Videos
|
National

Nora Summoned / ୨୦୦ କୋଟି ଟଙ୍କା ଠକେଇ ମାମଲା: କୋର୍ଟରେ ହାଜର ହେବେ ନୋରା

Bikash Mohanty
Browse all articles by Bikash Mohanty
·40 mins ago·2 min read
୨୦୦ କୋଟି ଟଙ୍କା ଠକେଇ ମାମଲା: କୋର୍ଟରେ ହାଜର ହେବେ ନୋରା
Noora

Key Points

୨୦୦ କୋଟି ଟଙ୍କା ଠକେଇ ମାମଲା
କୋର୍ଟରେ ହାଜର ହେବେ ନୋରା
ଆସନ୍ତା ୨ ତାରିଖରେ ହାଜର ହେବାକୁ ନୋଟିସ୍ 
ନୂଆଦିଲ୍ଲୀ,୩୧/୧୦: ଗ୍ଲାମର୍ ଦୁନିଆର ଚକ୍‌ମକ୍ ଆଲୋକ ପଛରେ ଲୁଚି ରହିଥିବା କଳା କାହାଣୀ ଏବଂ କୋଟି କୋଟି ଟଙ୍କାର ଠକେଇ ମାମଲା ପୁଣିଥରେ ଚର୍ଚ୍ଚାକୁ ଆସିଛି। ବଲିଉଡ୍ ରୂପଜୀବୀ, ଠକ ଏବଂ କୋର୍ଟ କଚେରୀର ଏହି ରୋମାଞ୍ଚକର ତଥା ରହସ୍ୟମୟ କାହାଣୀରେ ଏବେ ଯୋଡ଼ି ହୋଇଛି ଅଭିନେତ୍ରୀ ନୋରା ଫତେହିଙ୍କ ନାମ। ବଲିଉଡ୍ ଅଭିନେତ୍ରୀ ନୋରା ଫତେହିଙ୍କ ପାଇଁ ବଢ଼ିପାରେ ଅଡୁଆ। ୨୦୦ କୋଟି ଟଙ୍କାର ବହୁଚର୍ଚ୍ଚିତ ଠକେଇ ଓ ବଟି ଆଦାୟ ମାମଲାରେ ନୋରା ଫତେହିଙ୍କୁ ସମନ ଜାରି କରିଛନ୍ତି ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ। ଆସନ୍ତା ନଭେମ୍ବର ୨ ତାରିଖରେ କୋର୍ଟରେ ହାଜର ହୋଇ ନିଜର ବୟାନ ରେକର୍ଡ କରାଇବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ନୋରାଙ୍କୁ ଅଭିଯୁକ୍ତ ନୁହେଁ, ବରଂ ଅଭିଯୋଗକାରୀ ପକ୍ଷର ସାକ୍ଷୀ ଭାବରେ ଡକାଯାଇଛି। ତୃତୀୟ ଅତିରିକ୍ତ ଚାର୍ଜସିଟରେ ତାଙ୍କ ନାମ ତୃତୀୟ ସାକ୍ଷୀ ଭାବରେ ଉଲ୍ଲେଖ ରହିଛି। ଏହି ମାମଲାରେ ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡେଜଙ୍କ ନାମ ମଧ୍ୟ ପୂର୍ବରୁ ସାମ୍ନାକୁ ଆସିଥିଲା। ପୋଲିସ ଚାର୍ଜସିଟ୍ ଅନୁଯାୟୀ, ତଦନ୍ତ ସମୟରେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଏବଂ ନୋରା ଫତେହିଙ୍କ ସମେତ ଅନେକ ବ୍ୟକ୍ତିଙ୍କ ବୟାନ ରେକର୍ଡ କରାଯାଇଥିଲା। ବର୍ତ୍ତମାନ ସରକାରୀ ଓକିଲ କୋର୍ଟରେ ଏହାର ପ୍ରମାଣ ଏବଂ ସାକ୍ଷୀମାନଙ୍କୁ ଉପସ୍ଥାପନ କରୁଛନ୍ତି। ନୋରାଙ୍କ ସାକ୍ଷ୍ୟ ଏହି ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ହୋଇପାରେ।

ପଢନ୍ତୁ ଏହି ଖବର: ବିଗ୍‌ ବସ୍‌ରେ ଲଭ୍‌ ଗିଲ୍‌ଙ୍କ ଇମେଜ୍‌ ଖରାପ! ୧୨ କୋଟି ଲୋକଙ୍କ ଆଗରେ କାନ୍ଦିଲେ ଅଭିନେତ୍ରୀ

ସୂଚନା ଅନୁଯାୟୀ, କଥିତ ଠକ ସୁକେଶ ଚନ୍ଦ୍ରଶେଖର ନିଜକୁ କେନ୍ଦ୍ର ସରକାରଙ୍କ ଅଧିକାରୀ ବୋଲି ପରିଚୟ ଦେଇ ଫୋର୍ଟିସ୍ ହେଲଥକେୟାରର ପ୍ରମୋଟର ଶିବିନ୍ଦର ମୋହନ ସିଂହଙ୍କ ପତ୍ନୀ ଅଦିତି ସିଂହଙ୍କଠାରୁ ପ୍ରାୟ ୨୦୦ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ରହିଛି। ଜେଲ୍ରେ ରହି ମଧ୍ୟ ଫୋନ୍ ମାଧ୍ୟମରେ ମିଥ୍ୟା ପରିଚୟ ଦେଇ ସେ ଏହି ଠକେଇ କରିଥିବା ପୋଲିସ ଅଭିଯୋଗ କରିଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ମାମଲାରେ ସୁକେଶ, ତାଙ୍କ ପତ୍ନୀ ଲିନା ପଲୋସ୍ ଓ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ IPCର ବିଭିନ୍ନ ଧାରା ସହ MCOCA ଆଇନ ଅନୁଯାୟୀ ଅଭିଯୋଗ ଗଠନ ହୋଇଛି। ଏବେ ସମସ୍ତଙ୍କ ନଜର ନଭେମ୍ବର ୨ ତାରିଖ ଉପରେ। କୋର୍ଟରେ ନୋରା ଫତେହିଙ୍କ ବୟାନ ଏହି ବହୁଚର୍ଚ୍ଚିତ ମାମଲାରେ କେଉଁ ନୂଆ ତଥ୍ୟ ସାମ୍ନାକୁ ଆଣୁଛି, ତାହା ଉପରେ ରହିବ ନଜର।