Videos
|
National

ଭୋପାଳରେ  ପାଳନ ନୂଆଁଖାଇ ଭେଟଘାଟ 

Manini Pattanayak
Browse all articles by Manini Pattanayak
·1 year ago
ଭୋପାଳରେ  ପାଳନ ନୂଆଁଖାଇ ଭେଟଘାଟ 

ସମ୍ବଲପୁର : ମଧ୍ୟପ୍ରଦେଶ ଭୋପାଳ ଠାରେ ବେଶ ଧୁମଧାମରେ ପାଳନ କରାଯାଉଛି ୧୧ତମ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ । ସମ୍ବଲପୁରୀ ପରିବାର ଭୋପାଳ ପକ୍ଷରୁ ଆୟୋଜିତ ହେଉଛି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ।

ରାଜ୍ୟ ବାହାରେ ଅଛନ୍ତି ହେଲେ ନିଜର କଳା ସଂସ୍କୃତି ଭୁଲିନାହାନ୍ତି ଏଠାରେ ବସବାସ କରୁଥିବା ପଶ୍ଟିମ ଓଡିଶା ବାସୀ। ଏହି କାର୍ଯ୍ୟକ୍ରମର ଯୋଗଦେବା ପାଇଁ ପଶ୍ଚିମ ଓଡିଶାରୁ ଆସିଛନ୍ତି କଳାକାର। ସମ୍ବଲପୁରୀ ନାଚ ଗୀତରେ କମ୍ପି ଉଠୁଛି ପୁରା ପରିବେଶ। ଡାଲଖାଇ, ରସରକେଲି ସହିତ ବିଭିନ୍ନ ସମ୍ବଲପୁରୀ ଗୀତରେ ତାଳେ ତାଳେ ନାଚି ଉଠିଛନ୍ତି କଳାକାର ଓ ଏଠାରେ ବସବାସ କରୁଥିବା ପୁରା ପଶ୍ଚିମ ଓଡିଶା ବାସୀ। ପ୍ରଥମେ ଇଷ୍ଟଦେବୀ ମାଁ ସମଲେଶ୍ଵରୀଙ୍କ ପୂଜାର୍ଚ୍ଚନା ପରେ ଆରମ୍ଭ ହୋଇଛି ସାଂସ୍କୃତିକ କାର୍ଯ୍ୟକ୍ରମ। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Nuakhai Bhetghat Celebration in Bhopal | Argus News