Videos
|
National

ରାସ୍ତା ମଝିରେ ନିର୍ଧୁମ ଛେଚିଲେ ଦୁର୍ବୃତ୍ତ, ଭାଇରାଲ୍‌ ହେଲା ଭିଡିଓ

Jitendra Dash
Browse all articles by Jitendra Dash
·2 years ago·1 min read
ରାସ୍ତା ମଝିରେ ନିର୍ଧୁମ ଛେଚିଲେ ଦୁର୍ବୃତ୍ତ, ଭାଇରାଲ୍‌ ହେଲା ଭିଡିଓ

ଅର୍ଗସ ବ୍ୟୁରୋ : ଦିଲ୍ଲୀ ନୋଇଡ଼ାରେ ପୁଣି ଅଘଟଣ । ଅଘଟଣ ପରେ ଭିଡ଼ିଓ ହେଲା ଭାଇରାଲ । ଯାହାକୁ ନେଇ ଏବେ ସବୁ ଆଡ଼େ ଏବେ ଚର୍ଚ୍ଚା । ରାସ୍ତା କଡ଼ରେ ଛିଡ଼ା ହେଇଥିବା କାରରୁ ଜଣେ ବ୍ୟକ୍ତିଙ୍କୁ ଟାଣି ନେଇ କିଛି ଲୋକ ତାଙ୍କୁ ନିର୍ଧୁମ ମାଡ଼ ମାରିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାର ଲାଗିଛି । ଏହି ଘଟଣା ଲୋଇଡ଼ା ସେକ୍ଟର ୧୨୬ ପୋଲିସ ଷ୍ଟେସନ ପରିସରରେ ଆମିଟି ୟୁନିଭରସିଟି ଗେଟ୍ ନଂ ୫ ନିକଟରେ ଏହି ଘଟଣା ଘଟିଥିବା ସୂଚନା ରହିଛି । 

ଏହି ଭିଡିଓରେ ଦେଖିବାକୁ ମିଳିଛି ଏକ ଫର୍ଚୁନର କାର ଭିତରୁ ଜଣେ ଯୁବକଙ୍କୁ ଟାଣି ନେଉଥିବାର ନଜର ଆସିଛନ୍ତି । ସେମାନେ ରାସ୍ତା ମଝିରେ ଯୁବକ ଜଣଙ୍କୁ ବିଧା, ଗୋଇଠା ମାରିଛନ୍ତି । ଆକ୍ରମଣ ସମୟରେ ପୀଡ଼ିତଙ୍କ ଜୋତା ମଧ୍ୟ ବାହାରକୁ ବାହାରି ରାସ୍ତାରେ ଛିନ୍ନଛତ୍ର ହୋଇ ପଡ଼ିଥିବାର ଭିଡିଓରେ ଦେଖିବାକୁ ମିଳିଛି । ଅନ୍ୟ ଏକ ଭିଡିଓରେ, ଜଣେ ଯୁବତୀ ଉକ୍ତ ଫର୍ଚୁନର୍ କାରରୁ ଓହ୍ଲାଇ ସେହି ବ୍ୟକ୍ତିଙ୍କ ଜୋତା ଉଠାଇଥିବାର ନଜର ଆସିଛନ୍ତି। ସେ ଜୋତାକୁ କାର ଭିତରେ ରଖୁଛନ୍ତି । 

ଅଧିକ ପଢନ୍ତୁ ଭାରତ ଖହର

ତା’ପରେ ପୀଡ଼ିତ ଯୁବକ ଜଣକ ଚାରିଆଡ଼କୁ ଚାହିଁ ଧୀରେ ଧୀରେ ଉଠିକରି କାର୍‌ ଭିତରକୁ ଯାଉଛନ୍ତି । ସୋସିଆଲ ମିଡିଆରେ ଭିଡିଓ ଦେଖିବା ପରେ ଏହି ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିବା ବୋଲି ପୋଲିସ କହିଛି । ଏହାର ନମ୍ବର ପ୍ଲେଟକୁ ଚିହ୍ନଟ କରି ଗାଡିଟି ଚିହ୍ନଟ ହୋଇଥିବା ପୋଲିସ ସୂଚନା ଦେଇଛି । କାରରୁ ଟାଣି ଆଣି  କାହିଁକି ପୀଡ଼ିତଙ୍କୁ ଏତେ ‌ଲୋକ ନିର୍ଯାତନା ଦେଇଥିଲେ ତାହା ସ୍ପଷ୍ଟ ହୋଇନାହିଁ । ପରେ ପୁଲିସ ପୀଡିତଙ୍କ ସହ ଯୋଗାଯୋଗ କରିଥିଲା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: