବର ମିଳିବା ପରେ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ନୋଏଡ଼ା ପୋଲିସ କହିବାା ଅନୁଯାୟୀ, ଗୁରୁବାର ଆଇଥମ ହାଇଟ୍ସ ଠାରେ ନିର୍ମାଣ କାର୍ଯ୍ୟ ଚାଲିଥିଲା। କାମ ଚାଲିବା ସମୟରେ ହଠାତ ଏକ ପ୍ରବଳ ଝଡ଼ ମାଡ଼ି ଆସିଥିଲା। ଯାହା ଫଳରେ ନିର୍ମାଣାଧିନ କୋଠାର ସଟରିଂ ଭୁଶୁଡ଼ି ପଡ଼ିଥିଲା। ପଡ଼ୋଶୀ ଗ୍ରାଫ୍ ସିଟି ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ ପାର୍କିଂ ଠାରେ ପାର୍କ ହୋଇଥିବା ଗାଡ଼ି ଉପରେ ଏହି ସଟରିଂ ସିଧାସଳଖ ଖସି ପଡ଼ିଥିଲା।
ଏହା ସହ ପଢନ୍ତୁ: ପେଚା ଆତଙ୍କରେ ଆତଙ୍କିତ ଗ୍ରେଟର ନୋଏଡା ସୋସାଇଟି; ବ୍ଲେଡ୍ ଅପେକ୍ଷା ଦ୍ରୁତ ଗତିରେ କରୁଛି ଆକ୍ରମଣ
ହଠାତ୍ ଘଟିଥିବା ଏପରି ଘଟଣା ପାର୍କିଂ ଠାରେ ପାର୍କ ହୋଇଥିବା ଗାଡ଼ିକୁ କ୍ଷତି ପହଞ୍ଚାଇଥିଲା। ପାର୍କିଂ ସ୍ଥାନରେ ପାର୍କ ହୋଇଥିବା ମୋଟ ୧୪ ଗାଡ଼ି ସଟରିଂ ପଡ଼ିବା ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି। ଏହି ଗାଡ଼ିର ବାହ୍ୟ ଅଂଶ କ୍ଷତିଗ୍ରସ୍ତ ହୋଇଥିବାର କୁହାଯାଉଛି। ନିର୍ମାଣାଧିନ ଏକ କୋଠାରୁ ସଟରିଂ ଭୁଶୁଡ଼ି ପଡ଼ିବା ଫଳରେ ଘଟଣାସ୍ଥଳରେ ଆତଙ୍କ ଖେଳି ଯାଇଥିଲା। ଯେଉଁଠାରେ ଏହି ଦୁର୍ଘଟଣା ଘଟିଥିଲା ସେଠାରେ ଅନେକ ଗାଡ଼ି ପାର୍କ ହୋଇଥିଲା। ଅଚାନକ ସଟରିଂ ଖସି ପଡ଼ିବା ଫଳରେ ଅହୁରି ଅଧିକ ଗାଡ଼ି କ୍ଷତିଗ୍ରସ୍ତ ହୋଇଥାନ୍ତା। ହେଲେ ଏହି ଘଟଣା ଘଟିବା ସମୟରେ କେହି ଆହତ ନହେବା ଏକ ବଡ଼ ଆଶ୍ୱସ୍ତିର କଥା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୋଲିସ କହିବା ଅନୁଯାୟୀ ଏହି ଦୁର୍ଘଟଣାରେ କୌଣସି ଜୀବନ ହାନି ହୋଇନାହିଁ। ସେକ୍ଟର ୫୮ ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିବାରୁ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ପୋଲିସ ଘଟଣାସ୍ଥଳ ଯାଞ୍ଚ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ବର୍ତ୍ତମାନ ପୋଲିସ କହିବା ଅନୁସାରେ ପ୍ରବଳ ଝଡ଼ ପାଇଁ ଏହି ଘଟଣା ଘଟିଛି। ସଟରିଂ ଖସି ପଡ଼ିବା ଦ୍ୱାରା ପ୍ରଭାବିତ ଗାଡ଼ି ଏବଂ ଘଟଣାସ୍ଥଳର ପରିସ୍ଥିତି ସମ୍ପର୍କରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।
Related Topics
Explore more stories