Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

10 ଦିନର ଶିଶୁ ଉଦ୍ଧାର କଲେ ଓଡିଆ ଯବାନ

Smruti Parija
Browse all articles by Smruti Parija
·2 years ago·2 min read
10 ଦିନର ଶିଶୁ ଉଦ୍ଧାର କଲେ ଓଡିଆ ଯବାନ

ଅର୍ଗସ ବ୍ୟୁରୋ: ବାତ୍ୟା ମିଗଜୋମ୍ ତାଣ୍ଡବ ରଚିବା ପରେ ଇଏ ହେଉଛି ତା ପରର ଦୃଶ୍ୟ । ଯୁଆଡେ ଆଖି ବୁଲାଇବ ଚାରିଆଡେ ପାଣି ପାଣି । ତଳିଆ ଅଞ୍ଚଳ ଠାରୁ ଆରମ୍ଭ କରି ବଡ ବଡ ଆପାର୍ଟମେଣ୍ଟ ସବୁଠି ପାଣି ଭର୍ତ୍ତି ହୋଇଛି । ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ରାସ୍ତା ନାଳ ସବୁ ଏକ ହୋଇଯାଇଛି । ଯିଏ ଯେଉଁଠି ସିଏ ସେଇଠି । 

ବାତ୍ୟା ମିଗଜୋମ୍ ପ୍ରଭାବରେ ଏବେ ପାଣି ଘେରରେ ପୁରା ଚେନ୍ନାଇ ସହର । ସହରରେ କେଉଁଠି ଦଶଫୁଟ ପାଣି ତ କେଉଁଠି କୋଡିଏ ଫୁଟ୍ ପର୍ଯ୍ୟନ୍ତ ପାଣି ଜମି ରହିଛି । ଅନେକ ଲୋକ ବାତ୍ୟା ପ୍ରଭାବରେ ଏବେ ଜଳବନ୍ଦୀ ଅବସ୍ଥାରେ ଫସି ରହିଛନ୍ତି । ଅନେକ NDRF ଟିମ୍ ଫସି ରହିଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି l ବିଶେଷ କରି ଛୋଟ ଛୁଆ ଓ ବୟସ୍କଙ୍କୁ ପ୍ରଥମେ ସୁରକ୍ଷିତ ଉଦ୍ଧାର କରାଯାଉଛି । ରାସ୍ତାଘାଟ ସବୁ ଜଳମଗ୍ନ । ହେଲେ ଏହି ଉଦ୍ଧାର କାର୍ଯ୍ୟରେ ଜଣେ ଓଡିଆ ଯବାନଙ୍କ କମାଲ ଦେଖିବାକୁ ମିଳିଛି l ନିଜ ଜୀବନକୁ ବାଜିରେ ଲଗାଇ ପାଣିରୁ ଜୀବନ ଛାଣି ଆଣୁଛନ୍ତି ଯବାନ । 

ସୁଇଟର ପିନ୍ଧିବେ କି ରେନ କୋଟ୍ ବୁଝିପାରୁନାହାନ୍ତି ଲୋକେ

ଯବାନ ଜଣଙ୍କ 10 ଦିନର ଶିଶୁକୁ ଧରି କିପରି ଜଳବନ୍ଦୀରୁ ଉଦ୍ଧାର କରୁଛନ୍ତି ତାହାର ଏକ ଫୋଟ ଏବେ ଭାଇରାଲ୍ ହେବାରେ ଲାଗିଛି । ଏ ଯବାନ ଜଣଙ୍କ ହେଉଛନ୍ତି ରାୟଗଡା ଜିଲ୍ଲା ବିଷମକଟକ ସହରର NDRF ଚତୁର୍ଥ ବାଟାଲିୟନ କାର୍ଯ୍ୟରତ ଥିବା ରାଜେନ୍ଦ୍ର ଗନ୍ତାୟତ ବୋଲି ଜଣାପଡିଛି । ଜଳବନ୍ଦୀ ଅବସ୍ଥାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ସହ ସେଠାକାର ଲୋକେ କିପରି ସୁରକ୍ଷିତ ଅବସ୍ଥାରେ ଉଦ୍ଧାର ହେବେ ସେଥିପାଇଁ ଭଗବାନଙ୍କୁ ପ୍ରାର୍ଥନା ମଧ୍ୟ ଜଣାଇଛନ୍ତି l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନିଜ ଟିମ୍ ସହ 25 ଫୁଟ୍ ପାଣି ଭିତରେ ପଶି ଲୋକଙ୍କୁ ଉଦ୍ଧାର କରୁଛନ୍ତି । କିପରି ସମସ୍ତ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିପାରିବେ ସେଥିପାଇଁ ପୁରା ଚେଷ୍ଟା କରୁଛନ୍ତି । 

ଦୁର୍ବଳ ହେଉଛି 'ମିଗଜୋମ୍'


 

Sponsored