Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରାୟପୁରର ଜିତିଲେ ଓଡିଆ ପୁଅ ପୁରନ୍ଦର ମିଶ୍ର

National

ରାୟପୁରର ଜିତିଲେ ଓଡିଆ ପୁଅ ପୁରନ୍ଦର ମିଶ୍ର

Smruti Parija
Browse all articles by Smruti Parija
·2 years ago·1 min read
ରାୟପୁରର ଜିତିଲେ ଓଡିଆ ପୁଅ ପୁରନ୍ଦର ମିଶ୍ର

ଅର୍ଗସ ବ୍ୟୁରୋ:  ବହୁମତ ସହିତ ପୁରନ୍ଦର କଂଗ୍ରେସ ହାତରୁ ରାୟପୁର ଉତ୍ତର ଆସନ ଛଡେଇ ନେଇଛନ୍ତି । କଂଗ୍ରେସର କୁଲଦୀପ ଜୁନେଜାଙ୍କୁ 23,054 ଖଣ୍ଡ ଅଧିକ ଭୋଟ୍ ରେ ଜିତିଛନ୍ତି ପୁରନ୍ଦର । ପୁରନ୍ଦରଙ୍କ ବିଜୟ ପରେ ଛତିଶଗଡ ଓଡିଆ ସମାଜରେ ଖୁସିର ଲହରି ଖେଳିଯାଇଛି । ବିଜୟର ସମସ୍ତ ଶ୍ରେୟ ମହାପ୍ରଭୁ ଜଗନ୍ନାଥଙ୍କୁ ଦେଇଛନ୍ତି ପୁରନ୍ଦର । ଏହାସହ ପ୍ରଚାରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଥିବାରୁ ତାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । 

ଏହାସହ ଜଗନ୍ନାଥ ସଂସ୍କୃତି ଓଡିଆ ସଂସ୍କୃତି ବଞ୍ଚାଇ ରଖିବାକୁ ସମସ୍ତ ଚେଷ୍ଟା କରିବା ନେଇ କହିଛନ୍ତି ପୁରନ୍ଦର ମିଶ୍ର । 35 ଲକ୍ଷ ଜନସଂଖ୍ୟାକୁ ପ୍ରତିନିଧିତ୍ୱ କରୁଥିବା ଛତିଶଗଡ ସ୍ଥିତ ବୃହତ ଓଡିଆ ସମାଜର ସଭାପତି ଏବଂ ଜଣେ ବିଶିଷ୍ଟ ସମାଜସେବୀ ପୁରନ୍ଦର ମିଶ୍ର  । ଏହାସହ ରାୟପୁରରେ ଥିବା ଜଗନ୍ନାଥ ମନ୍ଦିର ସେବା ସମିତିର ସଂସ୍ଥାପକ ମଧ୍ୟ । ବର୍ତ୍ତମାନ ସେ ଛତିଶଗଡ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ଏହାସହ ଆସାମ, ଝାଡଖଣ୍ଡ, ଓଡିଶା, ଗୁଜୁରାଟର ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେପି ପର୍ଯ୍ୟବେକ୍ଷକ ରୂପେ କାର୍ଯ୍ୟ କରସାରିଛନ୍ତି । 

ପୁରନ୍ଦର ଗତ 25 ବର୍ଷ ଧରି ନିଶା ମୁକ୍ତ ଅଭିଯାନ ଚଳାଇ 22 ହଜାର 650 ଲୋକଙ୍କୁ ନିଶା ସେବନରୁ ନିବୃତ୍ତ କରିପାରିଛନ୍ତି । ସେ ଓଡିଶାର ମୂଳ ବାସିନ୍ଦା ହୋଇଥିବାବେଳେ ବର୍ତ୍ତମାନ ରାୟପୁରର ଶଙ୍କର ନଗର ଅଞ୍ଚଳରେ ରହୁଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
odia-candidate-purander-mishra-wins-in-chhatishgarh | Argus News