Videos
|
National

ୱାୟନାଡର ଭୀଷଣ ବର୍ଷା ଯୋଗୁଁ ହୋଇଥିବା ଭୂସ୍ଖଳନରେ ନିଖୋଜ ଓଡିଆ ଡାକ୍ତର

Swayangprajna Mishra
Browse all articles by Swayangprajna Mishra
·2 years ago
ୱାୟନାଡର ଭୀଷଣ ବର୍ଷା ଯୋଗୁଁ ହୋଇଥିବା ଭୂସ୍ଖଳନରେ ନିଖୋଜ ଓଡିଆ ଡାକ୍ତର

ଅର୍ଗସ ବ୍ୟୁରୋ : କେରଳ ୱାୟନାଡରେ ଭୀଷଣ ବର୍ଷା ଯୋଗୁଁ ହୋଇଥିବା ଭୂସ୍ଖଳନରେ ନିଖୋଜ ଅଛନ୍ତି  ଓଡ଼ିଆ ଡାକ୍ତର  । କଟକ ଚୌଦ୍ବାର ହାଉସିଂ ବୋର୍ଡର ଡାକ୍ତର ବିଷ୍ଣୁପ୍ରସାଦ ଚିନାରା ନିଖୋଜ । ବିଷ୍ଣୁପ୍ରସାଦ ନିଖୋଜ ନେଇ ସୂଚନା ଦେଲେ ବାପା ଅମର ଚିନାରା । ଭୂସ୍ଖଳନରେ ପୁଅ ନିଖୋଜ ଥିବା ବୋହୂ ଠାରୁ ଜାଣିବାକୁ ପାଇଥିଲେ ପରିବାର ଲୋକେ । ଏହା ସହିତ ଡାକ୍ତର ସ୍ଵାଧୀନ ପଣ୍ଡାଙ୍କ କୌଣସି ପତ୍ତା ମିଳୁ ନଥିବା ବେଳେ ତାଙ୍କ ସ୍ତ୍ରୀ ସ୍ବୀକୃତି ମହାପାତ୍ର ମେଡିକାଲରେ ଚିକିତ୍ସାଧୀନ ଥିବା ଜଣାପଡିଛି ।

ଅଧିକ ପଢନ୍ତୁ : କେରଳରେ ଭୟଙ୍କର ଭୂସ୍ଖଳନ, ବଢୁଛି ମୃତ୍ୟୁ ସଂଖ୍ୟା

ପୁଅକୁ ଉଦ୍ଧାର କରିବା ନିମନ୍ତେ ସରକାରଙ୍କ ସାହାଯ୍ୟ ଲୋଡିଛନ୍ତି ପରିବାର ଲୋକେ । କେରଳ ୱାୟନାଡରେ ଭୀଷଣ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି । ମାଟି  ଅତଡ଼ା ତଳେ ଶତାଧିକ ଲୋକ ଚାପ ହୋଇ ରହିଥିବା ଆଶଙ୍କା କରାଯାଉଛି 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Odia doctor missing in landslides caused by heavy rains in Wayanad | Argus News