Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପୁଣି ଆସୁଛି କାଳବୈଶାଖୀ, ଏହି ଜିଲ୍ଲାରେ ରହିବ ପ୍ରଭାବ

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ପୁଣି ଆସୁଛି କାଳବୈଶାଖୀ, ଏହି ଜିଲ୍ଲାରେ ରହିବ ପ୍ରଭାବ

 ଅର୍ଗସ ବ୍ୟୁରୋ : ପ୍ରଚଣ୍ଡ ରୁଦ୍ର ତାପ ସହ ଜଳୁଛି ରାଜଧାନୀ ଭୁବନେଶ୍ୱର। ପାରଦ ଉପର ମୁହାଁ ଥିବା ବେଳେ  ନିଆଁର  ଝୁଲରେ ସିଜୁଛନ୍ତି ସହରବାସୀ। ଗତ କିଛିଦିନର ବର୍ଷା ପ୍ରଭାବରେ  ଆକାଶ ନିର୍ମଳ ସହ ରାଜ୍ୟରେ  କୌଣସି ନିଦିଷ୍ଟ ପାଣିପାଗ ସକ୍ରିୟ ନଥିବା ବେଳେ ପାଗ ଶୁଖିଲା  ରହିଛି। ଯେଉଁଥିପାଇଁ ଗରମ  ସହ ଅତ୍ୟଧିକ ଖରା ଯୋଗୁ  ସିଜୁଛି ଟ୍ୱଇନ୍ସିଟି। ସାରା ରାଜ୍ୟରେ ଶୁଖିଲା ପାଗ ସହ କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି। ଆଗାମୀ ୨୪ ଘଂଟାରେ ଉତ୍ତର ଓଡିଶା  କେନ୍ଦୁଝର ମୟୁରଭଞ୍ଜ ବାଲେଶ୍ୱର ସୁନ୍ଦରଗଡ  ଗଜପତି  ରାୟଗଡା  କୋରାପୁଟ  ଜିଲ୍ଲାର କିଛି ସ୍ଥାନରେ ବର୍ଷାରେ ହେବାର ସମ୍ଭାବନା ରହିଛି ଥିବା ବେଳେ ଅବଶିଷ୍ଟ ଜିଲ୍ଲାରେ  ପାଗ  ଶୁଖିଲା ରହିବ ।

ଅଧିକ ପଢନ୍ତୁ : 

ବର୍ଷା ର ସମ୍ଭାବନାକୁ ନେଇ ଆସନ୍ତା ୨୪ ଘଂଟାରେ  ୬ ଜିଲ୍ଲା କେନ୍ଦୁଝର,  ମୟୁରଭଞ୍ଜ, ବାଲେଶ୍ୱର, ସୁନ୍ଦରଗଡ , ଗଜପତି  ରାୟଗଡା କୁ  ୟେଲୋ ବର୍ଣ୍ଣିଙ୍ଗ ଜାରିକରିଛି  ପାଣିପାଗ ବିଭାଗ । ସେହିପରି  ଦୁଇଦିନ  ଯାଏ ଶୁଖିଲା  ପାଗ  ରହିବା ସହ ୩୦ ତାରିଖ ପରଠୁଁ  ନିମ୍ନ ଚାପରେଖା ଓ ପଶ୍ଚିମା ଝଡ଼ ପ୍ରଭାବରେ କିଛି ସ୍ଥାନରେ ବର୍ଷା ର ସମ୍ଭାବନା ରହିଛି । ୩୦ ତାରିଖ ଦିନ ବିଜୁଳି ଘଡଘଡି  ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେପଟେ ଆଜି ଭୁବନେଶ୍ୱର ରେ ନିଅ ବର୍ଷା ହୋଇଥିବା ବେଳେ ରାଜଧାନୀରେ  ଅସ୍ତବ୍ୟସ୍ତ ଜନଜୀବନ। ଖରାରରୁ ତ୍ରାହି ପାଇଁ ମୃଦୁପାନୀୟ  ଦୋକାନରେ  ଲାଗିଛି  ଲୋକଙ୍କ  ଭିଡ । ସେପଟେ ଗତା ୨୪ ଘଂଟାରେ  କିଛି  ସ୍ଥାନରେ  ହାଲୁକରୁ ମଧ୍ୟମ ଧରଣର  ବର୍ଷା ହୋଇଥୁବା ବେଳେ ୧୩ ଟି ସହରରେ  ୩୭ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ କରାଯାଇଛି। ମୟୁରଭଞ୍ଜ ର ଉଦଳାରେରେ ସର୍ବାଧିକ  ୨୧.୦ ମିମି ବର୍ଷା ରେକର୍ଡ ହୋଇଛି  ସେହିପରି ବୌଦ୍ଧରେ ୩୮.୫  ସର୍ଵଚ ତାପମାତ୍ରା  ରେକର୍ଡ  ହୋଇଛି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Nor wester is coming again, it will have an impact in this district | Argus News