ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଓଡିଆ ପୁଅର କମାଲ

Key Points
- ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଓଡିଆ ପୁଅ
- କମଲ ହାରିସଙ୍କ ପାଇଁ କରୁଛନ୍ତି ନିର୍ବାଚନୀ ପ୍ରଚାର
- ଆମେରିକା ରାଜନୀତିର ସେ ଜଣେ ଦକ୍ଷ ରାଜନିତିଜ୍ଞ
ଅର୍ଗସ ବ୍ୟୁରୋ : ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ଓଡିଆ ପୁଅ ସମୟ ସାହୁ । ଆମେରିକା ରାଜନୀତିରେ ସେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି । ଏବେ ସେ ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସଙ୍କୁ ନିର୍ବାଚନରେ ସହଯୋଗ କରୁଥିବା ଦେଖିବାକୁ ମିଳିଛି । ମାତ୍ର ୨୧ ବର୍ଷ ବୟସରେ ସେ ରାଜନୀତିରେ ଏପରି ସକ୍ରିୟା ଥିବା ବିଭିନ୍ନ ମାହୋଲରେ ଚର୍ଚ୍ଚା ଆରମ୍ଭ ହୋଇଛି ।
ସମୟ ସାହୁ ମୟୁରଭଞ୍ଜର ଆଦିବାସୀ ପ୍ରାଧାନ୍ୟ ଜିଲ୍ଲାର ଅଟନ୍ତି । ତେବେ ତାଙ୍କ ବାପା ମାନସ ସାହୁ କିଛି ବର୍ଷ ପାଇଁ ରାୟଗଡ଼ା ଜିଲ୍ଲାରେ ଚାକିରି କରିଥିଲେ। ଆମେରିକାରେ ଚାକିରି ପାଇବାରୁ ମାନସ ପରିବାର ସହ ଭାରତ ଛାଡ଼ିଥିଲେ। ବର୍ତ୍ତମାନ ପରିବାର ସହ ସମୟ ନ୍ୟୁ ହାମ୍ସାୟର ରାଜ୍ୟର ନାସୁଆ ସହରରେ ରହୁଛନ୍ତି। ୨୦୦୮ ମସିହାରେ ସେ ବାରାକ୍ ୱାମାଙ୍କ ଭାଷଣରେ ପ୍ରଭାବିତ ହୋଇଥିଲେ। ଏହାପରେ ତାଙ୍କର ରାଜନୀତି ବିଷୟରେ ଆଗ୍ରହ ଥିବା ଜାଣିବା ପରେ ତାଙ୍କ ବାପା ତାଙ୍କୁ ସେ ଦିଗରେ ଉତ୍ସାହିତ କରିଥିଲେ । ତାଙ୍କ ପରିବାରର ଏକ ରେଷ୍ଟୁରାଣ୍ଟର ଥିବା ବେଳେ ସେ ଆମେରିକାର ନାଗରିକତା ହାସଲ କରିଛନ୍ତି। ତାଙ୍କର ସ୍କୁଲ ଦିନରୁ ରାଜନୀତିରେ ପ୍ରଚାର ଏବଂ ରଣନୀତି ଆରମ୍ଭ କରିଥିଲେ। ସେ ପ୍ରଥମେ ଆମେରିକାର ହାଇସ୍କୁଲ ଡେମୋକ୍ରାଟର ନ୍ୟାସନାଲ ଚେୟାରମ୍ୟାନ୍ ଭାବରେ ନିର୍ବାଚିତ ହୋଇଥିଲେ। ଏହାପରେ ସେ ଧିରେଧିରେ ରାଜନୀତିରେ ଦକ୍ଷ ହେବାକୁ ଲାଗିଥିଲେ ।
ଜୋ ବାଇଡେନଙ୍କ ୪୬ ତମ ରାଷ୍ଟ୍ରପତି ହେବାରେ ତାଙ୍କର ଏକ ମୁଖ୍ୟ ରହିଥିଲା । ଏହାପରେ ତାଙ୍କର ଦକ୍ଷତା ଦେଖିବା ପରେ ତାଙ୍କୁ ଡେମୋକ୍ରାଟିକ୍ ପାର୍ଟିର ସଦସ୍ୟ ହେବାର ସୁଯୋଗ ମିଳିଥିଲା । ୨୦୨୨-୨୩ରେ ଡେମୋକାଟ୍ରିକ ପାର୍ଟି ପକ୍ଷରୁ ହାଇସ୍କୁଲ ଡେମୋକ୍ରାଟ୍ ଅଫ୍ ଆମେରିକାର ନ୍ୟାସନାଲ ଚେୟାରମ୍ୟାନ ଭାବେ ତାଙ୍କୁ ମନୋନୀତ କରାଗଲା। ଏବେ ସେ ଆମେରିକାର ଉପ-ରାଷ୍ଟ୍ରପତି ତଥା ବର୍ତ୍ତମାନର ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସଙ୍କ ପାଇଁ ପ୍ରଚାର କରୁଛନ୍ତି। ସେ ଡେମୋକ୍ରାଟିକ୍ ପାର୍ଟିର ସଦସ୍ୟ ଏବଂ ନିର୍ବାଚନ ପ୍ରଚାରରେ ଡେମୋକ୍ରାଟିକ୍ ଛାତ୍ର ସଂଘର ପକ୍ଷକୁ ଆଗେଇ ନେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି । ଆମେରିକା ରାଜନୀତିରେ ତାଙ୍କର ଏକ ସ୍ବତନ୍ତ୍ର ଦବଦବା ରହିଛି ।
📱 Get Argus News App
✨