|
logo
Live

Argus News - ନୋଏଡ଼ା ହିଂସାର ମାଷ୍ଟରମାଇଣ୍ଡ ଗିରଫ; ତାମିଲନାଡୁରୁ ମାଡ଼ିବସିଲେ Noida CP-UP STF

National

Aditya Anand Arrest in Tamilnadu / ନୋଏଡ଼ା ହିଂସାର ମାଷ୍ଟରମାଇଣ୍ଡ ଗିରଫ; ତାମିଲନାଡୁରୁ ମାଡ଼ିବସିଲେ Noida CP-UP STF

Subhramjit Ray
Browse all articles by Subhramjit Ray
·1 hour ago·2 min read
ନୋଏଡ଼ା ହିଂସାର ମାଷ୍ଟରମାଇଣ୍ଡ ଗିରଫ; ତାମିଲନାଡୁରୁ ମାଡ଼ିବସିଲେ Noida CP-UP STF
Noida Violence Mastermind Arrested

Key Points

ତାମିଲନାଡୁର ତିରୁଚାପାଲି ରେଳ ଷ୍ଟେସନରୁ ନୋଏଡ଼ା ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ ଆଦିତ୍ୟ ଆନନ୍ଦକୁ ଗିରଫ କରିଛି ଉତ୍ତର ପ୍ରଦେଶ ପୋଲିସ ଏବଂ ସ୍ପେଶାଲ୍ ଟାସ୍କ ଫୋର୍ସ।
Noida Violence Mastermind Arrested: ଦରମା ବୃଦ୍ଧିକୁ ନେଇ ଗତ ୧୩ ତାରିଖରେ ଉତ୍ତର ପ୍ରଦେଶର ଔଦ୍ୟୋଗିକ ରାଜଧାନୀ ନୋଏଡା ଠାରେ ହୋଇଥିବା ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଆଦିତ୍ୟ ଆନନ୍ଦକୁ ଗିରଫ କରିଛି ପୋଲିସ। ତାମିଲନାଡୁର ତିରୁଚାପାଲି ରେଳ ଷ୍ଟେସନରୁ ନୋଏଡ଼ା କମିଶନରେଟ୍ ପୋଲିସ ଏବଂ ଉତ୍ତର ପ୍ରଦେଶ ସ୍ପେଶାଲ୍ ଟାସ୍କ ଫୋର୍ସ ମିଳିତ ଭାବରେ ଗିରଫ କରିଥିଲେ।

ପ୍ରଥମେ ଖବର ଆସିଥିଲା ଯେ ମାଷ୍ଟରମାଇଣ୍ଡ ଆଦିତ୍ୟ ଆନନ୍ଦ ଦିଲ୍ଲୀରେ ଆତ୍ମଗୋପନ କରି ଥାଇପାରେ। ଏହି ଖବର ମିଳିବା ପରେ ଉତ୍ତର ପ୍ରଦେଶ ପୋଲିସ ୫ ଟିମ୍ ଅଭିଯୁକ୍ତକୁ ଧରିବା ପାଇଁ ପ୍ରୟାସ ଜାରି ରଖିଥିଲେ। ନୋଏଡ଼ା ହିଂସାକାଣ୍ଡ ପରେ ମାଷ୍ଟର ମାଇଣ୍ଡ ଆଦିତ୍ୟ ଆନନ୍ଦ ମୁଣ୍ଡ ଉପରେ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା।

ୟୁପି ଏଟିଏସ୍ କୁ ମିଳିଲା ଆତଙ୍କବାଦ ସମ୍ପର୍କର ଲିଙ୍କ୍

ଉତ୍ତର ପ୍ରଦେଶ ସ୍ପେଶାଲ୍ ଟାସ୍କ ଫୋର୍ସ (UP Special Task Force) କୁ ଆତଙ୍କବାଦ ଲିଙ୍କ୍ ମିଳିସାରିଛି। ଗୁରୁବାର ତଦନ୍ତ ପାଇଁ ନୋଏଡାରେ ପହଞ୍ଚିଥିବା ୟୁପି ଏସଟିଏଫ୍ ଟିମ୍ ଜାଣିପାରିଛି ଯେ ହିଂସାକାଣ୍ଡକୁ ଉସୁକାଇବା ପାଇଁ ଅଭିଯୁକ୍ତ ଦୁଇଟି ଏକ୍ସ-ଆକାଉଣ୍ଟ ବ୍ୟବାହାରକାରୀ, ଦୁଇ ସପ୍ତାହ ପୂର୍ବରୁ ଲକ୍ଷ୍ନୌରୁ ଗିରଫ ହୋଇଥିବା ଆତଙ୍କବାଦୀଙ୍କ ହ୍ୟାଣ୍ଡଲରଙ୍କ ସହିତ ସୋସିଆଲ ମିଡିଆରେ ଅନେକ ଥର କଥା ହୋଇଥିଲେ।

ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ପ୍ରସାରିତ ହୋଇଥିଲା ମିଥ୍ୟା ଖବର
ଅନୁଷି ତିୱାରୀ ପ୍ରାଉଡ୍ ଇଣ୍ଡିଆନ୍ ନବି ଏବଂ ମୀର ଇଲିଆସ୍ ଆଇଏନସି ନାମକ ଦୁଇଟି ଏକ୍ସ ଆକାଉଣ୍ଟରୁ ଗତ ୧୩-୧୪ ତାରିଖରେ ପୋଷ୍ଟ କରାଯାଇଥିଲା। ଯେଉଁମାନେ ନୋଏଡା ହିଂସାରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ମିଥ୍ୟା ଦାବି କରିଥିଲେ। ଏହି ହିଂସାକାଣ୍ଡ ମାମଲାର ତଦନ୍ତ କରିବା ସମୟରେ ଗୌତମ ବୁଦ୍ଧ ନଗର ପୋଲିସ ଏହି ଏକ୍ସ ଆକାଉଣ୍ଟ କୁ ଜବତ କରିଥିଲା।

ସୂତ୍ରରୁ ମିଳିଥିବା ଖବର ଅନୁସାରେ ଲକ୍ଷ୍ନୌରେ ଗିରଫ ହୋଇଥିବା ଆତଙ୍କବାଦୀଙ୍କ ଫୋନ୍ ରୁ ଜବତ ହୋଇଥିବା ଅଗ୍ନିକାଣ୍ଡ ଘଟଣାର ଭିଡିଓ ଆଧାରରେ ନୋଏଡାରେ ହୋଇଥିବା ହିଂସାକାଣ୍ଡ ସମୟରେ ଅଗ୍ନିକାଣ୍ଡ କରାଯାଇଥିଲା ବୋଲି ୟୁପି ଏସଟିଏଫ ସନ୍ଦେହ କରୁଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Aditya Anand Arrest in Tamilnadu: ନୋଏଡ଼ା ହିଂସାର ମାଷ୍ଟରମାଇଣ୍ଡ ଗିରଫ; ତାମିଲନାଡୁରୁ ମାଡ଼ିବସିଲେ Noida CP-UP STF | Argus News