ମକର ସଂକ୍ରାନ୍ତି : ସାଗର ସଂଗମରେ ରାତ୍ରୀରୁ ଚାଲିଛି ସ୍ନାନ
·2 years ago·1 min read

ଅର୍ଗସ ବ୍ୟୁରୋ : ରବିବାର ରାତ୍ରୀ ୧୨ଟା ୧୩ ମିନିଟରୁ ପୂର୍ଣ୍ଣ ସ୍ନାନ ଲଗ୍ନ ଆରମ୍ଭ ହୋଇଛି। ସାଗର ସଂଅଗମରେ ରାତ୍ରୀରୁ ଚାଲିଛି ସ୍ନାନ। ଦେଶର ବିଭିନ୍ନ ପ୍ରାନ୍ତରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଛୁଟିଛନ୍ତି ସାଗରକୁ। ସାଗର ସଂଗମରେ ସ୍ନାନ ସାରି କପିଳମୁନି ମନ୍ଦିରରେ ପୂଜା ଦେଇ ଫେରୁଛନ୍ତି ଗନ୍ତବ୍ୟ ସ୍ଥଳକୁ। ସକାଳୁ କୁହୁଡିରେ ମୁହଁକୁ ମୁହଁ ଦେଖାଯାଉନି। ଅନୁମାନ ୧୦ ଲକ୍ଷ ପୂଣ୍ୟାର୍ଥୀ ରାତ୍ରୀରୁ ସଂଗମରେ ସ୍ନାନ ସାରିଛନ୍ତି। ଜଳ, ସ୍ଥଳ, ଆକାଶ ପଥରେ ଚାଲିଛି ଯୋରଦାର ନଜରଦାରୀ।
ଅଧିକ ପଢନ୍ତୁ : ଆଜି ପବିତ୍ର ମକର ସଂକ୍ରାନ୍ତି
କୁହୁଡି ଯୋଗୁଁ ଭେସଲ ବନ୍ଦ ଯୋଗୁ ସମୁଦ୍ର ପାର କରିବା କେଇଘଣ୍ଟା ବନ୍ଦ । ଲକ୍ଷ ଲକ୍ଷ ପୂଣ୍ୟାର୍ଥୀ ଅଟକି ରହିଛନ୍ତି ଲଟ ନଂ ୮ ରେ। ପୂଜା ସାରି ଫେରୁଥିବା ପୂଣ୍ୟାର୍ଥୀ ଫେରି ନପାରି ଅଟକି ପଡିଛନ୍ତି। ସମୁଦ୍ରରେ ଭଟ୍ଟା ଯୋଗୁ ସ୍ନାନରେ ଅସୁବିଧା ନେଇ କ୍ଷୋଭ ପ୍ରକାଶ କଲେ ପୂଣ୍ୟାର୍ଥୀ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: