November 1 Rule Changes / କାଲିଠୁ ଦେଶରେ ଲାଗୁ ହେବ ନୂଆ ନିୟମ, ଆପଣଙ୍କ ପକେଟ୍ ଉପରେ ପଡ଼ିବ ସିଧା ପ୍ରଭାବ...ଜାଣନ୍ତୁ ନୂଆ ନିୟମ
·1 hour ago·3 min read

Key Points
ନଭେମ୍ବର ଆରମ୍ଭରୁ ବଡ଼ ଝଟକା
ଗ୍ୟାସ୍ ଦରଠାରୁ ମଦ କିଣିବା ପର୍ଯ୍ୟନ୍ତ ବଦଳିବ ନିୟମ
ଆପଣଙ୍କ ପକେଟ୍ ଉପରେ ପଡ଼ିବ ସିଧା ପ୍ରଭାବ

ଆଜି ସରୁଛି ଅକ୍ଟୋବର ମାସ । ଅର୍ଥାତ ଆସନ୍ତାକାଲିଠାରୁ ଆରମ୍ଭ ହେବ ନଭେମ୍ବର ମାସ । ତେବେ ନୂଆ ମାସ ଆରମ୍ଭ ହେବା ସହ ଦେଶରେ ଲାଗୁ ହେବାକୁ ଯାଉଛି ଅନେକ ବଡ଼ ପରିବର୍ତ୍ତନ । ଏହି ନିୟମଗୁଡ଼ିକର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ଓ ପକେଟ୍ ଉପରେ ପଡ଼ିପାରେ । ଏଲପିଜି ଗ୍ୟାସ୍ ଦରଠାରୁ ଆରମ୍ଭ କରି ଟୋଲ୍ ପାସ୍, ଜିଏସ୍ଟି, ମଦ କିଣିବାର ପେମେଣ୍ଟ ନିୟମ ଏବଂ ମୋବାଇଲ୍ କଲ୍ ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ ପରିବର୍ତ୍ତନ ହେବାକୁ ଯାଉଛି । ଆସନ୍ତୁ ଜାଣିବା ନଭେମ୍ବର ୧ରୁ କେଉଁ କେଉଁ ନିୟମ ବଦଳିବ ।
ପ୍ରଥମ ପରିବର୍ତ୍ତନ – ଏଲପିଜି ଗ୍ୟାସ୍ ସିଲିଣ୍ଡର ଦର
ପ୍ରତି ମାସର ପ୍ରଥମ ତାରିଖରେ ତୈଳ ବିପଣନକାରୀ କମ୍ପାନୀଗୁଡ଼ିକ ଏଲପିଜି ଗ୍ୟାସ୍ ସିଲିଣ୍ଡରର ନୂଆ ଦର ଘୋଷଣା କରିଥାନ୍ତି । ତେଣୁ ନଭେମ୍ବର ୧ ତାରିଖରେ ମଧ୍ୟ ଗ୍ୟାସ୍ ଦରରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଗତ ଅକ୍ଟୋବର ୧ ତାରିଖରେ ୧୯ କିଲୋଗ୍ରାମ୍ ବିଶିଷ୍ଟ କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଦାମ୍ରେ ୬୨ ଟଙ୍କା ୫୦ ପଇସା ପର୍ଯ୍ୟନ୍ତ ବୃଦ୍ଧି ହୋଇଥିଲା । ତେବେ ୧୪ କିଲୋଗ୍ରାମ୍ ବିଶିଷ୍ଟ ଘରୋଇ ଗ୍ୟାସ୍ ସିଲିଣ୍ଡର ଦାମ୍ ଅପରିବର୍ତ୍ତିତ ରହିଥିଲା । ଏବେ ନଭେମ୍ବର ୧ରେ ଉଭୟ ଗ୍ୟାସ୍ ଦର ଉପରେ ସମସ୍ତଙ୍କ ନଜର ରହିଛି । ଏହା ସହିତ ବିମାନ ଇନ୍ଧନ ଅର୍ଥାତ୍ ଏଟିଏଫ୍ ଦରରେ ମଧ୍ୟ ପରିବର୍ତ୍ତନ ହୋଇପାରେ ।
ଦ୍ୱିତୀୟ ପରିବର୍ତ୍ତନ – ୧୫୦୦ ଟଙ୍କାରେ ନୂଆ ଟୋଲ୍ ପାସ୍
ଟୋଲ୍ ପ୍ଲାଜା ନିକଟରେ ରହୁଥିବା ଲୋକଙ୍କ ପାଇଁ ଆସିବ ନୂଆ ଟୋଲ୍ ପାସ୍ । ନଭେମ୍ବର ୧ରୁ ଏହି ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଏହି ବାର୍ଷିକ ପାସ୍ ପାଇଁ ୧୫୦୦ ଟଙ୍କା ଦେବାକୁ ପଡ଼ିବ । ଟୋଲ୍ ପ୍ଲାଜାର ୨୦ କିଲୋମିଟର ପରିଧି ମଧ୍ୟରେ ରହୁଥିବା ବ୍ୟକ୍ତିଗତ ଗାଡ଼ି ମାଲିକମାନେ ଏହି ପାସ୍ର ସୁବିଧା ପାଇପାରିବେ । ଏହାଦ୍ୱାରା ନିୟମିତ ଟୋଲ୍ ଦେଇ ଯାତାୟାତ କରୁଥିବା ଲୋକଙ୍କୁ ଆଶ୍ୱସ୍ତି ମିଳିପାରେ ।
ତୃତୀୟ ପରିବର୍ତ୍ତନ – ଦିଲ୍ଲୀରେ ପୁରୁଣା ଗାଡ଼ି ଚଳାଚଳ ଉପରେ କଟକଣା
ଦିଲ୍ଲୀରେ ପ୍ରଦୂଷଣ ରୋକିବା ପାଇଁ ନଭେମ୍ବର ୧ରୁ ଅନ୍ୟ ରାଜ୍ୟରେ ପଞ୍ଜୀକୃତ ପୁରୁଣା ନନ୍-BS6 ଗାଡ଼ିର ପ୍ରବେଶ ଉପରେ କଟକଣା ଲାଗୁ ହେବ । ଏହି ନିୟମ ଶୀତକାଳୀନ ପ୍ରଦୂଷଣ ନିୟନ୍ତ୍ରଣ ଯୋଜନା ଅନୁସାରେ ଲାଗୁ ହେବାକୁ ଯାଉଛି । ସୂଚନା ଅନୁସାରେ, ଏହି କଟକଣା ଜାନୁଆରୀ ୩୧, ୨୦୨୬ ପର୍ଯ୍ୟନ୍ତ ରହିବ ବୋଲି ଉଲ୍ଲେଖ ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଚତୁର୍ଥ ପରିବର୍ତ୍ତନ – ମୁମ୍ବାଇ-ପୁଣେ ଏକ୍ସପ୍ରେସ୍ ୱେ'ରେ ନୂଆ ନିୟମ
ମୁମ୍ବାଇ-ପୁଣେ ଏକ୍ସପ୍ରେସ୍ୱେର ନୂଆ କନେକ୍ଟିଂ ଲିଙ୍କ୍ରେ ଯାତାୟାତକୁ ନେଇ ମଧ୍ୟ ନିୟମ ବଦଳିବ। ମହାରାଷ୍ଟ୍ର ହାଇୱେ ପୋଲିସ୍ ଏହି ରାସ୍ତାରେ ମାଲବାହୀ ଗାଡ଼ି ଚଳାଚଳ ଉପରେ ସ୍ଥାୟୀ ରୋକ୍ ଲଗାଇବାକୁ ନିଷ୍ପତ୍ତି ନେଇଛି । ନଭେମ୍ବର ୧ରୁ ଏହି ନିୟମ ଲାଗୁ ହେବ । ତେଣୁ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଗାଡ଼ି ଚାଳକମାନେ ନୂଆ ନିୟମ ସମ୍ପର୍କରେ ଜାଣି ରଖିବା ଆବଶ୍ୟକ ।
ପଞ୍ଚମ ପରିବର୍ତ୍ତନ – ମଦ କିଣିବା ପାଇଁ ଡିଜିଟାଲ୍ ପେମେଣ୍ଟ ବାଧ୍ୟତାମୂଳକ
ତାମିଲନାଡୁରେ ମଦ କିଣିବାର ପେମେଣ୍ଟ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ତାମିଲନାଡୁ ଷ୍ଟେଟ୍ ମାର୍କେଟିଂ କର୍ପୋରେସନ୍ ବା TASMAC ନୂଆ ନିଷ୍ପତ୍ତି ନେଇଛି । ନଭେମ୍ବର ୧ରୁ ୧୦୦୦ ଟଙ୍କାରୁ ଅଧିକ ଦାମ୍ର ମଦ ବୋତଲ କିଣିଲେ ଡିଜିଟାଲ୍ ପେମେଣ୍ଟ କରିବା ବାଧ୍ୟତାମୂଳକ ହେବ । ଅର୍ଥାତ୍ ୧୦୦୦ ଟଙ୍କାରୁ ଅଧିକ ମୂଲ୍ୟର ମଦ କିଣିବା ସମୟରେ ଗ୍ରାହକମାନେ ଆଉ ନଗଦ ଟଙ୍କା ଦେଇପାରିବେ ନାହିଁ। ଡିଜିଟାଲ୍ ମାଧ୍ୟମରେ ପେମେଣ୍ଟ କରିବାକୁ ପଡ଼ିବ ।
ଷଷ୍ଠ ପରିବର୍ତ୍ତନ – GST ରିଟର୍ଣ୍ଣ ନିୟମରେ ପରିବର୍ତ୍ତନ
ନଭେମ୍ବର ୧ରୁ ଜିଏସ୍ଟି କ୍ଷେତ୍ରରେ ମଧ୍ୟ କିଛି ନୂଆ ବ୍ୟବସ୍ଥା ଆସିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ଏହାଦ୍ୱାରା ଛୋଟ ବ୍ୟବସାୟୀ ଓ ବ୍ୟବସାୟ କରୁଥିବା ଲୋକଙ୍କୁ ଆଶ୍ୱସ୍ତି ମିଳିପାରେ । ଟ୍ୟାକ୍ସ ରିଫଣ୍ଡ ପାଇବାରେ ବିଳମ୍ବ କମାଇବା ଏବଂ ଦସ୍ତାବିଜ୍ପତ୍ର କାମର ବୋଝ ହ୍ରାସ କରିବା ପାଇଁ କିଛି କ୍ଷେତ୍ରରେ ଅଟୋମେଟିକ୍ ରିଫଣ୍ଡ ଅନୁମୋଦନ ବ୍ୟବସ୍ଥା ଆଣିବାର ଯୋଜନା ରହିଛି। ଏହା ସହିତ ବାର୍ଷିକ ୫ କୋଟି ଟଙ୍କାରୁ କମ୍ କାରବାର କରୁଥିବା ଏବଂ ସିଧାସଳଖ ଗ୍ରାହକଙ୍କୁ ସାମଗ୍ରୀ ବା ସେବା ଯୋଗାଉଥିବା ବ୍ୟବସାୟୀଙ୍କ ପାଇଁ ନୂଆ ରିଟର୍ଣ୍ଣ ବ୍ୟବସ୍ଥା ଆସିପାରେ ।
ସପ୍ତମ ପରିବର୍ତ୍ତନ – ମୋବାଇଲ୍ରେ ଅଜଣା କଲ୍ କରୁଥିବା ବ୍ୟକ୍ତିଙ୍କ ନାଁ ଦେଖାଯିବ
ମୋବାଇଲ୍ ଫୋନ୍ ବ୍ୟବହାରକାରୀଙ୍କ ପାଇଁ ମଧ୍ୟ ନଭେମ୍ବର ୧ରୁ ଏକ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଦୂରସଞ୍ଚାର ବିଭାଗ ବା DoT ପକ୍ଷରୁ କଲିଂ ନେମ୍ ପ୍ରେଜେଣ୍ଟେସନ୍ (CNAP) ବ୍ୟବସ୍ଥା ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ଲାଗୁ ହେଲେ ଅଜଣା ନମ୍ବରରୁ କଲ୍ ଆସିବା ସମୟରେ ମୋବାଇଲ୍ ସ୍କ୍ରିନ୍ରେ କଲ୍ କରୁଥିବା ବ୍ୟକ୍ତିଙ୍କ ନାମ ଦେଖାଯାଇପାରିବ । ଏଥିପାଇଁ ଆଉ କେବଳ Truecaller ଭଳି ଆପ୍ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଟେଲିକମ୍ ସେବା ପ୍ରଦାନକାରୀ କମ୍ପାନୀମାନଙ୍କୁ ୧ ନଭେମ୍ବର ୨୦୨୬ରୁ ଏହି ବ୍ୟବସ୍ଥା ଲାଗୁ କରିବା ପାଇଁ ନିର୍ଦ୍ଦେଶ ରହିଛି ।

Related Topics
Explore more stories