Videos
|
National

October 1 Rule Changes / ୧ ଅକ୍ଟୋବରରୁ ବଦଳିବ ଅନେକ ନିୟମ! LPG, ATM ଓ ଇଲେକ୍ଟ୍ରୋନିକ୍ସ ଉପରେ ପଡ଼ିବ ପ୍ରଭାବ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·3 min read
୧ ଅକ୍ଟୋବରରୁ ବଦଳିବ ଅନେକ ନିୟମ! LPG, ATM ଓ ଇଲେକ୍ଟ୍ରୋନିକ୍ସ ଉପରେ ପଡ଼ିବ ପ୍ରଭାବ
Rule Change

Key Points

ନୂଆ ମାସ, ନୂଆ ନିୟମ
୧ ଅକ୍ଟୋବରରୁ ବଦଳିବ ଅନେକ ନିୟମ
LPG ଠାରୁ SBI ATM ଓ ଇଲେକ୍ଟ୍ରୋନିକ୍ସ ପର୍ଯ୍ୟନ୍ତ ହେବ ବଡ଼ ପରିବର୍ତ୍ତନ
ଆଜି ସେପ୍ଟେମ୍ବର ମାସର ଶେଷ ଦିନ । ଆସନ୍ତାକାଲିଠାରୁ ଅର୍ଥାତ୍ ୧ ଅକ୍ଟୋବର ୨୦୨୬ରୁ ଦେଶରେ ଅନେକ ବଡ଼ ନିୟମ ଓ ଦରରେ ପରିବର୍ତ୍ତନ ହେବାକୁ ଯାଉଛି । ଏହି ପରିବର୍ତ୍ତନର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ଘରୋଇ ବଜେଟ୍‌ଠାରୁ ଆରମ୍ଭ କରି ବ୍ୟାଙ୍କିଂ ଓ କିଣାକିଣି ଉପରେ ପଡ଼ିପାରେ । LPG ସିଲିଣ୍ଡର ଦର, ATMରୁ ଟଙ୍କା ଉଠାଇବା ଚାର୍ଜ, ବିମାନ ଇନ୍ଧନ ଦର ଏବଂ TV, ଫ୍ରିଜ୍‌ ଓ AC ଭଳି ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ଦାମ ସହ ଜଡ଼ିତ ଅନେକ ପରିବର୍ତ୍ତନ ରହିଛି ।

ପ୍ରଥମ ପରିବର୍ତ୍ତନ: LPG ସିଲିଣ୍ଡର ସମ୍ପର୍କିତ ନିୟମ

ପ୍ରତି ମାସର ପ୍ରଥମ ତାରିଖରେ ତୈଳ ବିପଣନ କମ୍ପାନୀଗୁଡ଼ିକ LPG ସିଲିଣ୍ଡରର ଦର ସମୀକ୍ଷା କରି ନୂଆ ରେଟ୍ ଜାରି କରନ୍ତି । ତେଣୁ ୧ ଅକ୍ଟୋବର ୨୦୨୬ରେ ମଧ୍ୟ LPG ସିଲିଣ୍ଡର ଦରରେ ପରିବର୍ତ୍ତନ ହୋଇପାରେ । ଗତ କିଛି ସମୟ ଧରି ୧୯ କିଲୋର କମର୍ସିଆଲ୍ LPG ସିଲିଣ୍ଡର ଦରରେ ଏକାଧିକ ଥର ପରିବର୍ତ୍ତନ ହୋଇଛି । ଅନ୍ୟପକ୍ଷରେ ୧୪.୨ କିଲୋର ଘରୋଇ LPG ସିଲିଣ୍ଡର ଦର ଅପେକ୍ଷାକୃତ ସ୍ଥିର ରହିଛି ।

ଏହା ସହିତ LPG ଗ୍ରାହକଙ୍କ ପାଇଁ ଆଧାର ବାୟୋମେଟ୍ରିକ୍ ଅଥେଣ୍ଟିକେସନ୍‌ କିମ୍ବା e-KYC ସମ୍ପର୍କିତ ନିୟମ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଯେଉଁ ଗ୍ରାହକମାନେ ଏହି ପ୍ରକ୍ରିୟା ପୂରା କରିନାହାନ୍ତି, ସେମାନଙ୍କୁ LPG ସବସିଡି ପାଇବାରେ ସମସ୍ୟା ହୋଇପାରେ ।

ଏହା ବ୍ୟତୀତ LPG ଡେଲିଭରି ସମୟରେ OTP ଆଧାରିତ ଭେରିଫିକେସନ୍ ବ୍ୟବସ୍ଥା ଲାଗୁ ହେବା ନେଇ ଚର୍ଚ୍ଚା ମଧ୍ୟ ରହିଛି । ଅର୍ଥାତ୍ ସିଲିଣ୍ଡର ଡେଲିଭରି ସମୟରେ କେବଳ ରସିଦ ନୁହେଁ, ପଞ୍ଜିକୃତ ମୋବାଇଲ୍ ନମ୍ବରକୁ ଆସିଥିବା OTP ଦ୍ୱାରା ମଧ୍ୟ ଭେରିଫିକେସନ୍ କରିବାକୁ ପଡ଼ିପାରେ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦ୍ୱିତୀୟ ପରିବର୍ତ୍ତନ: ATF ଦରରେ ହୋଇପାରେ ପରିବର୍ତ୍ତନ

ପ୍ରତି ମାସର ପ୍ରଥମ ଦିନରେ ତୈଳ କମ୍ପାନୀଗୁଡ଼ିକ କେବଳ LPG ନୁହେଁ, ବିମାନ ଇନ୍ଧନ ଅର୍ଥାତ୍ ଏୟାର୍ ଟର୍ବାଇନ୍ ଫ୍ୟୁଏଲ୍‌ (ATF) ଦର ମଧ୍ୟ ସଂଶୋଧନ କରନ୍ତି । ATF ଦରରେ ପରିବର୍ତ୍ତନ ହେଲେ ଏହାର ପ୍ରଭାବ ବିମାନ ଯାତ୍ରା ଖର୍ଚ୍ଚ ଉପରେ ପଡ଼ିପାରେ । ଉପଲବ୍ଧ ଦର ଅନୁସାରେ ଦିଲ୍ଲୀରେ ATF ପ୍ରତି କିଲୋଲିଟର ପିଛା ପ୍ରାୟ ୧,୦୪,୯୨୭ ଟଙ୍କା, କୋଲକାତାରେ ୧,୦୯,୪୫୦ ଟଙ୍କା, ମୁମ୍ବାଇରେ ୯୮,୨୪୭ ଟଙ୍କା ଏବଂ ଚେନ୍ନାଇରେ ୧,୦୯,୮୭୩ ଟଙ୍କା ରହିଛି ।

ତୃତୀୟ ପରିବର୍ତ୍ତନ: SBI ATMରୁ ଟଙ୍କା ଉଠାଇବା ମହଙ୍ଗା ହୋଇପାରେ

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକଙ୍କ ପାଇଁ ATM ଟ୍ରାଞ୍ଜାକ୍ସନ୍ ସମ୍ପର୍କିତ ଚାର୍ଜରେ ପରିବର୍ତ୍ତନ ନେଇ ଚର୍ଚ୍ଚା ହେଉଛି । ବେସିକ୍ ସେଭିଂସ୍ ବ୍ୟାଙ୍କ ଡିପୋଜିଟ୍‌ (BSBD) ଆକାଉଣ୍ଟ ଗ୍ରାହକମାନେ ମାସକୁ ୪ଟି ମାଗଣା ନଗଦ ଉଠାଣ ପରେ ପ୍ରତ୍ୟେକ ATM ଉଠାଣ ପାଇଁ ୧୫ ଟଙ୍କା ସହ GST ଦେବାକୁ ପଡ଼ିପାରେ ।
ସେହିପରି ସାଲାରି ଆକାଉଣ୍ଟ ଗ୍ରାହକଙ୍କ ମାସିକ ମାଗଣା ATM ଟ୍ରାଞ୍ଜାକ୍ସନ୍ ସୀମା ୧୦ରୁ ୫କୁ କମିବା ନେଇ ତଥ୍ୟ ସାମ୍ନାକୁ ଆସିଛି । ମାଗଣା ସୀମା ଅତିକ୍ରମ କଲେ ପ୍ରତ୍ୟେକ ଆର୍ଥିକ ଟ୍ରାଞ୍ଜାକ୍ସନ୍ ପାଇଁ ୨୩ ଟଙ୍କା ସହ GST ଏବଂ ନନ୍-ଫାଇନାନ୍ସିଆଲ୍ ଟ୍ରାଞ୍ଜାକ୍ସନ୍ ପାଇଁ ୧୧ ଟଙ୍କା ସହ GST ଲାଗୁ ହେବାର ଉଲ୍ଲେଖ ରହିଛି ।

ଚତୁର୍ଥ ପରିବର୍ତ୍ତନ: TV, ଫ୍ରିଜ୍ ଓ AC ମହଙ୍ଗା ହୋଇପାରେ

ଫେଷ୍ଟିଭ୍ ସିଜନ୍‌ରେ TV, ଫ୍ରିଜ୍‌, AC ଭଳି ଘରୋଇ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣିବାକୁ ଯୋଜନା କରୁଥିଲେ ଏହି ଖବର ଆପଣଙ୍କ ବଜେଟ୍‌କୁ ପ୍ରଭାବିତ କରିପାରେ । PTI ରିପୋର୍ଟ ଅନୁସାରେ, ତମ୍ବା, ଇସ୍ପାତ, ଆଲୁମିନିୟମ୍ ଓ କ୍ରୁଡ୍ ଅଏଲ୍‌ ଭଳି କଞ୍ଚାମାଲର ମୂଲ୍ୟ ବୃଦ୍ଧି ସହ ମାଲ ପରିବହନ ଖର୍ଚ୍ଚ ବଢ଼ିବାରୁ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ମୂଲ୍ୟ ବଢ଼ିପାରେ । କେତେକ ସାମଗ୍ରୀର ଦାମରେ ପ୍ରାୟ ୮ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ ବୋଲି ରିପୋର୍ଟରେ କୁହାଯାଇଛି ।

ପଞ୍ଚମ ପରିବର୍ତ୍ତନ: FD ସୁଧ ସମ୍ପର୍କିତ ନିୟମ

ଫିକ୍ସଡ୍ ଡିପୋଜିଟ୍‌ ବା FD ସୁଧ ସମ୍ପର୍କିତ ନିୟମରେ ମଧ୍ୟ ପରିବର୍ତ୍ତନ ଆସିବା ନେଇ ଚର୍ଚ୍ଚା ହେଉଛି । ନୂଆ ନିୟମ ଅନୁସାରେ ବ୍ୟାଙ୍କଗୁଡ଼ିକୁ FD ସୁଧ ହାର ସମ୍ପର୍କିତ ତଥ୍ୟ ପ୍ରତିଦିନ ସକାଳ ୧୦ଟା ସୁଦ୍ଧା ଅପଡେଟ୍ କରିବାକୁ ପଡ଼ିପାରେ । ବ୍ୟାଙ୍କର ୱେବସାଇଟ୍‌ରେ FD ସହିତ ଜଡ଼ିତ ସୁଧ ହାର ଓ ଅନ୍ୟାନ୍ୟ ତଥ୍ୟ ସ୍ପଷ୍ଟ ଭାବେ ଦର୍ଶାଇବାକୁ ନିର୍ଦ୍ଦେଶ ରହିଛି ।